ଜିଓ ଗ୍ରାହକଙ୍କୁ ଝଟକା: ଆଉ ମାଗଣାରେ ମିଳିବନି ଏହି ସର୍ଭିସ୍, କଂପାନୀକୁ ଦେବାକୁ ପଡିବ ଅତିରିକ୍ତ ଟଙ୍କା

Advertisment
ମୁକେଶ ନେବେନି ବର୍ଷକର ବେତନ । ସାଲାରୀ କାଟ୍ ଘୋଷଣା କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ । ୧୦ରୁ ୫୦% ପର୍ଯ୍ୟନ୍ତ କଟାଯିବ କର୍ମଚାରୀଙ୍କ ଦରମା

image courtesy-http://www.zeebiz.com

ଗୋଟିଏ ପଟେ, ରିଲାଏନ୍ସ ଜିଓ ଯେଉଁଠି ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ଦେଇ ରଖୁଛି , ସେଇି କଂପାନୀ ଏବେ ଗ୍ରାହକଙ୍କୁ ଏକ ବହୁତ ବଡ ଝଟକା ଦେବାକୁ ଯୋଜନା କରୁଛି । ରିଲାଏନ୍ସ ଜିଓ ଗ୍ରାହକଙ୍କୁ ମାଗଣା ଡାଟା, ଫ୍ରି କଲିଂ ଏବଂ ଫ୍ରି ଆପର ସବସକ୍ରିପସନ ପାଇଁ ପରିଚିତ । ହେଲେ ଏଥରକ କଂପାନୀ ନିଜର ଗ୍ରାହକଙ୍କୁ ଏକ ଝଟକା ଦେବାକୁ ଯାଉଛି । ଏଯାବତ୍ ଜିଓର ଯେଉଁ ମାଗଣା ସେବାର ଲାଭ ଆପଣ ଉଠାଉଥିଲେ , ସେଥିପାଇଁ କଂପାନୀ ଏବେ ଆପଣଙ୍କଠାରୁ ଟଙ୍କା ଆଦାୟ କରିବାକୁ ଯାଉଛି । କିଭଳି ଜାଣିବା ପାଇଁ ପଠନ୍ତୁ ପୂରା ଖବରଟି..

publive-image

ଜିଓ ଗ୍ରାହକଙ୍କୁ ମାଗଣାରେ ୩ ମାସ ମିଳିବ ଏହି ସେବା

କଂପାନୀ ଏଯାବତ ନିଜର ଗ୍ରାହକଙ୍କୁ ଗୋଟିଏ ହିଁ ପ୍ଲାନରେ ଜିଓ ଟିଭି, ଜିଓ ମ୍ୟୁଜିକ୍, ଜିଓ ସିନେମା ଭଳି ଆପର ମାଗଣା ସବସକ୍ରିପସନ ଦେଇରଖୁଥିଲା, ହେଲେ ଗ୍ରାହକଙ୍କୁ ଏକ ବହୁତ ବଡ ଝଟକା ଦେବାକୁ ଯୋଜନା କରୁଛି କଂପାନୀ । ତେବେ ପ୍ଲାନ ଆରମ୍ଭର ତିନି ମାସ୍ ଯାଏଁ ଏହା ସଂପୂର୍ଣ୍ଣ ମାଗଣା ହେବ । ସୂଚନା ମୁତାବକ, ରିଲାଏନ୍ସ ଜିଓ ନିଜର ମାଗଣା ଆପଗୁଡିକ ଭିତରୁ ଜିଓ ମ୍ୟୁଜିକକୁ ହଟାଇବାକୁ ଯାଉଛି । ଜିଓ ମ୍ୟୁଜିକର ନାଁ ବଦଳାଇ ଜିଓସାୱନ କରାଯିବ । ଯାହାକୁ ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ପଡିବ ।

publive-image Jiomusic will jioSaavn

ରିପୋର୍ଟ ଅନୁସାରେ, ଆରମ୍ଭର ୯୦ ଦିନ ପର୍ଯ୍ୟନ୍ତ କଂପାନୀ ମାଗଣାରେ ଜିଓସାୱନ ଆପର ସବସକ୍ରିପସନ ଦେବ ଏବଂ ପରେ ଟଙ୍କା ନେବ । ଯଦିଓ କଂପାନୀ ପକ୍ଷରୁ ଏସଂପର୍କରେ କୌଣସି ସୂଚନା ମିଳିନାହିଁ । ତେବେ ଯଦି ଜିଓ ନିଜର ମ୍ୟୁଜିକ ଆପ ପାଇଁ ଟଙ୍କା ନିଏ ତେବେ ଆପଣଙ୍କୁ ଭିଡିଓ ଏବଂ ଗୀତ ଡାଉନଲୋଡ କରିବାର ବିକଳ୍ପ ମିଳିବ । ଏଥିସହିତ ହିଁ, ଆପଣଙ୍କୁ ବିଜ୍ଞାପନରୁ ମୁକ୍ତି ମୁଳିବ । ଜିଓସାୱନ ଆପ ଲଂଚ ହେବାର ସୂଚନା ସାୱନ ଆପ ତରଫରୁ ଦିଆଯାଇଛି । ତେବେ କଂପାନୀ ପକ୍ଷରୁ ଏଯାବତ୍ ଜିଓସାୱନ ଆପ ସଂପର୍କରେ କୌଣସି ଆଧିକାରୀକ ସୂଚନା ଦିଆଯାଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe