ରାତିରେ ମଣିଷ ଦିନରେ ପଶୁ ! ଘଟଣାଟିକୁ ନେଇ ଜୋର ଧରିଛି ଚର୍ଚ୍ଚା

174

ସାଧାରଣତଃ ଆପଣ ଇଚ୍ଛାଧାରୀ ନାଗ ନାଗୁଣୀଙ୍କ ସଂପର୍କରେ କାହୀଣୀରେ ନିଶ୍ଟୟ ଶୁଣି ଥିବେ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି କେହି ଜଣେ ସେକ୍ସ ୱର୍କର ରାତିରେ ଯୁବତୀ ସାଜି ଆସିଲା ଏବଂ ସକାଳକୁ ସେ ବନିଯାଇଛି ମାଇ ଗଧ । ବିଶ୍ୱାସ ହେଉନାହିଁ ନା ? ତେବେ ଆସନ୍ତୁ ଜାଣିବା ।

ନିକଟରେ ଏକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ମୁତାବକ, ଜିମ୍ବାୱେରେ ରହୁଥିବା ମୋୟୋ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି କି ସେ ଯେଉଁ ସେକ୍ସ ୱର୍କରଙ୍କ ସହିତ ସାରା ରାତି ବିତାଇଥିଲେ । ସକାଳ ପାଇବା କ୍ଷଣି ସେ ଗଧ ବନି ଯାଇଛି । ତେବେ ସେ ତାକୁ ୨୫ ଡଲାର ମୂଲ୍ୟରେ ତାଙ୍କ ରୁମକୁ ଆଣିଥିଲେ । ମୋୟୋ ଥାନାରେ କହିଥିଲେ କି ସେ ସେହି ଯୁବତୀ ସହ ସାରା ରାତି ବିତାଇଛି ଆଉ ସେ ସେତେବେଳେ ମଧ୍ୟ ଯୁବତୀ ଅବସ୍ଥାରେ ଥିଲା । ମାତ୍ର ସକାଳ ହେବା କ୍ଷଣି ସେହି ଯୁବତୀ ଜଣକ ଗଧ ପାଲଟି ଯାଇଥିଲା । ଯାହାକୁ ଦେଖି ସେ ପୂରା ଅବାକ୍ ହୋଇଯାଇଥିଲେ ।

ତେବେ ୨୮ ବର୍ଷୀୟ ମୋୟୋ ଏବଂ ସେହି ଗଧଟିକୁ ପୁଲିସ ନିଜ ହେପାଜତରେ ନେଇଛନ୍ତି । କିନ୍ତୁ ଯେତେବେଳେ ମୋୟୋ ଏକଥା ପ୍ରଥମେ କହିଥିଲା ଲୋକେ ତାକୁ ଉପହାସ କରିଥିଲେ । ଏହା ସତ୍ୱେ ବି ମୋୟୋ ନିଜ ବୟାନରେ ଦୃଢିଭୁତ ଅଛନ୍ତି ।