ଆସନ୍ତାକାଲି ଗାନ୍ଧୀଙ୍କ ଓଡିଶା ଆଗମନକୁ ପୂରୁଛି ଶହେ ବର୍ଷ । ବିଧାନସଭାରେ ହେବ ସ୍ୱତନ୍ତ୍ର ଆଲୋଚନା ।

82

କନକ ବ୍ୟୁରୋ: ମହାତ୍ମାଗାନ୍ଧୀଙ୍କୁ ନେଇ ବିଧାନସଭାରେ ହେବ ଆଲୋଚନା । ଆସନ୍ତାକାଲି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୂରଣ ହେଉଛି । ଏହି ଅବସରରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ । ଆସନ୍ତାକାଲି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରାଯାଇ ଗୃହରେ ସ୍ୱତନ୍ତ୍ର ଭାବେ ଆଲୋଚନା ହେବ । ଏହି ଆଲୋଚନା ଦିନ ସାଢେ ୧୦ଟାରୁ ସାଢେ ୧ଟା ପର୍ଯ୍ୟନ୍ତ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି । ବିଶେଷ କରି ମହାତ୍ମାଗାନ୍ଧୀଙ୍କ ଓଡିଶା ଗସ୍ତର ବିଭିନ୍ନ ଦିଗ ଉପରେ ଗୃହରେ ଆଲୋଚନା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏଥିସହ ଆସନ୍ତାକାଲି ପର୍ଯ୍ୟନ୍ତ ବିଧାନସଭାକୁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।