ସାବଧାନ୍ ! ଶିଶୁ ପାଇଁ ମା’ କ୍ଷୀର ହୋଇପାରେ ଜହର, ଡାକ୍ତର ଦେଲେ ସାଂଘାତିକ ତଥ୍ୟ

78

ଗୋଟିଏ ନବଜାତ ଶିଶୁକୁ ତା ମା’କ୍ଷୀର ହିଁ ସୁସ୍ଥ ରହିବା ପାଇଁ ସହାୟକ ହୋଇଥାଏ ଏକଥା ସମସ୍ତଙ୍କୁ ଜଣା । କାରଣ ଜନ୍ମ ପରେ ମା’ର କ୍ଷୀର ହିଁ ଶିଶୁ ପାଇଁ ଅମୃତ ତୂଲ୍ୟ । ହେଲେ ଜାଣି ଚକିତ ହେବେ କି, ମା’ର ଏହି କ୍ଷୀର ଶିଶୁ ପାଇଁ ଅମୃତ ବଦଳରେ ଜହର ବି ହୋଇପାରେ । ଏକଥା ଆମେ କହୁନାହୁଁ ବରଂ ଖୋଦ୍ ଡାକ୍ତରମାନେ ହିଁ କହିଛନ୍ତି ।

ସୂଚନା ମୁତାବକ, ପଂଜାବରେ ଜଣେ ମହିଳାଙ୍କୁ ନିଜ ୨୨ଦିନର କଅଁଳ ଶିଶୁକୁ ସ୍ତନ୍ୟପାନ କରିବାକୁ ମନା କରାଯାଇଛି । ଆଉ ଯଦି ସେ ତାଙ୍କ ପିଲାକୁ ସ୍ତନ୍ୟପାନ କରାନ୍ତି ତେବେ ଶିଶୁଟିର ମୃତ୍ୟୁ ହୋଇଯିବ ବୋଲି ଡାକ୍ତର କହିଛନ୍ତି । ତେବେ ପ୍ରକୃତ ମାମଲାଟି ହେଲା, ମହିଳା ଜଣକ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିଲେ । ଦୀର୍ଘ ୭ ବର୍ଷ ହେଲା ମହିଳା ଜଣକ ହେରୋଇନ ନେଉଥିଲେ । ଖାଲି ସେତିକି ନୁହେଁ ଗର୍ଭବସ୍ଥାରେ ବି ସେ ତାଙ୍କର ଏହି ନିଶାକୁ ଛାଡି ପାରିନଥିଲେ । ଆଉ ପ୍ରସବ ପରେ ବି ସେ ହେରୋଇନ ନେବା ଜାରି ରଖିଥିଲେ ।

ତେବେ ତାଙ୍କ ସ୍ୱାମୀଙ୍କ ବହୁ ବୁଝାଇବା ପରେ ସେ ନିଶା ନିବାରଣ କେନ୍ଦ୍ରକୁ ନିଜର ଚିକିତ୍ସା କରାଇବାକୁ ଆସିଥିରେ । ଆଉ ସେଠାରେ ସେ ଡାକ୍ତରଙ୍କ ପାଖରୁ ଯେଉଁ କଥା ଜାଣିପାକୁ ପାଇଲେ ତା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ମହିଳା ଜଣକୁ ଡାକ୍ତର କହିଥିଲେ କି, ସେ ଯେଉଁ ନିଶା ନେଉଛନ୍ତି ସେହି ନିଶା ତାଙ୍କ କ୍ଷୀର ଜରିଆରେ ଶିଶୁ ଶରୀରକୁ ଯାଉଛି । ଅର୍ଥାତ୍ ମହିଳାଙ୍କ କ୍ଷୀର ତାଙ୍କ ଶିଶୁ ପାଇଁ ଜହର ପାଲଟିଯାଇଛି । ତେଣୁ ପିଲାଟିର ଜୀବନ ବଂଚାଇବାକୁ ହେଲେ ଶିଶୁଟିକୁ ମା’ କ୍ଷୀର ନ ଦେବାକୁ ମହିଳା ଜଣଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତି ।