ଫେସବୁକର ବଡ଼ ପଦକ୍ଷେପ ! ଏଣିକି ଫେସବୁକରେ ଦେଇପାରିବେନି ବିଜ୍ଞାପନ

ଫେସବୁକର ବଡ଼ ପଦକ୍ଷେପ ! ଏଣିକି ଫେସବୁକରେ ଦେଇପାରିବେନି ବିଜ୍ଞାପନ

Source: techspot-static-xjzaqowzxaoif5.stackpathdns.com

ଫେସବୁକ୍ ଉଠାଇଲା ବଡ଼ ପଦକ୍ଷେପ । ମିଛ ଖବର ପ୍ରଚାର ଓ ପ୍ରସାର ବିରୋଧରେ ଫେସବୁକ୍ ନେଇଛି ଦୃଢ କାର୍ଯ୍ୟାନୁଷ୍ଠାନ । ଯାହାକୁ ଫେସବୁକର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିବା ଅତୃକ୍ତି ହେବନାହିଁ ।

ସୂଚନା ମୁତାବକ, ଫେସବୁକ୍ ନିଜର ବ୍ଲଗ ପୋଷ୍ଟରେ ସୂଚନା ଦେଇଛି ଯେ, ‘ଯଦି କୌଣସି ପେଜରୁ ଲଗାତର ଭାବେ ମିଥ୍ୟା ଖବର କିମ୍ବା ଲୋକଙ୍କୁ ଭୟଭୀତ କଲାଭଳି ଖବର ସେୟାର ହୁଏ ତେବେ ଏଭଳି ପେଜକୁ ଫେସବୁକରେ ବିଜ୍ଞାପନ ଦେବାର ଅନୁମତି ମିଳିବ ନାହିଁ । ଖାଲି ସେତିକି ନୁହେଁ, ଏହାଦ୍ୱାରା ମିଥ୍ୟା ଖବର ଜରିଆରେ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ଲଗାମ ଲଗାଯାଇପାରିବ । ଆମର ଏହି ନିଷ୍ପତ୍ତି ଏଭଳି ମିଛ ଖବର ପ୍ରଚାର ଓ ପ୍ରସାରକୁ ରୋକିବ, ଯେଉଁମାନେ କି କେବଳ ଟଙ୍କା ରୋଜଗାର ପାଇଁ ଏଭଳି ମିଛ ଖବରକୁ ପବ୍ଲିସ କରୁଛନ୍ତି । କାରଣ ଏଭଳି ମିଛ ଖବର ସମାଜ ପାଇଁ କୌଣସି ବିପଦରୁ କମ୍ ନୁହେଁ । ଏହାଦ୍ୱାରା ଲୋକେ ସୂଚନା କମ୍ ପାଉଛନ୍ତି ମାତ୍ର ଭ୍ରମରେ ଅଧିକ ପଡୁଛନ୍ତି’ ।

ଫେସବୁକ୍ ପୁଣି ମଧ୍ୟ କହିଛି, ମିଛ ଖବର ଉପରେ ଅଙ୍କୁଶ ଲଗାଇବା ଭଳି ପଦକ୍ଷେପର ଅନ୍ୟ ଏକ ଅର୍ଥ ହେଲା, ଏହାଦ୍ୱାରା ନୂଆ ନୂଆ କଂଟେଂଟ୍ ପବ୍ଲିସ ହେବ ଏବଂ ତାର କ୍ୱାଲିଟି ମଧ୍ୟ ବଜାୟ ରହିବ ।
ଏଠାରେ ଆମେ କହି ରଖୁଛୁ କି, ଫେସବୁକ୍ ପୂର୍ବରୁ ହିଁ ଏଭଳି ମିଛ ଖବର ବିରୋଧରେ ଅଭିଯାନ ଜାରି ରଖିଛି । ଯେଉଁଥିପାଇଁ ଫେସବୁକ୍ ଥାର୍ଡ ପାର୍ଟି ତଥା ଫ୍ୟାକ୍ଟ ଚେକର୍ସ କଂପାନୀମାନଙ୍କ ସହାୟତା ମଧ୍ୟ ଲୋଡିଛି ।

ସୌଜନ୍ୟ: ଅମର ଉଜାଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe