ହୁସିଆର୍ ! ବଜାରକୁ ପୁଣି ଫେରିଲା ପ୍ଲାଷ୍ଟିକ୍ ଚାଉଳ । ଏତେ ସହଜରେ ବି ଜାଣିହେବନି ନକଲି ଅସଲି ଭିତରେ ଫରକ୍, କେବଳ ଏହି ଗୋଟିଏ ଉପାୟରେ କରିପାରିବେ ଚିହ୍ନଟ

98

ପ୍ଲାଷ୍ଟିକ୍ ଚାଉଳ ସଂପର୍କରେ ଆପଣ ପୂର୍ବରୁ ପଢିଥିବେ କିମ୍ବା ଶୁଣିଥିବେ ନିଶ୍ଚୟ । ଚୀନରେ ପ୍ରସ୍ତୁତ ହେଉଥିବା ଏହି ଚାଉଳ ଭାରତୀୟ ବଜାରରେ ବିକ୍ରି କରାଯାଇ କୋଟି କୋଟି ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଉଭୟ ଦୋକାନୀ ଓ ବ୍ୟବସାୟୀମାନେ । ପଲିଥିନ୍ ତରଳାଇ ତାକୁ ମେସିନ ସାହାର୍ଯ୍ୟରେ ଚାଉଳରେ ପରିଣତ କରାଯାଇଥାଏ । ହେଲେ ଏହି ଚାଉଳ ଏପରି ଜ୍ଞାନକୌଶଳରେ ପ୍ରସ୍ତୁତ କରାଯାଇଛି କି ଏହା ଦେଖିବାକୁ ଅବିକଳ ସାଧାରଣ ଚାଉଳ ଭଳି । ଯେକେହିବି ଏହି ଚାଉଳକୁ ବାସ୍ତବ ଚାଉଳ ତଥା ସାଧାରଣ ଚାଉଳ ବୋଲି ମନେ କରିବ । ଅସଲି ନକଲି ଚାଉଳ ଭିତରେ ଧୋକ୍କା ଖାଇଯିବ । କାରଣ ଏହି ଚାଉଳ ଅସଲି ଚାଉଳ ଭଳି ଭାଙ୍ଗିଲେ ବି ଭାଙ୍ଗି ଯାଉଛି । ତେଣୁ ବଜାରରେ ମିଳୁଥିବା ଚାଉଳ ତଥା ଆପଣଙ୍କ ରୋଷେଇ ଘରେ ଥିବା ଚାଉଳ ଅସଲି ନା ନକଲି ତାହା ଆପଣ ଅତି ସହଜରେ ବି ଜାଣିପାରିବେ ।

ସୂଚନା ମୁତାବକ, ଆପଣ ପ୍ରତିଦିନ ଯେଉଁ ଚାଉଳ ଖାଉଛନ୍ତି ତାହା ପ୍ଲାଷ୍ଟିକ୍ ଚାଉଳ ହୋଇପାରେ । ଏକଥା ଆମେ କହୁନାହୁଁ ବରଂ ଗତ କିଛି ଦିନ ହେଲା ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି । ପ୍ରକୃତରେ ବଜାରରେ ଉପଲବ୍ଧ ଏହି ନକଲି ତଥା ପ୍ଲାଷ୍ଟିକ ଚାଉଳ ଚୀନରୁ ଆସିଛି । ଯାହାକି ଦେଖିବାକୁ ଅବିକଳ ସାଧାରଣ ଚାଉଳ ଭଳି । ଏହି ପ୍ଲାଷ୍ଟିକ ଚାଉଳ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ କରାଯାଉଛି । ଏହାପରେ ଏହାକୁ ସାଧାରଣ ଚାଉଳ ତଥା ଅସଲି ଚାଉଳ ସହତି ଅଧା ଅଧା କରି ମିଶାଇ ବଜାରରେ ବିକ୍ରି କରାଯାଉଛି । ଆଉ ଏହି ଚାଉଳ ଖାଇବା କ୍ଷଣି ଶରୀରରେ ଅନେକ ରୋଗ ବେମାରୀ ସୃଷ୍ଟି ହେଉଛି । ଏହି ଚାଉଳ ଅବିକଳ ଅସଲି ଚାଉଳ ଭଳି ହୋଇଥିବାରୁ ଏହାକୁ ଦେଖିଲେ ଯେକେହିବି ଧୋକ୍କା ଖାଇଯାଇପାରେ । ତେଣୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ସଂପର୍କରେ ଜଣାଇବୁ ଯାହାଦ୍ୱାରା ଆପଣ ଅତି ସହଜରେ ଜାଣିପାରିବେ କି ଆପଣ ଖାଉଥିବା ଚାଉଳ ବାସ୍ତବରେ ଅସଲି ନା ନକଲି ।

ଏହି ଚାଉଳ ଦେଖିବାକୁ ସଂପୂର୍ଣ୍ଣ ଭାବରେ ସାଧାରଣ ଚାଉଳ ଭଳି । ଏହାକୁ ଭାଙ୍ଗିରେ ଏହା ସାଧାରଣ ଚାଉଳ ଭଳି ବି ଭାଙ୍ଗି ଯାଇଥାଏ କିନ୍ତୁ ଯେତେବେଳେ ଏହାକୁ ପାଣିରେ ପକାଇବେ ସେତେବେଳେ ତାହା ପାଣିରେ ନବୁଡି ଉପରେ ଭାସିବାକୁ ଲାଗିବ । ଗୋଟିଏ ପାତ୍ରରେ ଗୋଟିଏ ଗ୍ଲାସ୍ ପାଣି ନିଅନ୍ତୁ ଏବଂ ସେଥିରେ ଗୋଟି କପ୍ ଚାଉଳ ପକାଇ ତାକୁ ମାଇକ୍ରୋୱେଭରେ ଶିଝିବା ପାଇଁ ଛାଡିଦିଅନ୍ତୁ । ଯଦି ଚାଉଳ ଅସଲି ହୋଇଥିବ ତେବେ ତାହା ଭଲଭାବରେ ଶିଝି ଯିବ ତଥା ଭାତ ହୋଇଯିବ, କିନ୍ତୁ ଯଦି ନକଲି ହୋଇଥିବ ତେବେ ଚାଉଳ କଂଚା ହୋଇରହିଥିବ ଓ ପାଣି ଉପରେ ପରସ୍ତ ହୋଇ ଭାସିବାକୁ ଲାଗିବ । ସେହିପରି ଯଦି ଆପଣ ଭାତକୁ ଗରମ ଥିବା ଅବସ୍ଥାରେ ଖାଇଦିଅନ୍ତି ତେବେ ତାର ଅସଲି ନକଲି ଭିତରେ ଫରକ କିଛି ଜାଣିପାରିବେ ନାହିଁ । କିନ୍ତୁ ଥଣ୍ଡା କରି ଖାଇଲେ ଯଦି ଏହା ପାଟିରେ ମିଳାଇ ଯାଇ ନଥାଏ କିମ୍ବା ଆପଣଙ୍କୁ ଚୋବେଇ ଚୋବେଇ ଖାଇବାକୁ ପଡୁଛି ତେବେ ଜାଣି ଯାଆନ୍ତୁ କି ଏହି ଚାଉଳ ନକଲି ଚାଉଳ ହୋଇପାରେ ।