ପୁରୁଷ ହୋଇ ବି ୮ ବର୍ଷ ପାଇଁ ହେଲେ ମହିଳା! ଲୋକହସାର ଶିକାର ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ

Advertisment
ପୁରୁଷ ହୋଇ ବି ୮ ବର୍ଷ ପାଇଁ ହେଲେ ମହିଳା! ଲୋକହସାର ଶିକାର ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ

Source; popsugar-assets.com

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ତଥା ବରିଷ୍ଠ ପରାମର୍ଶଦାତା ଜେରାଡ୍ କୁଶନର ପୁଣି ଥରେ ଚର୍ଚ୍ଚାରେ । ତେବେ ଘଟଣାଟି ପୁରୁଣା ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହା ସାମ୍ନାକୁ ଆସିଛି । ସୂଚନା ମୁତବାକ, ଗତ ବର୍ଷ ନଭେମ୍ବର ମାସରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ମହିଳା ଭାବରେ ମତଦାନ ଦେଇଛନ୍ତି ଟ୍ରମ୍ପଙ୍କ ଜ୍ୱାଇଁ କୁଶନର ।

publive-image‘ଦ ହିଲ’ ରିପୋର୍ଟ ମୁତାବକ, ପଂଜୀକରଣ ରେକର୍ଡ ଅନୁସାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବଡ ଝିଅ ଇସ୍ୱାଙ୍କୁ ବିବାହ କରଥିବା କୁଶନର, ୨୦୦୯ରେ ମତଦାନ ପାଇଁ ପଂଜିକରଣ କରାଇଥିଲେ ଆଉ ଏହି ସମୟରେ ହିଁ ସେ ନିଜକୁ ମହିଳା ଲେଖାଯାଉଥିବା ବକ୍ସରେ ଟିକ୍ ମାରି ଦେଇଥିଲେ । କୁଶନରଙ୍କର ଏହି ଭୁଲକୁ ଯଦିଓ କେହି ଦେଖି ପାରିନଥିଲେ ମାତ୍ର ପରବର୍ତ୍ତି ସମୟରେ ଡେମୋକ୍ରେଟିକ୍ ଅପୋଜିସନ ରିସର୍ଚ୍ଚ ସମୂହ ଏହାର ଖୁଲାସା ହୋଇଥିଲା ।

publive-imageଖାଲି ସେତିକି ନୁହେଁ କୁଶନରଙ୍କର ଏଭଳି କାମ ପାଇଁ ମଧ୍ୟ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଅନ୍ୟପଟେ ନିଜର ଭୁଲକୁ ସୁଧାରିବା ପରିବର୍ତ୍ତେ କୁଶନର ସଫେଇ ଦେଇ କହିଥିଲେ କି, ସେ ଅନ୍ୟମନସ୍କ ରହିଥିବା କାରଣରୁ ଏଭଳି ଘଟିଥିବା ବୋଲି କହିଥିଲେ । ତେବେ କୁଶନରଙ୍କର ଏହି ଗୋଟିଏ ସାମାନ୍ୟ ଭୁଲ କାରଣରୁ ତାଙ୍କୁ ଲୋକହସା ହେବାକୁ ପଡିଥିଲା ।

publive-imageଏଠାରେ ଆମେ କହି ରଖୁଛୁ କି, ଏହା ପୂର୍ବରୁ ବି କୁଶନର ତାଙ୍କର ନ୍ୟୁ ଜର୍ସି ମତଦାନ ପଂଜୀକରଣରେ ନିଜର ଜେଣ୍ଡର ପୁରୁଷ ସ୍ଥାନରେ ଅଜ୍ଞାତ ଲେଖି ଦେଇଥିଲେ ଏବଂ ୨୦୦୯ରେ ଯେତେବେଳେ ଏହାକୁ ସଂଶୋଧନ କରିବାର ସମୟ ଆସିଥିଲା ସେତେବେଳେ ସେ ସେଠାରେ ଅନୁରୂପ ଭାବେ ଭୁଲ କରିଦେଇଥିଲେ ଅର୍ଥାତ୍ ଫର୍ମରେ ଦର୍ଶାଯାଇଥିବା ଜେଣ୍ଡର ତଥା ମହିଳା ଉଲ୍ଲେଖ ଥିବା ବକ୍ସରେ କୁଶନର ଟିକ୍ ମାରି ଦେଇଥିଲେ ।

ସୌଜନ୍ୟ: ଜନସତ୍ତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe