ଗାଡିର ମାଇଲେଜ ବଢାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ କିଛି ସରଳ ଟିପ୍ସ

Advertisment
ଗାଡିର ମାଇଲେଜ ବଢାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ କିଛି ସରଳ ଟିପ୍ସ

Source:Daily Express

ସାଧାରଣତଃ ଆମେ ଯେତେବେଳେ କୌଣସି ଗାଡି କିଣିବାକୁ ସୋ’ରୁ ଯାଇଥାଉ ସେତେବେଳେ ପ୍ରଥମେ ଗାଡିର ମାଇଲେଜ ସଂପର୍କରେ ପଚାରି ବୁଝିଥାଉ । ବର୍ତ୍ତମାନ ପରିସ୍ଥିତିରେ ଯଦିଓ ବିଭିନ୍ନ ପ୍ରକାରର ଟେକନିକ୍ ସାମ୍ନାକୁ ଆସିଛି ହେଲେ ଆଜି ବି ଲୋକେ ମାଇଲେଜକୁ ହିଁ ଅଧିକ ପ୍ରାଥମିକତା ଦେଇଥାନ୍ତି । ଏକ ରିପୋର୍ଟରେ ପ୍ରକାଶିତ ଖବର ମୁତାବକ, ବିଶ୍ୱର ଦୁଇ ଭାଗ ଲୋକ ମାଇଲେଜକୁ ପ୍ରଥମେ ପ୍ରାଥମିକତା ଦେଇଥାନ୍ତି । ତେଣୁ ଆଜି ଆମେ ଆପଣଙ୍କୁ କିପରି ଗାଡିର ମାଇଲେଜକୁ ବୃଦ୍ଧି କରିବେ ସେସଂପର୍କରେ ୫ଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଜଣାଇବୁ , ଯାହାକୁ ଆପଣଙ୍କୁ ସର୍ବଦା ମନେ ରଖିବାକୁ ପଡିବ ।

ଟାୟାରର ଏୟାର ପ୍ରସରକୁ ସବୁବେଳେ ମେଂଟେନ ରଖନ୍ତୁ

ପ୍ରଥମ କଥା ହେଲା କି ସବୁବେଳେ ଗାଡି ଟାୟାର ପ୍ରେସରକୁ ମ୍ୟାନ୍ୟୁଫାକ୍ଟର ଗାଇଡ ମୁତାବକ ମେଂଟେନ କରିବା ଦରକାର । ଏଭଳି ପରିସ୍ଥିତିରେ ଆପଣଙ୍କ ପାଇଁ ଠିକ୍ ହେବକି ଗାଡି ଧରି କେଉଁଠାକୁ ବାହାରିବା ପୂର୍ବରୁ ପ୍ରଥମେ ଚକାରେ ପ୍ରେସର ଅଛିକି ନାହିଁ କି ନାହିଁ ତାହା ଯାଂଚ କରିନେବା ଉଚିତ । କାରଣ କମ ହାୱା ଦ୍ୱାରା ଗାଡିର ଇଂଜିନ ଉପରେ ଏହାର ଅଧିକ ପ୍ରେସର ପଡିଥାଏ ଏବଂ ମାଇଲେଜ ମଧ୍ୟ କମି ଯାଏ ।

ଗାଡିରେ ଲଗାଯାଇଥିବା ଏସିକୁ ସବୁବେଳେ ଚାଲୁ ରଖନ୍ତୁ ନାହିଁ

ଅଧିକାଂଶ ଲୋକେ ଦରକାର ନଥିଲେ ବି ଗାଡିରେ ଲାଗିଥିବା ଏସିକୁ ଚାଲୁ ରଖିଥାନ୍ତି , ଯାହାକି ଆଦୌ ଠିକ୍ ନୁହେଁ । କାରଣ, ଏହାଦ୍ୱାରା ତେଲ ଅଧିକ ଟାଣି ଥାଏ ।

ଟ୍ରାଫିକ୍ ଅଟକାଇଥିବା ସମୟରେ ଗାଡିର ଇଂଜିନକୁ ବନ୍ଦ ରଖନ୍ତୁ

ଅଧିକାଂଶ ଲୋକେ ଏଭଳି ଥାନ୍ତି କି ସିଗନାଲ ତଥା ଟ୍ରାଫିକ୍ ଅଟକାଇଥିବା ସମୟରେ ବି ଗାଡି ଚାଲୁ ରଖିଥାନ୍ତି ହେଲେ ଯଦି ଟ୍ରାଫିକ ଅଧିକ ରହିଛି ତେବେ ଇଂଜନକୁ ବନ୍ଦ କରିଦେବା ହିଁ ଠିକ୍ । ଯାହାଦ୍ୱାରା ତେଲ ବଂଚିବା ସହିତ ବାୟୁ ପ୍ରଦୂଷଣକୁ ମଧ୍ୟ ରୋକା ଯାଇପାରିବ ।

ସର୍ଭିସିଂ

ଯଦି ଆପଣ ଆପଣଙ୍କ ଗାଡିର ମାଇଲେଜ ବଢାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଗାଡିର ଇଂଜିନ. କ୍ଲଚ, ଗିୟର ଆଦି ପାର୍ଟକୁ ଭଲ ଭାବରେ ସଫା ତଥା କାମ କରିବା ଉଚିତ । ତେଣୁ ଏଥିପାଇଁ ଆବଶ୍ୟକ ହେବ କି ଗାଡି ସର୍ଭିସିଂ ସମୟ ସମୟରେ କରାଯିବା ଏବଂ ସର୍ଭିସିଂ ସବୁବେଳେ କୌଣସି ଭରସାଯୋଗ୍ୟ ମେକାନିକ୍ ନିକଟରେ ହିଁ କରନ୍ତୁ ।

ତେଲ କ୍ୱାଲିଟି

କୌଣସି ବି ପେଟ୍ରୋଲ ପମ୍ପ କିମ୍ବା ରାସ୍ତା କଡରେ ମିଳୁଥିବା ତେଲ ପକାନ୍ତୁ ନାହିଁ , କାହିକିଁ ନା ଅଧିକାଂଶ ସମୟରେ ଏହି ସବୁ ସ୍ଥାନରେ ଅପମିଶ୍ରିତ ତେଲ ବିକ୍ରି କରାଯାଉଥିବା ଖବର ସାମ୍ନାକୁ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe