ସରକାରଙ୍କ ବଡ଼ ପଦକ୍ଷେପ ! ଏଣିକି ପୂର୍ବପେକ୍ଷା ଅଧିକ ସୁରକ୍ଷିତ ହେବ ମୋବାଇଲ ଏବଂ ଆପ୍

Advertisment
ସରକାରଙ୍କ ବଡ଼ ପଦକ୍ଷେପ ! ଏଣିକି ପୂର୍ବପେକ୍ଷା ଅଧିକ ସୁରକ୍ଷିତ ହେବ ମୋବାଇଲ ଏବଂ ଆପ୍

Source: betanews.com

ମୋବାଇଲ ଫୋନ ଏବଂ ଏଥିରେ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାରର ଆପଗୁଡିକର ସୁରକ୍ଷାକୁ ନେଇ ଚିନ୍ତିତ ଥିବା ସରକାର ବର୍ତ୍ତମାନ ଡାଟାର ସୁରକ୍ଷାକୁ ନେଇ ଏକ ସୁରକ୍ଷା ଢାଂଚାର ପ୍ରସ୍ତୁତି କାମ ଆରମ୍ଭ କରି ଦେଇଛନ୍ତି । ଆଗାମୀ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ସାରା ଦେଶରେ ସରକାରଙ୍କ ଏହି ଢାଂଚାକୁ କାର୍ଯ୍ୟାକାରୀ କରାଯିବ । ଯାହାଦ୍ୱାରା କି ନା କେବଳ ମୋବାଇଲ ହ୍ୟାଣ୍ଡସେଟ୍ ଏବଂ ଆପଗୁଡିକର ସୁରକ୍ଷାର ଯାଂଚ ପାଇଁ ରାସ୍ତା ଖୋଲିବ ବରଂ ଏଥିସହିତ ଏହାର ସୁବିଧାଗୁଡିକ ବି ଦେଶରେ ବୃଦ୍ଧି ପାଇବ । ଏହାଦ୍ୱାରା ମୋବାଇଲ ଫୋନ ଏବଂ ଆପ ଅନେକାଂଶରେ ସୁରକ୍ଷିତ ରହିବ ।

publive-imageସୂଚନା ମୁତାବକ, ଡିଜିଟାଲ ହେବା ପରଠାରୁ ଦେଶରେ ଦ୍ରୁତ ଗତିରେ ଯେଭଳି ମୋବାଇଲର ବ୍ୟବହାର ବୃଦ୍ଧି ପାଇବା ଲାଗିଛି, ସେଥିରେ ଡାଟା ଚୋରି ଏବଂ ସାଇବର ସିକ୍ୟୁରିଟି ସହ ଜଡିତ ଭୟ ମଧ୍ୟ ସୃଷ୍ଟି ହୋଇଛି । ମୋବାଇଲ ଫୋନ ମାଧ୍ୟମରେ ଲୋକେ ଡିଜିଟାଲ ପେମେଂଟକୁ ମଧ୍ୟ ବହୁଳ ମାତ୍ରାରେ ଗୁରୁତ୍ୱ ଦେଉଛନ୍ତି । ହ୍ୟାଣ୍ଡସେଟ୍ ଏବଂ ଏଥିରେ ବ୍ୟବହାର କରାଯାଉଥିବା ଆପ ଗୁଡିକ ସୁରକ୍ଷିତ ନରହିବା କାରଣରୁ ଗ୍ରାହକଙ୍କର ତଥ୍ୟ ଚୋରି ହେବାର ବିପଦ ମଧ୍ୟ ଜାରି ରହିଛି ।

publive-imageତେବେ ଡିଜିଟାଲ ଇଣ୍ଡିଆ ନିର୍ମାଣରେ ଡାଟା ଉପରେ କୌଣସି ପ୍ରକାରର ଭୁଲ ବି ଆପଣଙ୍କୁ ବିପଦରେ ପକାଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଡାଟା ସିକ୍ୟୁରିଟି ସହିତ ଡିଜିଟାଲ ସେବାଗୁଡିକରେ ବ୍ୟବହାର ହେଉଥିବା ବୈଦ୍ୟୁତିକ ଉପକରଣଗୁଡିକର ସୁରକ୍ଷା ଅଡିଟକୁ ଗମ୍ଭୀରତାର ସହ ନେଇଛି । ଦେଶରେ ଏଭଳି ଯାଂଚ ପାଇଁ ଏକ ଉତ୍ତମ ବ୍ୟବସ୍ଥା ତିଆରି କରିବା ନେଇ ବିଦ୍ୟୁତ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ତଥା ରବିଶଙ୍କର ପ୍ରସାଦଙ୍କ ନିର୍ଦ୍ଦେଶ ଦେଇଥିଲେ ।ଯେଉଁଥିରେ ସମସ୍ତ ମୋବାଇଲ ହ୍ୟାଣ୍ଡସେଟ୍ ନିର୍ମାତା କଂପାନୀମାନଙ୍କୁ ସରକାରଙ୍କୁ ସୂଚନା ଉପଲବ୍ଧ କରାଇବାକୁ କୁହାଯାଇଛି । ସୂଚନା ମୁତାବକ, ଏହି ପ୍ରକ୍ରିୟା ଆଧାରରେ ଉଚ୍ଚସ୍ତରିୟ ସଂଶୋଧନ କରାଯିବା ଭଳି ଯାଂଚ କେନ୍ଦ୍ର ସ୍ଥାପନ କରାଯିବ, ଯେଉଁଠି ଉପକରଣ ଏବଂ ଡିଜିଟାଲ ସେବା ଉପଭୋକ୍ତାଙ୍କର ସୁରକ୍ଷା ଅଡିଟ୍ କରିବାର ସୁବିଧା ରହିବ ।

publive-imageଖାଲି ସେତିକି ନୁହେଁ, ଦେଶରେ ଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ଏଭଳି ପ୍ରକାର ଗୋଟିଏ ଗୋଟିଏ ପରୀକ୍ଷଣ ସୁବିଧା ସ୍ଥାପନ କରିବା କାମ ଆରମ୍ଭ ହୋଇଯାଇଛି । ଯାହାକି ଅକ୍ଟୋବର ୨୦୧୭ ଭିତରେ ଆରମ୍ଭ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାବ୍ୟତୀତ ଘରୋଇ କ୍ଷେତ୍ରରେ ଏଭଳି ଅନେକ ଲ୍ୟାବ୍ରୋଟୋରୀ ଖୋଲିବାକୁ ମଧ୍ୟ ଯୋଜନା ଚାଲିଛି ।

ବର୍ତ୍ତମାନ ସମସ୍ତ ପ୍ରକାର ବୈଦ୍ୟୁତିକ ଉପକରଣଗୁଡିକ ଦ୍ୱାରା ଘଟୁଥିବା ଦୁର୍ଘଟଣା ତଥା ସେଥିରେ ନିଆଁ ଲାଗିଯିବା, ବସ୍ଫୋରଣ ହେବା ଭଳି ଘଟଣାଗୁଡିକୁ ରୋକିବା ପାଇଁ ଏକ ଯାଂଚ କରାଯିବା ଭଳି ସୁବିଧା ଦେଶରେ ଉପଲବ୍ଧ । ଏଭଳି ପାଖାପାଖି ୧୪ ଲ୍ୟାବ ସରକାରୀ ସ୍ତରରେ କାର୍ଯ୍ୟକାରୀ କରାଯାଉଥିବା ବେଳେ ବ୍ୟକ୍ତିଗତ ତଥା ଘରୋଇ କ୍ଷେତ୍ରରେ ମଧ୍ୟ ୪୦ଟି ଲ୍ୟାବ ରହିଛି ।

ସୌଜନ୍ୟ: ଦୈନିକ ଜାଗରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe