ସାବଧାନ ! ଆପଣ ପିଉଥିବା ବିୟର ଏକ୍ସପାୟରୀ ଡେଟ୍ ଚାଲିଯାଇନି ତ? ତେବେ ଏଭଳି ଜାଣନ୍ତୁ

42

ସର୍ବପ୍ରଥମେ ଏଠାରେ ଆମେ କହିରଖୁଛୁ କି,ମଦ୍ୟପାନ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ଏହା ମଣିଷକୁ ମୃତ୍ୟୁର ଦ୍ୱାର ଦେଶକପ ଟାଣି ନେଇଥାଏ । ତେଣୁ ମଦ୍ୟପାନ ତଥା ନିଶାଜାତ ଦ୍ରବ୍ୟଠାରୁ ସବୁବେଳେ ଦୂରେଇ ରୁହନ୍ତୁ ।

ମିଳିଥିବା ସୂଚନା ମୁତାବକ, ଦିଲ୍ଲୀର ବିଭିନ୍ନ ବାରରେ ଏକ୍ସପାୟରୀ ବିୟର ବିକ୍ରି କରାଯାଉଥିବାର ମାମଲା ସାମ୍ନାକୁ ଆସିଛି । ଯାହାର ଖୁଲାସା କରିଛି ଏକ୍ସାଇଜ୍ ଡିପାର୍ଟମେଂଟ । ସୂଚନା ମୁତାବକ, ଦିଲ୍ଲୀର କିଛି ରେଷ୍ଟୁରାଂଟ ଏବଂ ବାରରେ ଏକ୍ସପାୟରୀ ଡେଟର ବିୟର ପରସା ଯାଉଛି ।ଏକ୍ସାଇଜ ଅନୁସାରେ, ଦିଲ୍ଲୀର କେତେକ ନାମୀଦାମୀ ରେଷ୍ଟୁରାଂଟ ଏବଂ ବାରରେ ଚଢାଉ ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ଯେଉଁଠାରେ ଏକ୍ସପାୟରୀ ଡେଟର ବିୟର ବିକ୍ରି କରାଯାଉଥିଲା । ସୂଚନା ମୁତାବକ, ଏହି ବିୟର ୧୯ ଅଗଷ୍ଟ ୨୦୧୭ରୁ ୧୩ ଏପ୍ରିଲ ୨୦୧୮ ମଧ୍ୟରେ ବିକ୍ରି କରାଯାଇଛି ।

ଏକ୍ସାଇଜ ଡିପାର୍ଟମେଂଟର ରିପୋର୍ଟ ଅନୁସାରେ, ବିୟରରେ ଲେଖାଯାଇଥିବା ଡେଟକୁ ନେଇ ବାର ସଂଚାଳକମାନେ ବଡ ଖେଳ କରୁଛନ୍ତି । ଯେପରିକି,ବିଭିନ୍ନ ବ୍ରାଣ୍ଡ ଉପରେ ଅଲଗା ଅଲଗା ସୂଚନା ଦିଆଯାଇଥିଲା । ଏଭଳି ପରିସ୍ଥିତିରେ ଯଦି ରେଷ୍ଟ୍ରୋ, ବାର କିମ୍ବା କ୍ଲବରେ ମିଳୁଥିବା ବିୟର ବୋତଲ ଉପରେ ଲେଖାଯାଇଥିବା ସୂଚନାର ବିପରୀତ ଏକ୍ସପାୟରୀ ଡେଟ ବାଲା ବିୟର ବିକ୍ରି କରୁଛନ୍ତି ତେବେ ଏହା ଆଇନଗତ ଅପରାଧ ଅଟେ । ଏବଂ ଏଥିପାଇଁ ଉକ୍ତ ବାର କିମ୍ବା ରେଷ୍ଟୁରାଂଟ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

ଏଠାରେ ଆମେ କହି ରଖୁଛୁ କି, ଦିଲ୍ଲୀରେ ମଦ୍ୟପାନ କରୁଥିବା ବ୍ୟକ୍ତି ବିଶେଷଙ୍କର ଆଇନ ଗତ ବୟସ ୨୫ ବର୍ଷ ରଖାଯାଇଛି । ନିକଟରେ ଏକ୍ସାଇଜ ବିଭାଗ ଦ୍ୱାରା ସରକାରଙ୍କ ନିକଟକୁ ପଠାଇଥିବା ଏକ ପ୍ରସ୍ତାବରେ ମଦ୍ୟ ପାନର ଆଇନଗତ ବୟସ ୨୧ ବର୍ଷ କରିବାକୁ ଅନୁରୋଧ କରାଯାଇଥିଲା, କିନ୍ତୁ ସରକାର ବିଭାଗର ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ ।