ରେଳ ବିଭାଗରେ ଚାକିରି ପାଇଁ ଆବେଦନ କରିଛନ୍ତି କି ? ତେବେ ଜାଣିରଖନ୍ତୁ ଏଥରକ କିଭଳି ରହିଛି ରେଲୱେ ପରୀକ୍ଷାର ଢାଂଚା

ରେଳ ବିଭାଗରେ ଚାକିରି ପାଇଁ ଆବେଦନ କରିଛନ୍ତି କି ? ତେବେ ଜାଣିରଖନ୍ତୁ ଏଥରକ କିଭଳି ରହିଛି ରେଲୱେ ପରୀକ୍ଷାର ଢାଂଚା

Source:amarujala.com

ରେଳ ବିଭାଗରେ ୯୦ ହଜାରରୁ ଅଧିକ ପଦବୀରେ ଭର୍ତ୍ତି ନେଇ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ଲକ୍ଷାଧିକ ଆଶାୟୀପ୍ରାର୍ଥୀ ଚାକିରି ପାଇଁ ଆବେଦନ କରିଥିଲେ । ତେବେ ଯଦି ଆପଣ ମଧ୍ୟ ଏଥିପାଇଁ ଆବେଦନ କରିଛନ୍ତି ତେବେ ଏହାର ପରୀକ୍ଷା ଢାଂଚା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

• ରେଳ ବିଭାଗରେ ସବୁଠାରୁ ଅଧିକ ନିଯୁକ୍ତି ତଥା ପାଖାପାଖି ୬୩ ହଜାର ପଦ ଗ୍ରୁପ ଡି ଶ୍ରେଣୀ ପାଇଁ ରହିଛି । ଯେଉଁଥିରେ କମ୍ପ୍ୟୁଟର ସଂପର୍କିତ ପରୀକ୍ଷା ଏବଂ ଫିଜିକାଲ ଏଫିସିଏନ୍ସି ଟେଷ୍ଟ ଆଧାରରେ ଚୟନ କରାଯିବ । ତେବେ କମ୍ପ୍ୟୁଟର ଜନିତ ପରୀକ୍ଷାଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ ।

• ଏଥିରେ ସାଧାରଣ ଜ୍ଞାନ ଏବଂ କରେଂଟ ଆଫେୟାର୍ସ(୨୦ ନମ୍ବର), ସାଧାରଣ ବିଜ୍ଞାନ(୩୦ ନମ୍ବର), ଗଣିତ (୨୫ ନମ୍ବର) ଏବଂ ରିଜନିଂ(୨୫ ନମ୍ବର )ର ପ୍ରଶ୍ନ ରହିବ । ଅର୍ଥାତ୍ ୧୦୦ନମ୍ବର ପାଇଁ ମୋଟ୍ ୧୦୦ଟି ପ୍ରଶ୍ନ ରହିବ ।

• ପରୀକ୍ଷା କରିବା ପାଇଁ ସର୍ବ ପ୍ରଥମେ ସାଧାରଣ ଜ୍ଞାନ ଏବଂ କରେଂଟ ଆଫେୟାର୍ସର ୫୦ଟି ପ୍ରଶ୍ନ ମାତ୍ର ୨୫ରୁ ୩୦ ମିନିଟ୍ ମଧ୍ୟରେ ଆପଣ ଦେବାକୁ ଚେଷ୍ଟା କରିବେ । ଏଥିରେ ଗଣିତ ଏବଂ ରିଜନିଂର ୫୦ଟି ପ୍ରଶ୍ନ ପାଇଁ ପାଖାପାଖି ୬୦ରୁ ୬୫ ମିନିଟ୍ ପର୍ଯ୍ୟନ୍ତ ସମୟ ଆପଣଙ୍କୁ ମିଳିପାରେ ।

• ସେହିପରି ଗଣିତ ଏବଂ ରିଜନିଂର ସମସ୍ତ ୫୦ଟି ପ୍ରଶ୍ନର ଉତ୍ତର ଦେବା ସମୟରେ ଚେଷ୍ଟା କରିବେକି ନିର୍ଭୁଲ ଉତ୍ତର ଦେବାକୁ । ସାଧାରଣ ଜ୍ଞାନରେ ଇତିହାସ, ରାଜନୀତି, ଖେଳ, ଶାସନ ବ୍ୟବସ୍ଥା, ଅର୍ଥନୀତି ସଂପର୍କିତ ପ୍ରଶ୍ନ ସାମିଲ ରହିଛି । ସାଧାରଣ ବିଜ୍ଞାନରେ ଜିଓଗ୍ରାଫି ଏବଂ ସାଧାରଣ ବିଜ୍ଞାନ ସଂବର୍ଧିତ ପ୍ରଶ୍ନ ରହିଛି।

କରେଂଟ ଆଫେୟାର୍ସର ସମସ୍ତ ପ୍ରଶ୍ନ ପ୍ରତିଦିନ ଘଟୁଥିବା ଘଟଣାବଳୀରୁ ହିଁ ପଚରାଯିବ। ଏଥିପାଇଁ ପ୍ରତିଦିନ ଦୁଇରୁ ତିନିଟି ଲେଖାଏଁ ଖବରକାଗଜ ଏବଂ ପ୍ରତିଟି ଖବର ସହିତ ଅପଡେଟ ରହିବାକୁ ଚେଷ୍ଟା କରନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe