କଂଟେଂଟ ମାର୍କେଟିଂ ଏଜେନ୍ସିର ଚେତାବନୀ: ମାତ୍ର ୩୫୦ ଟଙ୍କାରେ ଡାର୍କ ୱେବରେ ବିକ୍ରି ହେଉଛି ୟୁଜର୍ସଙ୍କ ଫେସବୁକ ଲଗଇନ

53

ଲୋକଙ୍କୁ ଯଦି ପଚରାଯାଏଁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟର ମୂଲ୍ୟ କେତେ? ସମସ୍ତେ କହିବେ ବହୁ ମୂଲ୍ୟବାନ । କିନ୍ତୁ କିଛି ହ୍ୟାକରଙ୍କ ପାଇଁ ଏହି ସବୁ ତଥ୍ୟ କେବଳ ବ୍ୟବସାୟର ଏକ ମାର୍ଗ ମାତ୍ର । ଆପଣଙ୍କୁ ଏଠାରେ କହିରଖୁଛୁ ଆପଣଙ୍କ ଫେସବୁକ ଲଗଇନକୁ ମାତ୍ର ୩୫୦ ଟଙ୍କାରେ ୱେବ ବଜାରରେ ବିକ୍ରିି କରାଯାଉଛି ।

ବର୍ତ୍ତମାନ ଫେସବୁକ ଡାଟା ଲିକକୁ ନେଇ ଚହଳ ସୃଷ୍ଟି ହୋଇଥିବାବେଳେ କଣ୍ଟେଣ୍ଟ ମାର୍କେଣ୍ଟିଙ୍ଗ ଏଜେନ୍ସି ଫ୍ରେକ୍ଟଲ ତରଫରୁ ଗତମାସ ତିନି ବଡ ୱେବସାଇଟ ପ୍ଲେସ,ହ୍ୱାଇଟ,ଡ୍ରିମ, ବଲ ଷ୍ଟ୍ରିଟ ମାର୍କେଟ ଉପରେ ତନାଘନା କରାଯାଇଥିଲା । ସର୍ବପ୍ରଥମେ ଏହି ଡାର୍କୱେବରେ ଏକ ତାର ଦ ଆନିୟନ ଋଙ୍କର ନିଆଗଲା । ଯେଉଁଥିରେ ୟୁଜର ଇଣ୍ଟରନେଟ ବ୍ରାଉଜ ବିନା କୌଣସି ପରିଚୟରେ ଖୋଲିପାରିବେ । ଡାର୍କ ନେଟ ୱେବରେ ପହଞ୍ଚିବା ପାଇଁ ଏହା ଜାଣିବା ନିତାନ୍ତ ଆବଶ୍ୟକ । ଗବେଶକମାନେ ଜାଣିବାକୁ ପାଇଲେ ଯେ ଫେସବୁକ ଲଗଇନକୁ ୫.୨୦ ଡଲାରରେ ବିକ୍ରି କରାଯାଉଛି ।ଏହାର ଦାମ ଏତେ ଶସ୍ତା ରହିଛି କାରଣ ଫେସବୁକରେ ଅନ୍ୟସବୁ ଥାର୍ଡ ପାର୍ଟି ଯେମିତି କି ଗେମ ଆପ,କ୍ୱିଜ ଆପ ଭଳି ଆପ ସବୁ ଥିବାରୁ ହ୍ୟାକର ସହଜରେ ଏହାକୁ ହ୍ୟାକ କରିନେଉଛନ୍ତି ।

୮୦ ହଜାରରେ ବିକ୍ରି ହେଉଛି ପ୍ରୋଫାଇଲ 

ହ୍ୟାକର ଡାର୍କ ୱେବରେ ସମ୍ପୁର୍ଣ୍ଣ ଅନଲାଇନ ପ୍ରୋଫାଇଲକୁ ୧୨୦୦ ଡଲାର ଭାରତରେ ୮୦ ହଜାରରେ ବିକ୍ରି କରିବାକୁ କହିଛି । ଏଥିରେ ବ୍ୟାଙ୍କ ଏବଂ କ୍ରେଡିଟ କାର୍ଡ ସମ୍ବନ୍ଧୀୟ ସୁଚନା ମଧ୍ୟ ରହିଅଛି । ଜି ମେଲ ୟୁଜର ନାଁ ଏବଂ ପାସୱାର୍ଡ ୧ ଡଲାରରେ ମିଳୁଥିବା ବେଳେ ଉବର ଲଗଇନ ଡିଟେଲ ୭ ଡଲାରରେ ମିଳୁଥିବା ସୁଚନା ମିଳିଛି ।

ଇଣ୍ଟରନେଟ ଅଣ୍ଡରୱାର୍ଲଡ ଡାର୍କ ୱେବ  

ଇଣ୍ଟରନେଟର ଏହି କଳା ଦୁନିଆରେ ଡ୍ରଗ୍ସ,ପର୍ଣ୍ଣ,ହତିଆର ସବୁର କାରବାର ହେଉଛି । ବିଶେଷଜ୍ଞଙ୍କ କହିବାନୁସାରେ ଟାରର ଆବିଷ୍କାର ରକ୍ଷା ସେବା ପାଇଁ ହୋଇଥିଲା ଯାହାଦ୍ୱାରା ପରିଚୟ ଗୁପ୍ତ ରଖାଯାଇ ଇଣ୍ଟରନେଟ ଚଲାଯାଇ ପାରିବ । କିନ୍ତୁ ପରେ ଏଠାକୁ ଅପରାଧି ପଶିଆସିଥିଲେ ।  ଟାରର ସାଇଟଗୁଡିମ ଡଟକମ ବଦଳରେ ଡଟ ଆନିୟନ ଏକ୍ସଟେନସନରେ ଖୋଲିଥାଏ । ଏହି ସାଇଟ କେବଳ ଟାରରେ ହିଁ ଦେଖାଯାନ୍ତି ଗୁଗଲରେ ନୁହଁ । ସୁଚନା ମିଳୁଛି କି ଡାର୍କ ନେଟର ଦୁନିଆ ଇଣ୍ଟରନେଟ ଠାରୁ ଦୁଇଗୁଣା ବଡ । ଏହି ସାଇଟରେ ପ୍ରତିଦିନ କୋଟି କୋଟି ସଂଖ୍ୟାରେ ଲୋକ ଲଗ ଇନ କରନ୍ତି କିନ୍ତୁ ତାଙ୍କ ପରିଚୟ ଗୁପ୍ତ ରହିଥାଏ ।