କଅଁଳ ଶିଶୁଟିର ଓଠରୁ ପ୍ରଥମେ ଝରି ପଡୁଥିବା ଅର୍ଥ ବୋଧକ ଶବ୍ଦ ହେଉଛି ମାଆ । ଗୋଟିଏ ଶବ୍ଦ ଭିତରେ କୋଟିଏ ଆବେଗ ସର୍ବଦା ଭରି ରହିଥାଏ । ମାତୃ ଦିବସରେ ସମସ୍ତେ ନିଜ ନିଜର ମାଆ ପାଇଁ ଦୂରରେ ଥାଇ ମଧ୍ୟ ମେସେଜ୍ କରିଥିବେ । ଆଉ କିଏ ପାଖରେ ପାଇ ମାଆ ପଣତ କାନିରେ ମୁଣ୍ଡ ରଖି ଆର୍ଶୀବାଦ କାମନା କରିଥିବେ ନିଶ୍ଚିନ୍ତ । ସ୍ୱର୍ଗାଦପୀ ଗରୀୟସୀ ସେ ମମତାର ସୀମାହିନ ସାଗର ହେଉଛି ମାଆ । ହେଲେ ପ୍ରକୃତରେ ଜଗତରେ ମାଆ ପରି ଶବ୍ଦ କୁ ବର୍ଣ୍ଣନା କରିବେ ସାଧକ ନୁହେଁ । ମାଆ ହେଉଛି ଏକ ଏଭଳି ନାଁ ଯେଉଁଥିରେ ରହିଛି କେବଳ ତ୍ୟାଗ ଆଉ ତପସ୍ୟା । ଆଉ ଏଭଳି ଉଦାହରଣ ବିଶ୍ୱର କୋଣ ଅନୂକୋଣରେ ଅନେକ ଦେଖିବାକୁ ମଳିବେ । କିନ୍ତୁ ଆଜି ଆସନ୍ତୁ ଜାଣିବା ଏଭଳି କିଛି ମାଆଙ୍କ ବିଷୟରେ ଯିଏ କି ତ୍ୟାଗ ଆଉ ବଳିଦାନ ସହ ନିଜ ପିଲାର ଉଜ୍ୱଳ ଭବିଷ୍ୟତ ପାଇଁ ଲଢ଼ିଛି ସଂଘର୍ଷର ଲଢ଼େଇ ।

Advertisment

publive-image

ଜୟପୁର ର ପ୍ରଥମ ମହିଳା କୁଲୀ ମଞ୍ଜୁ ଦେବୀ..

ରାଜସ୍ଥାନ ଜୟପୁର ର ମଞ୍ଜୁ । ସ୍ୱୀମୀଙ୍କ ଦେହାନ୍ତ ପରେ ପିଲାମାନଙ୍କ ଲାଳନ ପାଳନର ଦ୍ୱାୟିତ୍ୱ ଭାର ପଡିଲା ମଞ୍ଜୁଙ୍କ ଉପରେ । ସ୍ୱାମୀ ପୂର୍ବରୁ କୁଲୀ କାମ କରୁଥିଲେ ଭାବି ସେ ମଧ୍ୟ ପିଲାଙ୍କ ପେଟକୁ ଦାନା ଆଉ ତାଙ୍କ ଭବିଷ୍ୟତ ପାଇଁ ନିଜ ଗୋଟିଏ ପ୍ଲାଟଫର୍ମ ରୁ ଆଉ ଗୋଟିଏ ପ୍ଲାଟଫର୍ମ କୁ ନିଜ ମୁଣ୍ଡରେ ବୋହି ଚାଲିଲେ ୩୦ରୁ ୫୦ କେଜି ଓଜନର ଜିନିଷ । ଏପରିକି ରାଜସ୍ଥାନ ର ପ୍ରଥମ ମହିଳା କୁଲୀ ଭାବେ ନିଜର ବଳିଦାନ କଷ୍ଟ କରି ଗୋଟିଏ ବଡ ଝିଅ କୁ ନବମ ଶ୍ରେଣୀ, ମଝିଆଁ ଝିଅକୁ ଅଷ୍ଟମ ଓ ସାନ ପୁଅକୁ ଷଷ୍ଠ ଶ୍ରେଣୀରେ ପଢ଼ାଉଛନ୍ତି ମାଆ ମଞ୍ଜୁ । ତାଙ୍କର ଏଭଳି ସଂର୍ଘଷ , ନିଷ୍ଠାପରତା ଦେଖି ଚଳିତ ବର୍ଷ ମଞ୍ଜୁଙ୍କୁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ କରଯାଇଛି ।

publive-image

ମୀରଜାପୁର ର ଚମେଲୀ ଦେବୀ ପଟେଲ..

ମୀରଜାପୁର ର ଆହୀ ଅଞ୍ଚଳ ନିବାସୀ ଚମେଲୀ ଦେବୀ ଦାରିଦ୍ର୍ୟତାର ଚରମସୀମାରେ ଗତି କରି ଗୋଟିଏ ଲକ୍ଷରେ ସମସ୍ୟାର ସାମ୍ନା କରିଚାଲିଲେ । ପୁଅକୁ ଶିକ୍ଷିତ କରିବା ପାଇଁ ସଂକଳ୍ପ ନେଇଥିଲେ । ନିଜେ ପାଠ ଦୁଇ ଅକ୍ଷର ପଢ଼ି ନାହାଁନ୍ତି ସତ କିନ୍ତୁ ନିଜ ପୁଅକୁ ଦେଶର ଜଣେ ସୁ ଦକ୍ଷ ପ୍ରଶାସନିକ ଅଧିକାରୀଭାବେ ଗଢ଼ିଛନ୍ତି ଚମେଲୀ ଦେବୀ । ୨୦୧୭ ଆଇ.ପି.ଏସ୍ ପରୀକ୍ଷାରେ ପୁଅ ଜୟପ୍ରକାଶ ପଟେଲ ୧୬୨ତମ ସ୍ଥାନ ଅଧିକାର କରି ପ୍ରଶାସନିକ ସେବା ଯୋଗାଇ ଦେଉଛନ୍ତି ।

publive-image

ମୁରାଦାବାଦ ର ସୁହେଲା ପରବୀନ

ସେହିଭଳି ମୁରାଦାବାଦ ନିବାସୀ ସୁହେଲା ପରବୀନ ଅଫରୋଜଙ୍କ ଝିଅ ଆଜି ଜଣେ ଆ.ପି.ଏସ । ସୁହେଲାଙ୍କ ସ୍ୱାମୀ ୧୨ ବର୍ଷ ତଳେ ଦେହତ୍ୟାଗ କରି ଇହଧାମ କୁ ଚାଲିଗଲେ । ସ୍ୱାମୀ ଚାଲିଗଲା ପରେ ଏହି ମୁସଲମାନ ମହିଳା ଜଣକ ବୁର୍ଖାରେ ଭିତରେ ଜୀବନ କଙ୍କାଇ ମଧ୍ୟ ପିଲାଙ୍କ ପାଇଁ ସାଜିଥିଲେ କବଚ । କାରଣ ସହେଲାଙ୍କ ପାଖରେ କେବଳ ଖଣ୍ଡେ ଜମି ଥିଲା ଆଉ ସେ ଜମିରେ କ୍ଷେତବାଡି କରି ଝାଳ ବୁହାଇ ସମାଜ ସହିତ ତାଳ ଦେଇ ଝିଅ ଇଲ୍ମା ଅଫରୋଜକୁ ପ୍ରତିଷ୍ଠିତ ଆଇ.ପି.ଏସ ଅଫସ୍ର କରି ମାଆର ମମତା ଆଉ ବଳିଦାନର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ।

publive-image

ହରିୟାଣା ର ମହିଳା ରିକ୍ସା ଚାଳିକା ବବଲୀ

ବବଲୀଙ୍କ ଜିବନୀ ସଂଘର୍ଷ ପରବୀନ ଅଫରୋଜଙ୍କ ଜିବନୀ ଭଳି । ସ୍ୱାମୀ ଙ୍କ ୧୨ ବର୍ଷ ତଳେ ମୃତ୍ୟୁ ହୋଇଗଲା । ଆଉ ସେବେଠାରୁ ଗୋଟିଏ ଝିଅକୁ ଉଚ୍ଚ ଶିକ୍ଷିତ ମଣିଷ କରିବା ପାଇଁ ଗଳିକନ୍ଦି ବୁଲି ପରିବା ବିକ୍ରୀ କରି ଗୁଜୁରାଣ ମେଣ୍ଟାଉଥିଲା । ହେଲେ ଝିଅର ଭବିଷ୍ୟତକୁ ସଫଳତାର ଶୀର୍ଷରେ ପହଁଚାଇବା ପାଇଁ ଭଡାରେ ରିକ୍ସା ଚଲାଇବାକୁ ଅରମ୍ଭ କରିଦେଲେ । ଦିନକୁ ୧୫୦ରୁ ୩୦୦ଟଙ୍କା ମଳିଲା ତାକୁ ସଂଞ୍ଚୟ କରି କରି ଝିଅକୁ ଶିକ୍ଷିତ କରି ବିବାହ ମଧ୍ୟ କରାଇଲେ ।

publive-image

ସତରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କେତେ କଷ୍ଟ ସହି କେତେ ଉପବାସ କରି ନିଜ ପେଟ କକୁ ଉପାସରେ ପକାଇ ନିଜ ସନ୍ତାର କାଟିରେ ଅମୃତ ଯୋଗାଇଥାଏ । ଜୀବନ ମୃତ୍ୟୁରୁ ଉଦର୍୍ରେ ମାଆର ମମତା । କେତେ କଷ୍ଟ ସହିଛି ସେ କେତେବେଳେ ଗରମରୁ ରକ୍ଷା କରିବା ପାଇଁ ପଙ୍ଖା ସାଜିଛି ସେ ଆଉ ;କେତେବେଳେ ମଶାଦାଉ ରୁ ରକ୍ଷା କରିବା ପାଇଁ ରାତିଅନିଦ୍ରା ହୋଇଛି ସେ । ନିଜ ସନ୍ତାନ ର ଜୀବନକୁ ଆଲୋକ କରିବା ପାଇଁ ଦ୍ୱୀପ ଭଳି ଜଳିଛି ସେ ହେଉଛି ମାଆ । କ୍ଷମାର କ୍ଷୀରାବ୍ଦୀ ମାଆର ଅମୂଲ ମୁଲ କେବେ ଜୀବନରେ କେହି ସୁଝି ପାରିବେ ନାର୍ହି । ତା ସ୍ନେହର ସୀମା ନାହିଁ କି ଭଲପାଇବାରେ ପଟାନ୍ତର ନାହିଁ । ଆଉ ଶେଷରେ ଯୁଗେ ଯୁଗେ ନିରାତ ସତ୍ୟ ପରି ପ୍ରମାଣିତ ମାଆ ର ସେ ମମତାକୁ କେବେ କେହି ଭାଷାରେ ବର୍ଣ୍ଣନା କରିପାରି ନାହିଁ କି କରି ପାରିବେ ନାହିଁ । ମାତୃ ଦିବସରେ ଏହି ବିଶେଷ ରିପୋର୍ଟ ଆଣଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ ଜଣାନ୍ତୁ ।