ଚର୍ଚ୍ଚାରେ ଜିଲ୍ଲାପାଳ : ପାଇଖାନା ଟାଙ୍କିରେ ପଶିଲେ,ଖାଲି ହାତରେ ମଇଳା କାଢ଼ିଲେ । କିନ୍ତୁ କାହିଁକି

ଚର୍ଚ୍ଚାରେ ଜିଲ୍ଲାପାଳ : ପାଇଖାନା ଟାଙ୍କିରେ ପଶିଲେ,ଖାଲି ହାତରେ ମଇଳା କାଢ଼ିଲେ । କିନ୍ତୁ କାହିଁକି

Source:Indiatimes.com

ତେଲେଙ୍ଗାନାର ମେଡକ ଜିଲ୍ଲାର ଜିଲ୍ଲାପାଳ କେ ଧର୍ମା ରେଡ୍ଡି ଖୋଲା ହାତରେ ପାଇଖାନା ଟାଙ୍କିରୁ ମଇଳା କାଢ଼ି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପୁଣେଠାରେ ସ୍ୱଚ୍ଛ ଭାରତ ମିସନ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ରେଡ୍ଡି ଏପରି କରିଥିବା ଜାଣିବାକୁ ମିଳିଛି । ଅଳିଆ ଆବର୍ଜନାକୁ କିପରି ଜୈବିକ ସାରରେ ପରିଣତ କରିହେବ ସେ ନେଇ କରାଯାଇଥିବା ଓ୍ଵାର୍କସପରେ ପ୍ରଥମେ କାର୍ଯ୍ୟକର୍ତ୍ତାମାନେ ପ୍ରକ୍ରିୟା ପ୍ରଦର୍ଶନ କରିବା ପରେ ଜିଲ୍ଳାପାଳ ରେଡ୍ଡି ପାଇଖାନା ଟାଙ୍କିରେ ପଶି ଖାଲି ହାତରେ ଟାଙ୍କି ଭିତରର ମଇଳାକୁ ବାହାରକୁ କାଢ଼ିଥିଲେ।

ଏଠାରେ ଆମେ କହି ରଖୁଛୁ କି,ଗତବର୍ଷ ମେଡକକୁ ଓପନ୍ ଡିଫେକ୍ସନ ଫ୍ରି(ଓଡିଏଫ୍) ଅର୍ଥାତ ଖୋଲା ଶୌଚ ମୁକ୍ତ ଜିଲ୍ଲା କରିବା ପାଇଁ ଘୋଷଣା କରାଯାଇଥିଲା। ତେଲେଙ୍ଗାନାର ୮ଟି ଜିଲ୍ଲାକୁ ସେ ସମୟରେ ଓଡିଏଫ୍ ଘୋଷଣା କରାଯାଇଥିଲା। ତେଲେଙ୍ଗାନା ଖୁବ୍ ଶୀଘ୍ର ଖୋଲା ଶୌଚ ମୁକ୍ତ ରାଜ୍ୟ ଭାବେ ପରିଣତ ହେବ ବୋଲି ଆଶା କରାଯାଉଛି।

ମିଳିଥିବା ସୂଚନା ମୁତାବକ,ଯେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୧ଟି ରାଜ୍ୟକୁ ଓଡିଏଫ୍ ଘୋଷଣା କରାଯାଇଛି। ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଅଛନ୍ତି ହିମାଚଳ ପ୍ରଦେଶ, କେରଳ, ଉତ୍ତରଖଣ୍ଡ, ହରିଆଣା, ଗୁଜୁରାଟ, ଚଣ୍ଡିଗଡ଼, ଦାମନ ଆଣ୍ଡ ଡୁଉ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼ ଏବଂ ମେଘାଳୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe