କନକ ବ୍ୟୁରୋ: ରାଉରକେଲାରେ ଡାଇରିଆ ଏବଂ ମୃତ୍ୟୁ ସଂଖ୍ୟା ବଢିବା ପରେ ଜିଲ୍ଲାପାଳ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ ଟିମ ସହ ବୈଠକ କରିଛନ୍ତି । ସେହିପରି ସୁନ୍ଦରଗଡ ମେଡିକାଲ କଲେଜରୁ ରାଉରକେଲାକୁ ୮ ଜଣିଆ ବିଶେଷଜ୍ଞ ଟିମ୍ ଆସିଛନ୍ତି । ବୈଠକ ପୂର୍ବରୁ ସରକାରୀ ଡାକ୍ତରଖାନାରେ ପହଞ୍ଚି ଅନୁଧ୍ୟାନ କରିଥିଲେ ସ୍ୱତନ୍ତ୍ର ଟିମ୍ । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହିତ ଅନୁଧ୍ୟାନକାରୀ ଟିମ୍ ଆଲୋଚନା କରିଛନ୍ତିା ସାଙ୍ଗରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସନ୍ନ ନାୟକ ମଧ୍ୟ ଉପସ୍ଥିତ ଥିଲେ । ଏବେ ସରକାରୀ ହସ୍ପିଟାଲରେ ଶହେରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଘରୋଇ ହସ୍ପିଟାଲରେ ମଧ୍ୟ ଅନେକ ରୋଗୀ ଚିକିତ୍ସିତ ହେଉଛନ୍ତି । ଯେଉଁ ରୋଗୀଙ୍କୁ ଆଇସିୟୁର ଆବଶ୍ୟକତା ପଡୁଛି ତାଉପରେ ମଧ୍ୟ ପ୍ରଶାସନ ନଜର ରଖିଛି । ରୋଗୀଙ୍କୁ ଆବଶ୍ୟକ ଔଷଧ ସହ ସୁଷମ ଖାଦ୍ୟ ବ୍ୟବସ୍ଥା କରାଯାଇଛି ।
ଡାଇରିଆରେ ମୃତ୍ୟୁ ସଂଖ୍ୟା ବଢିବା ପରେ ଜିଲ୍ଲା ହସ୍ପିଟାଲରେ ମନ୍ତ୍ରୀ ସାରଦା ନାୟକ । ରୋଗୀଙ୍କ ଚିକିତ୍ସା ପାଇଁ ପହଞ୍ଚିଲେ ୮ଜଣିଆ ଡାକ୍ତରୀ ଟିମ୍ ।
/kanak/media/post_attachments/wp-content/uploads/2023/12/sarada-nayak.jpg)