ସରକାରଙ୍କ ବଡ ନିଷ୍ପତି : ରୋଗୀଙ୍କୁ ମିଳିବ ୧୭ଟି ଅଧିକାର, ଟଙ୍କା ଜମା ନକଲେ ବି ଶବକୁ ଅଟକାଇପାରିବେନି କୌଣସି ବି ମେଡିକାଲ

Advertisment
ସରକାରଙ୍କ ବଡ ନିଷ୍ପତି : ରୋଗୀଙ୍କୁ ମିଳିବ ୧୭ଟି ଅଧିକାର, ଟଙ୍କା ଜମା ନକଲେ ବି ଶବକୁ ଅଟକାଇପାରିବେନି କୌଣସି ବି ମେଡିକାଲ

ଅଧିକାଂଶ ସମୟରେ ଆପଣ ଶୁଣିଥିବେ କି ଟଙ୍କା ଜମା ନ କରିବାରୁ ମେଡିକାଲ କର୍ତ୍ତୃପକ୍ଷ ମୃତକର ଶବକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରିନଥାଏ । ଯେଉଁଥିପାଇଁ ଅନେକ ସମୟରେ ଉଭୟ ମେଡିକାଲ କର୍ତ୍ତୃପକ୍ଷ ଏବଂ ମୃତକ ପରିବାର ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥାଏ । ଏପରି ବି ହୁଏ କି ଗୋଟିଏ ଗରିବ ଲୋକ ନିଜ ସମସ୍ତ ଝାଳବୁହା ଧନକୁ ମେଡିକାଲରେ ଚିକିତ୍ସା ପାଇଁ ସାରି ଦେଇଥାଏ ଫଳରେ ସମୟ ଏଭଳି ଆସେ କି ଡିସଟାର୍ଜ ହେବା ବେଳକୁ ତା ପାଖରେ ଟଙ୍କାଟିଏ ବି ନଥାଏ, ଆଉ ଏଭଳି ପରିସ୍ଥିତିରେ ମେଡିକାଲ କର୍ତ୍ତୃପକ୍ଷ ରୋଗୀକୁ ଛାଡିବାକୁ ମଙ୍ଗିନଥାନ୍ତି ।

ତେବେ ଜନତାଙ୍କ ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଖୁବ୍ ଶୀଘ୍ର ଏଭଳି କିଛି ଅଧିକାର ରୋଗୀ ଏବଂ ରୋଗୀଙ୍କ ପରିବାର ଲୋକଙ୍କୁ ପ୍ରଦାନ କରିବାକୁ ଯାଉଛନ୍ତି, ଯାହାଦ୍ୱାରା ଏବେ ଆଉ କୌଣସି ବି ମେଡିକାଲ ଟଙ୍କା ଜମା ନକଲେ ବି ରୋଗୀର ମୃତ ଦେହକୁ ରଖିପାରିବ ନାହିଁ । ସରକାର ଖୁବ ଶୀଘ୍ର ହିଁ ଏକ‘Patient's charter ’ ପ୍ରସ୍ତୁତ କରିବାକୁ ଯାଉଛନ୍ତି, ଯେଉଁଥିରେ ରୋଗୀଙ୍କୁ ୧୭ଟି ଅଧିକାର ମିଳିବ । ଆଉ ଏହି ଅଧିକାର ବଳରେ ରୋଗୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ ।

ରୋଗୀଙ୍କ ପାଇଁ ୧୭ ଅଧିକାର

• ସୂଚନା ସଂପର୍କରେ ତଥ୍ୟ ଅଧିକାର

• ରେକର୍ଡ ଏବଂ ରିପୋର୍ଟ ଅଧିକାର

• ଆପତକାଳୀନ ଚିକିତ୍ସା ଦେଖାଶୁଣା ଅଧିକାର

• ପରୀକ୍ଷଣ ତଥା ପରୀକ୍ଷା ପାଇଁ ସହମତିର ଅଧିକାର

• ଗୋପନୀୟତା, ମାନବ ଗାରିମା ଏବଂ ଗୋପନୀୟତା ଅଧିକାର

• ଅନ୍ୟ ଚିକିତ୍ସକଙ୍କଠାରୁ ପରାମର୍ଶ ନେବାର ଅଧିକାର

• ଶୁଳ୍କ ଏବଂ ଦେଖାଶୁଣାରେ ପାରଦର୍ଶିତା ଅଧିକାର

• ଭେଦଭାବ ଅଧିକାର(ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ରହି ତଥା କୌଣସି ବି ଜାତିର ତଥା ବଡ ରୋଗକୁ ବିନା ଭେଦଭାବରେ ଚିକିତ୍ସା ପ୍ରାପ୍ତ କରିବାର ଅଧିକାର)

• ମାନକ ଅନୁସାରେ ସୁରକ୍ଷା ଏବଂ ଗୁଣବତ୍ତା ଦେଖଶୁଣା ଅଧିକାର

• ବିକଳ୍ପ ଚୟନ କରିବାର ଅଧିକାର

• ଔଷଧ କିମ୍ବା ପରୀକ୍ଷା ପାଇଁ ଉତ୍ସ ଚୟନ କରିବାର ଅଧିକାର

• ଉଚିତ ବିଶେଷଜ୍ଞଙ୍କୁ ନିକଟକୁ ପରାମର୍ଶ ପାଇଁ ଯିବା ତଥା ସ୍ଥାନାନ୍ତର କରିବାର ଅଧିକାର

• କ୍ଲିନିକାଲ ଟ୍ରାଏଲ ରୋଗୀଙ୍କ ସୁରକ୍ଷା ଅଧିକାର

• ବାୟୋମେଡିକାଲ ଏବଂ ସ୍ୱାସ୍ଥ୍ୟ ଅନୁସଂସ୍ଥାନରେ ସାମିଲ ହୋଇଥିବା ରୋଗୀଙ୍କ ସୁରକ୍ଷା ଅଧିକାର

• ରୋଗୀର ଡିସଟାର୍ଜ ହେବାର ଅଧିକାର କିମ୍ବା ମୃତକର ଶରୀର ପ୍ରାପ୍ତ କରିବାର ଅଧିକାର

• ନିଜସ୍ୱ ମତ ତଥା ହକ୍ ଜାହିର କରିବାର ଅଧିକାର ଏବଂ ନିବାରଣ ତଥା ପ୍ରତିକାର ସଂପର୍କିତ ଅଧିକାର

ଏଠାରେ ଆମେ କହି ରଖୁଛୁ କି, ଉଭୟ ରୋଗୀ ଏବଂ ଦେଖାଶୁଣା କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଚାର୍ଟରରେ ଥିବା ଉପଯୁକ୍ତ ଅଧିକାରଗୁଡିକ ନମିଳିଲେ ଉକ୍ତ ମେଡିକାଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ସରକାରଙ୍କ ଦ୍ୱାରା ଖୁବ ଶୀଘ୍ର ହିଁ ଏହି ଅଧିକାରଗୁଡିକୁ କାର୍ଯ୍ୟକାରୀ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe