ଯଦି ହଠାତ୍ ଆସିଯାଏ ହାର୍ଟ ଆଟାକ୍ ତେବେ ତୁରନ୍ତ କରନ୍ତୁ ଏହି ୫ଟି କାମ । ବଂଚି ଯାଇପାରେ ଜୀବନ

Advertisment
ଯଦି ହଠାତ୍ ଆସିଯାଏ ହାର୍ଟ ଆଟାକ୍ ତେବେ ତୁରନ୍ତ କରନ୍ତୁ ଏହି ୫ଟି କାମ । ବଂଚି ଯାଇପାରେ ଜୀବନ

ଏକ ସର୍ଭେ ରିପୋର୍ଟ ଅନୁସାରେ, ବିଶ୍ୱରେ ହାର୍ଟ ଆଟାକରେ ମରୁଥିବା ଲୋକଙ୍କ ମଧ୍ୟରେ ଭାରତର ସ୍ଥାନ ରହିଛି ଏକ ନମ୍ବରରେ । ଭାରତରେ ୨୩ ପ୍ରତିଶତ ମୃତ୍ୟୁ ହାର୍ଟ ଆଟାକ୍ ଜନିତ ହୋଇଥାଏ । ଡାକ୍ତରଙ୍କ ମତ ଅନୁସାରେ,ଏହି ସମସ୍ତ ମୃତ୍ୟୁର କାରଣ ଥରେ ମାତ୍ର ହାର୍ଟ ଆଟାକ୍ ଆସିବା ପରେ ଲୋକେ ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ନକରିବା ଦ୍ୱାରା ହୋଇଥାଏ । ଯଦି କେହି ଛାତିରେ ଯନ୍ତ୍ରଣା ଅନୁଭବ କରନ୍ତି ଏବଂ ସେହି ସମୟରେ କିଛି ପ୍ରାଥମିକ ଚିକିତ୍ସା କରିଦିଅନ୍ତି ତେବେ ମେଡିକାଲ ସୁବିଧା ମିଳିବା ପର୍ଯ୍ୟନ୍ତ ସେ ବଂଚି ଯାଇପାରିବେ । ତେବେ ଏହାକୁ ଡାକ୍ତରୀ ଭାଷାରେ ଫାଷ୍ଟ୍ ଆଡ୍ ଟିପ୍ସ ବୋଲି କୁହାଯାଏ । ଯାହାକୁ ପ୍ରତ୍ୟେକ ହାର୍ଟ ପେସେଂଟ ଏବଂ ତାଙ୍କର ପରିବାର ସଦସ୍ୟଙ୍କୁ ଜାଣିରଖିବା ଉଚିତ । ଆସନ୍ତୁ ଜାଣିବା ସେହି ଟିପ୍ସ ସଂପର୍କରେ....

ଜୋର ଜୋରରେ ନିଶ୍ୱାସ ନିଅନ୍ତୁ

ଯଦି କାହାର ଛାତି କିମ୍ବା ହାର୍ଟରେ ବହୁତ ଜୋରରେ ଯନ୍ତ୍ରଣା ହେଉଛି କିମ୍ବା ମୁଣ୍ଡ ବୁଲାଉଛି ତେବେ ତାଙ୍କୁ ଜୋର ଜୋରରେ ନିଶ୍ୱାସ ନେବାକୁ କୁହନ୍ତୁ । ଏହାଦ୍ୱାରା ଆର୍ଟିଜ ରିଲାକ୍ସ ହୋଇଥାଏ । ଯଦି କେହି ବେହୋସ ହେବା ଭଳି ଅନୁଭବ କରୁଛନ୍ତି ତେବେ ତାଙ୍କୁ ଏଭଳି ତୁରନ୍ତ କରିବାକୁ ଆପଣ ପରାମର୍ଶ ଦେଇପାରିବେ ।

କାର୍ଡିଆକ ମସାଜ

ଏଥିରେ ଦୁଇ ହାତରେ ହାର୍ଟକୁ ପମ୍ପିଂ କରାଯାଇଥାଏ । ଯାହାକୁ ଆପଣ ଅଧିକାଂଶ ସମୟରେ ବିଭିନ୍ନ ସିନେମାରେ ଦେଖିଥିବେ । ଡାକ୍ତରଙ୍କ ମତରେ ଏହି କାମ ଜଣେ ଦକ୍ଷ ତାଲିମପ୍ରାପ୍ତ ବ୍ୟକ୍ତି କରିପାରିବେ କିନ୍ତୁ ଆପତକାଳୀନ ସମୟରେ ଭିଡିଓ ଦେଖି କେହି ବି କରିପାରିବେ । ଏଭଳି କରିବା ଦ୍ୱାରା ଟେମ୍ପରାରୀ ରିଲିଫ୍ ମିଳିଥାଏ ।

ଡିସପ୍ରିନ କିମ୍ବା Sorbitrate ଟ୍ୟାବଲେଟ୍ ନିଅନ୍ତୁ

ଯେଉଁ ରୋଗୀ ବିଶେଷ କରି ହାର୍ଟ ଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ତାଙଙ୍କ ପାଖରେ କିଛି ରେକମଣ୍ଡେଡ ବଟିକା ରହିଥାଏ । ଯାହାକୁ ପ୍ରଥମ ଥର ହାର୍ଟ ଆଟାକ୍ ଆସେ ସେ ଡିସପ୍ରିନ କିମ୍ବା Sorbitrate ଟ୍ୟାବଲେଟକୁ ଜିଭ ତଳେ ରଖିଦିଅନ୍ତୁ । ତେବେ ଏହି ବଟିକା ମେଡିକାଲ ସୁବିଧା ମିଳିବା ପର୍ଯ୍ୟନ୍ତ କାମ କରିବ ।

ଶାନ୍ତ ରୁହନ୍ତୁ ଏବଂ ଆଦୌ ଛାନିଆ ହୁଅନ୍ତୁ ନାହିଁ

ଡାକ୍ତରଙ୍କ ମତରେ , ଯଦି ଛାତିରେ ଯନ୍ତ୍ରଣା ହେଲା ଭଳି ଆପଣ ଅନୁଭବ କରୁଛନ୍ତି ତେବେ ଏଥିପାଇଁ ଆପଣ ଆଦୌ ବ୍ୟସ୍ତବିବ୍ରତ ହୁଅନ୍ତୁ ନାହିଁ । ଶାନ୍ତ ତଥା ସ୍ଥିର ରୁହନ୍ତୁ ଏବଂ ମେଡିକାଲ ଫ୍ୟାସିଲିଟି ପାଇଁ ପ୍ରୟାସ କରନ୍ତୁ ।ଆପଣ ଜାଣି ଆଶ୍ଚର୍ଯ ହେବେ କି ଅଧିକାଂଶ ରୋଗୀ ହାର୍ଟ ଆଟାକ୍ କାରଣରୁ ମରି ନଥାନ୍ତି ବରଂ ଏହି ସମୟରେ ଛାନିଆ ତଥା ବ୍ୟସ୍ତବିବ୍ରତ ହେବା କାରଣରୁ ମୃତ୍ୟୁ ବରଣ କରିଥାନ୍ତି ।

ଛାତି ଯନ୍ତ୍ରଣାକୁ ଆଦୌ ଅଣଦେଖା କରନ୍ତୁ ନାହିଁ

ଯଦି ଆପଣ କୌଣସି କାମ କରୁଥିବା ସମୟରେ ତଥା ଡ୍ରାଇଭିଂ ସମୟରେ, ବଗିଚାରେ କାମ କରୁଥିବା ସମୟରେ କିମ୍ବା କୌଣସି ବି କାମ କରିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରନ୍ତି ତେବେ ଏହାକୁ ଆଦୌ ଇଗନୋର କରନ୍ତୁ ନାହିଁ ତୁରନ୍ତ ତାକୁ ବନ୍ଦ କରି ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ କିମ୍ବା ଏସଂପର୍କରେ ପାଖରେ ଥିବା ପ୍ରିୟ ପରିଜନଙ୍କୁ ଅବଗତ କରାନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe