ପ୍ରଧାନମନ୍ତ୍ରୀ ଜୀ! ଆପଣ ଥରେ ହଁ କହିଲେ ବଂଚିଯିବ ୫ଜଣଙ୍କ ଜୀବନ, ଜାଣନ୍ତୁ ପୂରା ମାମଲା

Advertisment
ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିଙ୍କୁ ମାତ୍ର ୯ ପଇସା ଦାନ କଲେ ତେଲେଙ୍ଗାନାର ଚନ୍ଦୁ ! ତୈଳ ଦରରେ ମାମୁଲି ହ୍ରାସ ଯୋଗୁଁ ଅଛନ୍ତି ନାରାଜ

image courtesy: jaianndata.com

ମୋଦି ଜୀ! ଆପଣଙ୍କ ଗୋଟିଏ ‘ହଁ’ରେ ଆମର ଜୀବନ ବଞ୍ଚଯିବ। ଆମେ ସାଧାରଣ ଜୀବନ ବଞ୍ଚିପାରିବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁହାରି କରିଛନ୍ତି କୋନ୍ଜେନିଟାଲ ସ୍କୋଲିୟୋସିସ୍ ରୋଗରେ ପୀଡିତ ପାଞ୍ଚଟି ପିଲା। ଏହି ପାଞ୍ଚଟି ପିଲା ହେଉଛନ୍ତି ଫରିଦାବାଦର ଇସମାଇଲପୁର ନିବାସୀ ୧୭ବର୍ଷୀୟ ପ୍ରୀତି, ନୂଆଦିଲ୍ଲୀ ନିବାସୀ ୨୦ବର୍ଷୀୟ ନିକିତା, ଲକ୍ଷ୍ମୌ ନିବାସୀ ୨୬ବର୍ଷୀୟ ରେସ୍ମା ସମେତ ୧୨ ଓ ୧୩ବର୍ଷୀୟ ଅନ୍ୟ ଦୁଇଟି ପିଲା।

ସୂଚନାଯୋଗ୍ୟ, ୧୦ ହଜାର ପିଲାଙ୍କ ମଧ୍ୟରୁ ଜଣକୁ ହେଉଥିବା ଏହି ରୋଗ କାରଣୁ ମେରୁଦଣ୍ଡ ଏଭଳି ଭାବେ ମୋଡି ହୋଇଯାଇଥାଏ ଯେ ସିଧା ଛିଡା ହୋଇ ଚାଲିବାରେ ବହୁ ଅସୁବିଧା ହୋଇଥାଏ। ଅସ୍ତ୍ରୋପଚାର ଦ୍ୱାରା ଏହି ହାଡକୁ ସିଧା କରାଯାଇ ପାରିବ କିନ୍ତୁ ଏହା ବହୁତ ମହଙ୍ଗା ଓ କଠିନ ରହିଛି। ଆପୋଲୋ ହସ୍ପିଟାଲ, ଦିଲ୍ଲୀର ଅସ୍ଥିଶଲ୍ୟା ବିଭାଗର ବରିଷ୍ଠ ସ୍ପାଇନାଲ ସର୍ଜନ୍ ଡାକ୍ତର ରାଜଗୋପାଳନ କୃଷ୍ଣନ୍ ଏହାର ନିଶୁଳ୍କ ଅସ୍ତ୍ରୋପଚାର କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଏହି ଅସ୍ତ୍ରୋପଚାର ଓ ଆର୍ମ ନାମକ ମେସିନ୍ରେ ହେବ। ଯାହାର ମୂଲ୍ୟ ୭କୋଟି ଟଙ୍କା ରହିଛି। ଭାରତରେ ଏହି ମେସିନ୍ ଏମ୍ସରେ ରହିଛି।

ଡାକ୍ତର ରାଜଗୋପାଳନ୍ ଏମ୍ସରୁ ଓ ଆର୍ମ ମେସିନ୍ ଜରିଆରେ ଏହି ୫ଟି ପିଲାଙ୍କ ଅସ୍ତ୍ରୋପଚାର କରିବା ପାଇଁ ଅନୁମତି ମାଗିଥିଲେ, କିନ୍ତୁ ଏମ୍ସ ପ୍ରବନ୍ଧକ କହିଥିଲେ କି ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟରୁ ଏହାର ଅନୁମତି ମିଳିପାରିବ। ପିଲାଙ୍କ ଜରିଆରେ ଡାକ୍ତର ରାଜଗୋପାଳନ୍ ଏକବର୍ଷ ପୂର୍ବରୁ ପ୍ରାଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଏକ ଚିଠି ଲେଖି ଅନୁମତି ମାଗିଥଲେ କିନ୍ତୁ କୌଣସି ଉତ୍ତର ମିଳି ପାରି ନଥିଲା। ଡାକ୍ତର ଏହି ପିଲାଙ୍କ ଯାଞ୍ଚ ପରେ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହୋଇଥିଲେ। କିନ୍ତୁ ଏହି ମେସିନ୍ ପାଇଁ ଅସ୍ତ୍ରୋପଚାର ପାଇଁ ଏବେ ପ୍ରତିବନ୍ଧକ ସାଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe