ମୋଦିଙ୍କ ସହ ସିଧା କଥା ! ଏହି ୫ଟି ଉପାୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ସିଧାସଳଖ ହୋଇପାରିବେ କଥାବାର୍ତ୍ତା, ଦେଇପାରିବେ ପରାମର୍ଶ ଆଉ କରିପାରିବେ ଅଭିଯୋଗ

57

୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ଗାଦି ଅଳଙ୍କୃତ କରିବା ସହିତ ହିଁ ନରେନ୍ଦ୍ର ମୋଦି ଏବେ ସେଲିବ୍ରେଟି ପାଲଟିଯାଇଛନ୍ତି । ସୋସିଆଲ ମିଡିଆରେ ମୋଦିଙ୍କର ରହିଛନ୍ତି ଲକ୍ଷାଧିକ ଫଲୋଅର୍ସ । ସେହି ଫଲୋଅର୍ସ ଏବଂ ପ୍ରଂଶସକଙ୍କ ମଧ୍ୟରୁ ଅନେକ ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ନିଜର ଦୁଃଖ ଏବଂ ବେଦନାକୁ ପହଂଚାଇବାକୁ ଚାହୁଁଛନ୍ତି କିମ୍ବା ତାଙ୍କୁ ଭେଟିବାକୁ ଚାହୁଁଛନ୍ତି । ହେଲେ ଅନେକ ଲୋକଙ୍କୁ ଏକଥା ଜଣା ନଥାଏ କି ବାସ୍ତବରେ ସେମାନେ କିପରି ମୋଦିଙ୍କ ସହିତ ସଂପର୍କ ତଥା ଯୋଗାଯୋଗ କରିପାରିବ । ତେବେ ଆଜି ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାର ୫ଟି ତରିଆ ଜଣାଇବୁ, ଯାହାଦ୍ୱାରା ଆପଣ ସିଧାସଖଳ ମୋଦିଙ୍କ ସହିତ କଥାବାର୍ତ୍ତା ହୋଇପାରିବେ । ତେବେ ଆସନ୍ତୁ ଜାଣିବା ।

• ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ନିଜର ଭାବନାକୁ ପହଂଚାଇବାର ସବୁଠାରୁ ସହଜ ଉପାୟ ହେଉଁଛି ସୋସିଆଲ ମିଡିଆ । ଏଭଳି ପରିସ୍ଥିତିରେ ମୋଦିଙ୍କର ଭେରିଫାଇଡ ଆକାଉଂଟ ଜରିଆରେ ଆପଣ ଆପଣଙ୍କର ଅଭିଯୋଗ ପହଂଚାଇପାରିବେ । ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆକାଉଂଟ ରହିଛି ।facebook.com/narendramodi, twitter.com/narendramodi, https://plus.google.com/+NarendraModi,  https://www.youtube.com/user/narendramodi 

• ସେହିପରି ସୋସିଆଲ ମିଡିଆ ବ୍ୟତୀତ ଇ-ଗଭର୍ଣ୍ଣର ଜରିଆରେ ମଧ୍ୟ ଆପଣ ପ୍ରଧାନମନ୍ତ୍ରୀ ଙ୍କ ସହିତ ଯୋଗାଯୋଗ କରିପାରିବେ । ଏଥିପାଇଁ ଆପଣଙ୍କୁ https://pgportal.gov.in/pmocitizen/Grievancepmo.aspx. କୁ ଯିବାକୁ ହେବ । ଏଠାରେ ଆପଣ ଆପଣଙ୍କ ସମସ୍ତ ଅଭିଯୋଗ ଜଣାଇପାରିବେ , ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇପାରିବେ ଏବଂ ପରାମର୍ଶ ମଧ୍ୟ ଦେଇପାରିବେ । ଏହାଛଡା ଆପଣ ନରେନ୍ଦ୍ର ମୋଦି ଆପ୍ (ନମୋ ଆପ) ଜରିଆରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସଂପର୍କ କରିପାରିବେ ।

• ଆପଣ ଇ-ମେଲ ଜରିଆରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଂଚିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଆପଣ connect@mygov.nic.in  କୁ ଯାଇ ମେଲ କରିପାରିବେ କିମ୍ବା ଆପଣ narendramodi1234@gmail.com ରେ ଇଇ-ମେଲ ମଧ୍ୟ ପଠାଇ ନିଜର ଦାବି ଉପସ୍ଥାପନା କରିପାରବେ ।

• ଯଦି ଆପଣ ଉପରୋକ୍ତ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ଭାବେ ଯୋଗାଯୋଗ କରିବାରେ ଅସମର୍ଥ ଅଟନ୍ତି ତେବେ ଆପଣ ନିମ୍ନରେ ଦିଆଯାଇଥିବା ଠିକଣାରେ ମଧ୍ୟ ମୋଦିଙ୍କ ନିକଟକୁ ଚିଠି ପଠାଇପାରିବେ । ୱେବ୍ ଇନଫର୍ମେସନ ମ୍ୟାନେଜର, ସାଉଥ ବ୍ଲକ୍, ରାୟସିନା ହିଲ୍ସ, ନୂଆ ଦିଲ୍ଲୀ , ପିନ ୧୧୦୦୧୧ ।

• ସେହିପରି ଯଦି ଆପଣ ପ୍ରଧାନମନ୍ତ୍ରୀ ଙ୍କ ସହ ଫୋନ କିମ୍ବା ଫ୍ଲାକ୍ସ ଜରିଆରେ ଯୋଗାଯୋଗ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ୦୧୧-୨୩୦୧୫୬୦୩,୧୧-୨୩୦୧୮୯୩୯,୦୧୧-୨୩୦୧୮୬୬୮ ନମ୍ବରରେ ଫୋନ କରି ପାରିବେ କିମ୍ବା +୯୧-୧୧-୨୩୦୧୯୫୪୫ କିମ୍ବା ୨୩୦୧୬୮୫୭ ନମ୍ବରରେ ଫ୍ଲାକ୍ସ କରିପାରିବେ ।