ଦେଶୀ ବାବୁ ଇଂଲିଶ୍ ମେମ୍ ! ଗଂଜାମ ଯୁବକଙ୍କ ହାତ ଧରିଲେ ଦରିଆପାରିର ପ୍ରେମିକା

130

ଲୈଲା ମଜନୁ, ହୀର ରାଂଝା, ରୋମିଓ ଜୁଲିଏଟ୍, କେଦାର ଗୌରୀ । ଏମିତି ଅନେକ ଯୋଡ଼ିଙ୍କ କାହାଣୀ ଶୁଣିଥିବେ । ଜାଣିବାକୁ ପାଇଥିବେ ଭଲପାଇବାର ଭିନ୍ନ ଭିନ୍ନ ପରିଭାଷା । କେଉଁଠି ଭଲପାଇବାର ମାନେ ହେଉଛି ତ୍ୟାଗ ବଳିଦାନ ତ ପୁଣି କେଉଁଠି ପ୍ରେମ ହେଉଛି ଚିରନ୍ତନ ଶାଶ୍ୱତ । କେତେବେଳେ ପ୍ରେମ ହୁଏ ଲୁଚାଛୁପାରେ ତ କେତେବେଳେ ପ୍ରେମ ହୁଏ ଖୁଲମଖୁଲା ।

ପ୍ରେମର ପରିଭାଷା ପ୍ରତ୍ୟେକ ମଣିଷ ପାଇଁ ଅଲଗା ଅଲଗା । ପ୍ରେମ ପାଇଁ ନଥାଏ କୌଣସି ନିର୍ଦ୍ଦିଷ୍ଟ ବ୍ୟାକରଣ । ବେଳେବେଳେ ପ୍ରେମ ଆଗରେ ମୂଲ୍ୟହୀନ ହୋଇପଡ଼େ ସାମାଜିକ ଶୃଂଙ୍ଖଳ । ଏହାର ଉଦାହରଣ ଦେଖିବାକୁ ମିଳିଛି ପୁଣିଥରେ । ଏକାଠି ହୋଇଛନ୍ତି ଗଂଜାମର ଜ୍ଞାନରଂଜମ ଓ ଇଂଲଣ୍ଡର ଜର୍ଜିଆ ।

ପ୍ରେମର ପରିଧି କେବଳ ସୀମିତ ରହିନଯାଉ ଦେଶ – ଦେଶ ସୀମା ସରହଦରେ । ସାରା ବିଶ୍ୱରେ ପ୍ରେମର ଫୁଲ ଫୁଟୁ । ଏହାର ମହକ ସଂଚରିଯାଉ ସାରା ବିଶ୍ୱକୁ । କାରଣ ପ୍ରେମକୁ ସମ୍ମତି, ପ୍ରେମକୁ ବିରୋଧ, ପୁଣି ପ୍ରେମକୁ ନେଇ ଅନେକ ବିତର୍କ । ଏସବୁ ଭିତରେ ବି କେଉଁଠି ନା କେଉଁଠି ବଂଚିରହିଛି ନିଚ୍ଛକ ଭଲପାଇବା । ଜ୍ଞାନରଂଜନ ପଟ୍ଟନାୟକ ଓ ଜର୍ଜିଆ ଏଲିଜାବେଥଙ୍କ ପ୍ରେମକାହାଣୀ ସେଭଳି ଏକ ଉଦାହରଣ । ଆଗକୁ ସୁନାର ସଂସାର ଗଢ଼ନ୍ତୁ ଏହି ନବଦମ୍ପତି ଏତିକି ରହିବ ଶୁଭକାମନା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-