ଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ ଖୁଲାସା: ୧୭ ଲକ୍ଷ ଡିଏଲକୁ ଜାଲ ଘୋଷଣା କଲେ ସରକାର, ତୁରନ୍ତ ଯାଂଚ କରନ୍ତୁ ଆପଣଙ୍କ ପାଖରେ ଥିବା ଡିଏଲ ଅସଲି ନା ନକଲି

48

ରାସ୍ତାରେ ଗାଡି ଚଲାଇବାକୁ ହେଲେ ଚାଳକଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ରହିବା ନିହାତି ଅପରିହାର୍ଯ୍ୟ । କାରଣ ବିନା ଲାଇସେନ୍ସରେ ଡ୍ରାଇଭିଂ କରିବା ଏକ ଦଣ୍ଡନୀୟ ଅପରାଧ । ଏଥିପାଇଁ ଆପଣଙ୍କୁ ମୋଟା ରକମର ଫାଇନ ମଧ୍ୟ ଦେବାକୁ ପଡିଥାଏ । ତେଣୁ ଏହିସବୁ ସମସ୍ୟାରୁ ଦୂରରେ ରହିବା ପାଇଁ ଯଦି ଚାହୁଁଛନ୍ତି ତେବେ ତୁରନ୍ତ ଆପଣ ଡ୍ରାଇଭିଂ ଲାଇସେନ୍ସ ବନାଇଦିଅନ୍ତୁ । ସେହିପରି ଡିଏଲ ବନାଇବା ମଧ୍ୟ ପୂର୍ବପେକ୍ଷା ଆହୁରୀ ସହଜ ହୋଇପଡିଛି । କାହିଁକି ନା ପୂର୍ବରୁ ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ବାରମ୍ବାର ଡିଏଲ ଅଫିସର ଚକ୍କର କାଟିବାକୁ ପଡୁଥିଲା କିନ୍ତୁ ଏବେ ଏହି କାମ ଘରେ ବସି ବି ଲୋକେ କରିପାରୁଛନ୍ତି । ତେବେ ଇତି ମଧ୍ୟରେ ଡିଏଲକୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣଙ୍କ ମନରେ ବି ସନ୍ଦେହ ଜାତ ହେବ କି ଆପଣଙ୍କ ପାଖରେ ଥିବା ଡିଏଲ କଣ ବାସ୍ତବରେ ଅସଲି ?

ନିକଟରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ସଂସଦ ଗୃହରେ ଉପସ୍ଥାପନା କରିଥିବା ଏକ ରିପୋର୍ଟରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ତେବେ ଏହି ରିପୋର୍ଟରେ ସ୍ପଷ୍ଟ କରାଯାଇ କୁହାଯାଇଛି କି, ସାରା ଦେଶର ୬.୭ କୋଟି ଡ୍ରାଇଭିଂ ଲାଇସେନ୍ସର ଯାଂଚ କରିବା ପରେ ଜଣାପଡିଛି କି, ପାଖାପାଖି ୧୬.୭୨ ଲକ୍ଷ ଡ୍ରାଇଭିଂ ଲାଇସେନ୍ସ ଫର୍ଜି ବା ଜାଲ ଅଟେ । ତେଣୁ ଆଉ ବିଳମ୍ବ ନକରି ଆଜି ହିଁ ଆପଣ ନିଜ ଡିଏଲ ଚେକ କରିଦିଅନ୍ତୁ , ଆପଣଙ୍କ ଡିଏଲ ଜାଲ୍ କି ନୁହେଁ । କିନ୍ତୁ ଏଥିପାଇଁ ଆପଣଙ୍କୁ ଆରଟିଓ କାର୍ଯ୍ୟାଳୟକୁ ଯିବାକୁ ପଡିବ ।

ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି କି, ଦେଶରେ ୩୦ ପ୍ରତିଶତ ଡ୍ରାଇଭିଂ ଲାଇସେନ୍ସ ସମ୍ଭାବିତ ରୂପରେ ଜାଲ ଅଟେ । ରାଷ୍ଟ୍ରୀୟ ସୂଚନା କେନ୍ଦ୍ର ଦ୍ୱାରା ଡ୍ରାଇଭିଂ ଲାଇସେନ୍ସ ପାଇଁ ରାଷ୍ଟ୍ରୀୟ ରେଜିଷ୍ଟର ଉପରେ କରାଯାଇଥିବା ବିଶ୍ଳେଷଣରେ ଜଣାପଡିଛି କି, ୫ ଜାନୁଆରୀ ୨୦୧୫ରେ ଉପଲବ୍ଧ ୬,୭୦,୧୬,୮୫୧ଟି ଡ୍ରାଇଭିଂ ଲାଇସେନ୍ସର ରେକର୍ଡ ସମ୍ଭାବିତ ରୂପରୁ ଜାଲ ହୋଇଥିବା ଜଣାପଡିଛି । ଏହି ମାମଲା ଆସିବା ପରେ ଏବେ ସରକାର ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ କରିବାର ପ୍ରକ୍ରିୟାକୁ ଡିଜିଟାଲାଇଜ କରିବାକୁ ଯୋଜନା କରୁଛନ୍ତି ।

ଖାଲି ଏତିକି ନୁହେଁ ମାମଲାକୁ ଅତି ଗମ୍ଭୀରତାର ସହ ନେଇ ସରକାର କହିଛନ୍ତି କି, ଆଗାମୀ ଦିନର କାର୍ଯ୍ୟାନୁଷ୍ଠାନ ପାଇଁ ଖୁବ ଶୀଘ୍ର ହିଁ ବିଭିନ୍ନ ରାଜ୍ୟମାନଙ୍କ ସହ ନକଲି ତଥା ଜାଲ ଡ୍ରାଇଭିଂ ଲାଇସେନ୍ସ ପ୍ରସଙ୍ଗରେ ଆଲୋଚନା କରାଯିବ । ତେବେ ଜାଲ ଡ୍ରାଇଭିଂ ଲାଇସେନ୍ସ ଉପରେ ଲଗାମ କଷିବାକୁ ସରକାରଙ୍କ ତରଫରୁ ଏକ ସଫ୍ଟଓୟାର ମଧ୍ୟ ବିକଶିତ କରାଯାଉଛି, ଯାହା ଜରିଆରେ ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହ ଲିଙ୍କ କରାଯିବା ସହିତ ସୁରକ୍ଷିତ ରଖାଯାଇପାରିବ ।