ଯଦି ଆପଣ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ତଥା ଇପିଏଫଓର ମେମ୍ବର ଅଛନ୍ତି ଏବଂ ଆପଣ ଆପଣଙ୍କର ପିଏଫ ଆକାଉଂଟ ସହ ଜଡିତ କୌଣସି ସମସ୍ୟା ରହିଛି ତେବେ ଆପଣଙ୍କର ଏହି ସମସ୍ୟାାର ସମାଧାନ ଏବେ ଅତି ସହଜରେ ହୋଇପାରିବ । କାରଣ ଏଣିକି ଏଇପିଏଫଓର ସମସ୍ତ ଫିଲ୍ଡ ଅଫିସ ପ୍ରତିମାସ ୧୦ ତାରିଖରେ ‘ନିଧି ଆପଣଙ୍କ ନିକଟ କାର୍ଯ୍ୟକ୍ରମ’ ଆୟୋଜିତ କରାଯାଇ ସଦସ୍ୟମାନଙ୍କର ସବୁ ଅଭିଯୋଗର ସମାଧାନ କରିବ । ଏଭଳି ପରିସ୍ଥିତିରେ ଆପଣ ସମ୍ବନ୍ଧିତ ଇପିଏଫଓ ଅଫିସ ଯାଇ ନିଜ ଅଭିଯୋଗ ତଥା ସମସ୍ୟାର ସମାଧାନ କରିପାରିବେ ।
ଇପିଏଫଓର ସେଂଟ୍ରାଲ ପିଏଫ କମିଶନର ସୁନୀଲ ବର୍ଥୱାଲଙ୍କ ତରଫରୁ ଜାରି କରାଯାଇଥିବା ସର୍କୁଲାରରେ କୁହାଯାଇଛି କି, ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଫିଲ୍ଡ ଅଫିସରେ ପ୍ରତି ମାସ ୧୦ ତାରିଖରେ ଆୟୋଜିତ କରାଯିବ । ଯଦି ମାସର ୧୦ ତାରିଖକୁ ଛୁଟି ପଡେ ତେବେ ଏହି କାର୍ଯ୍ୟକ୍ରମ ଆଗାମୀ କାର୍ଯ୍ୟଦିବସରେ ଆୟୋଜିତ କରାଯିବ । ଏହାଦ୍ୱାରା କାର୍ଯ୍ୟକ୍ରମ ଇପିଏଫଓ ସଦସ୍ୟମାନଙ୍କ ପାଇଁ ନିଜ ନିଜର ଅଭିଯୋଗ ଏବଂ ସମସ୍ୟାଗୁଡିକର ସମାଧାନ କରିବା ସହଜ ହୋଇପାରିବ ।
ତେବେ ଏହି ସର୍କୁଲାରରେ ଆହୁରୀ ମଧ୍ୟ କୁହାଯାଇଛି କି, ଯଦି କୌଣସି ସଦସ୍ୟଙ୍କ ଅଭିଯୋଗ ତଥା ସମସ୍ୟାର ସମାଧାନ ଏହି କାର୍ଯ୍ୟକ୍ରମ ଅବସରରେ ତଥା ସେହି ଦିନ ହୋଇନପାରେ ତେବେ ମେମ୍ବରର୍ସଙ୍କ ଆପ୍ଲିକେସନ ତଥା ରିପ୍ରେଜେଂଟେସନାଲକୁ ବ୍ରାଂଚ ଅଫିରସରଙ୍କୁ ନ୍ୟସ୍ତ କରିଦିଆଯିବ । ଏବଂ ଅଫିସରମାନ ଏହି କାମକୁ ଅତି ଦାୟିତ୍ୱର ସହ ସମାଧାନ କରିବେ । ଯାହାକୁ ୨୫ ତାରିଖ ସୁଦ୍ଧା ହିଁ ତାଙ୍କୁ କରିବାକୁ ପଡିବ । ଯଦି କୌଣସି କାରଣରୁ କୌଣସି ବି ମେମ୍ବର୍ସଙ୍କ ସମସ୍ୟାର ସମାଧାନ ହେବାକୁ ଅଧିକ ସମୟ ଲାଗୁଛି ତେବେ ଆବେଦକଙ୍କୁ ଆକ୍ସନ ଟେକେନ ରିପୋର୍ଟ ସହିତ ଏକ ଅତିରିକ୍ତ ଉତ୍ତର ପ୍ରତିମାସ ୨୫ ତାରିଖ ସୁଦ୍ଧା ପଠାଇବାକୁ ପଡିବ । ଆଉ ଯେପର୍ଯ୍ୟନ୍ତ ଅଭିଯୋଗକାରୀଙ୍କ ସମସ୍ୟାର ସମାଧାନ ନହୋଇପାରିଛି ସେପର୍ଯ୍ୟନ୍ତ ତାଙ୍କୁ ରିପୋର୍ଟ ଦେବାକୁ ପଡିବ ।