କନକ ବ୍ୟୁରୋ : ଲୋକେ କୁହାକୁହି ହେଉଛନ୍ତି କୋଲକାତାରେ ଜମୁଛି ଦଶହରା । ଦୁର୍ଗା ପୂଜା ପାଇଁ ସ
ବୁ ପେଣ୍ଡାଲ ମଧ୍ୟରେ ଚାଲିଛି ପ୍ରତିଯୋଗିତା । କିଏ ଅଧିକ ସୁନ୍ଦର ପେଣ୍ଡାଲ କରି ଦର୍ଶକ ଆକୃଷ୍ଟ କରିପାରିବ ତାକୁ ନେଇ କମିଟି ମଧ୍ୟରେ ପ୍ରତିଯୋଗିତା । କୋଲକାତାରେ ୧୦କୋଟି ଟଙ୍କା ବ୍ୟୟରେ ମାହିଷ୍ମତି ସାମ୍ରାଜ୍ୟର ଝଲକ ଦେଖିବାକୁ ମିଳିଥିବାବେଳେ ଥାଇଲ୍ୟାଣ୍ଡର ଶ୍ୱେତ ମନ୍ଦିର ବି ଦେଖିବାକୁ ମିଳିଛି । ସେହିପରି ଜଗତ ମୁଖାର୍ଜି ପାର୍କ ଶୋଭାବଜାର ଅଂଚଳରେ ସବମରିନ ଭିତରେ ପୂଜାପାଉଛନ୍ତି ଜଗତଜନନୀ ।
କିଛି ଭିନ୍ନ କରିବାକୁ ଯାଇ ଏଠାରେ କମିଟି ପକ୍ଷରୁ ନିର୍ମିତ ଏହି ପେଣ୍ଡାଲରେ ସବମରିନର ଝଲକ ଦେଖିବାକୁ ମିଳିଛି । ଏପରିକି ଏଠାରେ ପାଣିରେ ବିିଭିନ୍ନ ସମୁଦ୍ରର ଜୀବ ମଧ୍ୟ ରଖାଯାଇଛି । ଏହି ପୂଜା ପଣ୍ଡାଲରେ ବୁଲି ଆସିଲେ ସତରେ ସମୁଦ୍ର ଭିତରୁ ବୁଲି ଆସିଲା ଭଳି ଆପଣ ଅନୁଭବ କରିବେ।
ପୂଜାର ମାହୋଲ ଭିତରେ ଝଲକୁଛି କୋଲକତାର ବିଭିନ୍ନ ପୂଜା ପେଣ୍ଡାଲ । ଦିନକୁ ଦିନ ଗୋଟିଏ ଗୋଟିଏ ପେଣ୍ଡାଲର ଆକର୍ଷଣୀୟ ସାଜସଜ୍ଜାକୁ ନେଇ ରୋଚକ ଖବର ପ୍ରକାଶ ପାଉଛି । ଏହାକୁ ଦେଖିବାକୁ ମଧ୍ୟ ଦେଶର ଅନ୍ୟ ଭାଗରୁ ଲୋକଙ୍କୁ ଆକର୍ଷିତ କରୁଛି । କେତେବେଳେ କୋଲକତାର ବାହୁବଳୀ ପୂଜା ପେଣ୍ଡାଲ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ତ କେତେବେଳେ ଦୁର୍ଗା ମା’ଙ୍କର ସୁନାବସ୍ତ୍ରକୁ ନେଇ ଆଲୋଚନା ହେଉଛି । ଆଉ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କୋଲକତାର ଦଶହରା ପୂଜା ପେଣ୍ଡାଲ ତାର ସ୍ୱାତନ୍ତ୍ରତା ଜାହିର କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/2513_Jagat-Mukherjee-Park-Sovabazar_5964.jpg)