ମାଗଣାରେ ମିଳିବ ମୋବାଇଲ ଫୋନ । ସେ ବି ପୁଣି ଖୋଦ ସରକାର ପ୍ରଦାନ କରିବେ । ରାଜସ୍ଥାନ ସରକାରଙ୍କ ତରଫରୁ ଦାରିଦ୍ରର ସୀମା ରେଖା ତଳେ ରହୁଥିବା ପରିବାର ତଥା ଭାମାଶାହ କାର୍ଡଧାରକ ପରିବାରଙ୍କୁ ୫୦୧ ଟଙ୍କାରେ ସ୍ମାର୍ଟଫୋନ ଦେବାକୁ ନିଷ୍ପତି ନେଇଛନ୍ତି । ତେବେ ଏହି ଅର୍ଥରାଶିକୁ ୩ ବର୍ଷ ପରେ କାର୍ଡଧାରକଙ୍କୁ ଫେରାଇ ଦିଆଯିବ । ରାଜସ୍ଥାନ ସରକାର ଭାମାଶାହ ଡିଜିଟାଲ ପରିବାର ଯୋଜନା ଆଧାରରେ ଏହାକୁ ଲଂଚ କରିଛନ୍ତି । ସରକାର ଏହି ଯୋଜନା ଜରିଆରେ ଲକ୍ଷାଧିକ ପରିବାରକୁ ସ୍ମାର୍ଟଫୋନ ପ୍ରଦାନ କରି ସେମାନଙ୍କୁ ଡିଜିଟାଲ ବନାଇବା ସହିତ ବିଭିନ୍ନ ସରକାରୀ ଯୋଜନାଗୁଡିକୁ ସାଧାରଣ ଲୋକଙ୍କଠାରେ ପହଂଚାଇବାକୁ ଚାହୁଁଛନ୍ତି । ଆସନ୍ତୁ ଜାଣିବା ଏହି ଯୋଜନା ସଂପର୍କରେ…
Kanak News is now on WhatsApp
Join and get latest news updates delivered to you via WhatsApp
କାର୍ଡ ଧାରକଙ୍କୁ ମିଳିବ ପ୍ରୋତ୍ସାହିତ ରାଶି
ନ୍ୟାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ଅନୁସାରେ ଭାମାଶାହ କାର୍ଡଧାରକ ପରିବାରଙ୍କୁ ଏହି ସୁବିଧା ଉପଲବ୍ଧ କରାଯିବ । ଏହି ଯୋଜନା ଅନୁସାରେ, ଖାତାଧାରକଙ୍କୁ ସ୍ମାର୍ଟଫୋନ ସମେତ ଇଂଟରନେଟ କନେକ୍ଟିଭିଟି ବ୍ୟବହାର କରିବା ପାଇଁ ୨ଟି କିସ୍ତିରେ ୫୦୦ ଟଙ୍କା ଲେଖାଏଁ ସିଧା ତାଙ୍କ ଖାତାକୁ ପଠାଯିବ । ଯାହାକୁ ରାଜସ୍ଥାନ ସରକାର ପ୍ରୋତ୍ସାହନ ରାଶି ଆଧାରରେ ପ୍ରଦାନ କରିବେ । ଭାମାଶାହ କାର୍ଡ ଧାରକଙ୍କୁ ମୋବାଇଲ ଦେବା ପାଇଁ ରାଜସ୍ଥାନର ସମସ୍ତ ପଂଚାୟତ ସମିତିମାନଙ୍କରେ ୩୦ ସେପ୍ଟମ୍ବର ସୁଦ୍ଧା ଅତି କମରେ ଦୁଇଟି କ୍ୟାମ୍ପ ଲଗାଯିବ । ସରକାରଙ୍କ କହିବା କଥା ହେଲା କି, ସେମାନେ ଖାତାଧାରକଙ୍କ ପାଇଁ ଇଲେକ୍ଟ୍ରୋନିକ୍ ସର୍ଭିସ ଡେଲିଭର ପ୍ଲାର୍ଟଫର୍ମ ପ୍ରସ୍ତୁତ କରୁଛନ୍ତି । ଏଥିସହିତ ହିଁ ଏହି କାର୍ଯ୍ୟକ୍ରମକୁ ଉଭୟ ରାଜସ୍ଥାନ ସରକାର ଏବଂ ରିଲାଏନ୍ସ ଜିଓ ମିଶି ପ୍ରସ୍ତୁତ କରିଛନ୍ତି ।
ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଜନତାଙ୍କ ପାଖରେ ସରକାରୀ ଯୋଜନା ଏବଂ ସେବାଗୁଡିକୁ ପହଂଚାଇବା ପାଇଁ ସରକାର ଏକ ସ୍ୱତନ୍ତ୍ର ମୋବାଇଲ ଆପ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ କାର୍ଡ ଧାରକଙ୍କୁ ସ୍ମାର୍ଟଫୋନ ଉପଲବ୍ଧ କରାଯିବ । ଯେପରିକି ଆମେ ଆପଣଙ୍କୁ କହୁଛି କି ଏହି ୫୦୧ ଟଙ୍କାକୁ ୟୁଜର୍ସଙ୍କୁ ୩ ବର୍ଷ ପରେ ଫେରସ୍ତ କରିଦିଆଯିବ । ତେବେ ମୋଟ ଉପରେ କହିବାକୁ ଗଲେ ଏହି ଫୋନଟିକୁ ମାଗଣାରେ ଲୋକଙ୍କୁ ମିଳିବ । ଏଥିସହିତ ହିଁ ପାଖାପାଖି ୧ କୋଟି ଭାମାଶାହ କାର୍ଡ ଧାରକ ପରିବାରଙ୍କୁ ୨ଟି ପର୍ଯ୍ୟାୟରେ ୧୦୦୦ ଟଙ୍କା ସହାୟତା ରାଶି ବାବଦକୁ ମଧ୍ୟ ମିଳିବ । ପ୍ରଥମ କିସ୍ତିରେ ୫୦୦ଟଙ୍କା ଫୋନ କିଣିବା ପାଇଁ ଦିଆଯିବା ବେଳେ ଦ୍ୱିତୀୟ କିସ୍ତି ଇଂଟରନେଟ ସୁବିଧା ବ୍ୟବହାର କରିବା ପାଇଁ ପ୍ରଦାନ କରାଯିବ ।