ଚମୋଲି ଜିଲ୍ଲାପାଳ ସ୍ୱାତୀ ଭଦୋରିଆ ନିଜର ଦୁଇ ବର୍ଷର ପୁଅକୁ ସହରର କୌଣସି ନାମୀଦାମୀ ସ୍କୁଲରେ ପାଠପଢାଇବା ପରିବର୍ତ୍ତେ ସ୍ଥାନୀୟ ଅଂଚଳରେ ଥିବା ଏକ ଅଙ୍ଗନୱାଡି କେନ୍ଦ୍ରରେ ଆଡମିଶନ କରାଇ ଅନ୍ୟ ମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ । ନିଜର ଏହି ନିଷ୍ପତିରେ ଖୁସି ଜାହିର କରି ସ୍ୱାତୀ କହିଛନ୍ତି କି, ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ପିଲାଙ୍କର ବିକାଶ ପାଇଁ । ଆବଶ୍ୟକୀୟ ସମସ୍ତ ସୁବିଧା ଏବଂ ସଂପୂର୍ଣ୍ଣ ପରିବେଶ ଉପଲବ୍ଧ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଅଙ୍ଗନୱାଡି କେନ୍ଦ୍ରରେ ଶିକ୍ଷା ସହିତ ପିଲାଙ୍କୁ ଖେଳକୁଦ ଏବଂ ଉତ୍ତମ ଭୋଜନ ଆଦି ଏକାସାଥିରେ ମିଳିଥାଏ । ଏଠାରେ ଅନ୍ୟ ପିଲାମାନଙ୍କ ସହ ମୋର ପୁଅ ବି ବହୁତ ଭଲ ଅନୁଭବ କରୁୁଛି । ସ୍ୱାତିଙ୍କ ପାଇଁ ନିଜ ପୁଅକୁ ଅଙ୍ଗନୱାଡି କେନ୍ଦ୍ର ପଠାଇବା କାରଣରୁ ପ୍ରୋତ୍ସାହିତ ହେବାର ଆଉ ଏକ କାରଣ ବି ରହିଛି କି, ସ୍ୱାତୀଙ୍କ ମତରେ, ତାଙ୍କ ପୁଅ ଏଭଳି ଏକ ପରିବେଶରେ ବଡ ହେଉଛି ଯେଉଁଠି ପ୍ରତ୍ୟେକ ଜିନିଷକୁ ଭଲଭାବରେ ବୁଝାଇବା ସହ ପରସ୍ପର ମଧ୍ୟରେ ଉତମ ବୁଝାମଣା ଏବଂ ସହନଶୀଳତା ସଂପର୍କରେ ପିଲାଙ୍କୁ ଉଚିତ ଶିକ୍ଷା ପ୍ରଦାନ କରାଯାଉଛି ।
ଆଇଏଏସ ଅଫିସର ସ୍ୱାତୀ ଭଦୋରିଆ ଆହୁରୀ ମଧ୍ୟ କୁହନ୍ତି କି, ମୋର ପୁଅ ନିଜର ସହପାଠୀମାନଙ୍କ ସହ ମିଶି ଖାଉଛି ଏବଂ ଆଉ ଯେତେବେଳେ ସେ ଘରକୁ ଫେରୁଛି ତ ସେତେବେଳେ ତା ମୁହଁରେ ଏକ ଅଲଗା ପ୍ରକାରର ଖୁସି ଦେଖିବାକୁ ମିଳେ । ସ୍ୱାତୀଙ୍କ ସ୍ୱାମୀ ନିତିନ ଭଦୋରିଆ ମଧ୍ୟ ଜଣେ ଆଇଏଏସ ଅଫିସର । ବର୍ତ୍ତମାନ ସେ ଅଲମୋରା ଜିଲ୍ଲାଧିକାରୀ ପଦରେ ଅଛନ୍ତି ।
ସ୍ୱାତୀ କୁହନ୍ତି କି, ତାଙ୍କର ଏହି ନିଷ୍ପତି ପଛରେ ଏକ ପ୍ରମୁଖ କାରଣ ବି ରହିଛି, ଏହା ଦ୍ୱାରା ଅଙ୍ଗନବାଡି କେନ୍ଦ୍ରମାନଙ୍କ ପ୍ରତି ସାଧାରଣ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିବ । ତେବେ ଆଇଏଏସ ଅଫିସରଙ୍କର ପୁଅ ଯେଉଁ ଅଙ୍ଗନୱାଡି କେନ୍ଦ୍ରରେ ଆଡମିଶନ ହୋଇଛନ୍ତି , ସେଠାରେ ଥିବା ଜଣେ ସ୍ୱଂୟସେବିକାଙ୍କ କଥା ଅନୁସାରେ, ଗତ ମଙ୍ଗଳବାର ଦିନ ସେ ପ୍ରଥମ ଥର ପାଇଁ ଅଙ୍ଗନୱାଡି କେନ୍ଦ୍ର ଆସିଥିଲେ ଏବଂ ସେଠାରେ ସେ ପାଠପଢିବା ସହ ବାକି ପିଲାଙ୍କ ସହ ମିଶି ଖେଚୁଡି ଖାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/IAS-PUA.jpg)