ବିବାହ ନାଁରେ ବାଜ୍ୟଖର୍ଚ୍ଚ ରୋକିବା ଏବଂ ଯୌତୂକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ କରିବା ପାଇଁ ବର୍ତ୍ତମାନ ଲୋକେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଦେଲେଣି । ଯୌତୂକ ଭଳି ଏହି କୁତ୍ସିତ ପ୍ରଥାର ଘୋର ବିରୋଧି ହେଉଛନ୍ତି ରାଜସ୍ଥାନର ଜଣେ କଂଗ୍ରେସ ନେତା ଶିବରାମ ଘିଂଟାଲା । ଯିଏ କି ନିଜର ଏକମାତ୍ର ପୁଅର ବିବାହରେ ମାତ୍ର ୧ ଟଙ୍କା ଏବଂ ନଡିଆ ନେଇ ବିବାହ କାର୍ଯ୍ୟ ସଂପନ୍ନ କରିଥିଲେ ।
ସୂଚନା ମୁତାବକ, ରାଜସ୍ଥାନରେ ନଗୌର ନାମକ ଜିଲ୍ଲାର କଂଗ୍ରେସ ଜିଲ୍ଲା ମହାସଚିବ ଏବଂ ଜିଲ୍ଲା ପରିଷଦର ପୂର୍ବତନ ସଦସ୍ୟ ଶିବରାମ ଘିଂଟାଲା ନିଜର ଏକମାତ୍ରା ଇଂଜିନିୟର ପୁଅର ବିବାର ବିନା ଖର୍ଚ୍ଚରେ କରି ଅନ୍ୟଙ୍କ ପାଇଁ ମିସାଲ ପାଲଟିଯାଇଛନ୍ତି । ଘିଂଟାଲାଙ୍କ ପୁଅ ଯୋଗେସଙ୍କର ବିବାହ ସୁଜାନଗଙ୍ଗର ଗିସ୍ଥାରିଲାଲ ବୁଗାଲିୟାଙ୍କ କନ୍ୟା ପ୍ରିୟଙ୍କଙ୍କ ସହ ହୋଇଥିଲା । ଯେଉଁଥିରେ କି ସେ ୧ ଟଙ୍କା ଏବଂ ନଡିଆ ନେଇ ବିବାହ କରିଥିଲେ । ଘିଂଟାଲାଙ୍କ କହିବା କଥା ହେଲା କି, ସେ ସାମାଜିକପ୍ରଥାକୁ ବିଶ୍ୱାସ କରନ୍ତି ନାହିଁ । ଏବଂ ଯୌତୂକ ଭଳି କୁତ୍ସିତ ପ୍ରଥା ସମାଜ ପାଇଁ ଘାତକ ବୋଲି ବିଶ୍ୱାସ କରନ୍ତି । ଏଥିପାଇଁ ସେ ଏହାକୁ ନିଷ୍ଠାର ସହ ପାଳନ କରୁଛନ୍ତି ଓ ଯୌତୂକ ନେବା ପାଇଁ ରୋକଠୋକ୍ ମନା କରଦେଇଛନ୍ତି ।
ସେହିପରି ଅନ୍ୟ ଏକ ମାମଲାରେ ମାଳି ସମାଜର ପୂର୍ବତନ ଅଧ୍ୟକ୍ଷ ବଜରଙ୍ଗ ଲାଲ ସୈନ ମଧ୍ୟ ନିଜର ଏକମାତ୍ର ପୁଅ ବିବେକଙ୍କର ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି । ତେବେ ବଜରଙ୍ଗ ଲାଲ ତାଙ୍କ ପୁଅ ବିବେକଙ୍କର ବିବାହ ବିନା କୌଣସି ଯୌତୂକ ନେଇ କରିଛନ୍ତି । ତାଙ୍କ କହିବା କଥା ହେଲା, ଯୌତୂକ ନେବା ଏକ କୁତ୍ସିତ ପ୍ରଥା ଆଉ ଏହି ପ୍ରଥାକୁ ଆମେମାନେ ହିଁ ସଂପୂର୍ଣ୍ଣ ଭାବରେ ବନ୍ଦ କରିପାରିବା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/25_1525916734.jpg)