ସାଧାରଣତଃ ଡେଲିଭରୀ ବଏ ଚାକିରିକୁ ଅଧିକାଂଶ ଲୋକେ ଭଲ ବୋଲି ଗ୍ରହଣ କରିନଥାନ୍ତି । ଲୋକଙ୍କ ମତରେ ଡେଲିଭରୀ ବଏ ଚାକିରିରେ ଆମଦାନୀ ଖୁବ୍ କମ ହୋଇଥାଏ । ହେଲେ ଲୋକଙ୍କର ଏଭଳି ଚିନ୍ତାଧାରା ବାସ୍ତବରେ ଭୁଲ୍ ଅଟେ । କାହିଁକି ନା ଡେଲିଭରୀ ବଏ ଚାକିରି କରି ଆପଣ ବି ମାସକୁ ଏତେ ଟଙ୍କାର ଦରମା ପାଇପାରିବେ ଯେତିକି ଟଙ୍କା ଗୋଟିଏ ଭଲ କଂପାନୀରେ ବସିଥିବା ମ୍ୟାନେଜର ବି ରୋଜଗାର କରିପାରୁନଥିବ । ଯଦି ଆପଣ ବେରୋଜଗାର ଅଛନ୍ତି ତେବେ ଏହି ବିକଳ୍ପ ଆପଣଙ୍କ ପାଇଁ ବେଶ୍ ଭଲ ପ୍ରମାଣିତ ହୋଇପାରେ । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି ବିଶ୍ୱର ସବୁଠାରୁ ବଡ ଅନଲାଇନ ସପିଂ କଂପାନୀ ତଥା ଆମାଜନ ଲୋକଙ୍କୁ ପ୍ରତିମାସ ୫୦ରୁ ୬୦ ହଜାର ଟଙ୍କା ରୋଜଗାର କରବାର ସୁଯୋଗ ଦେଉଛି । ଆପଣ ଏହି କଂପାନୀରେ ପାର୍ଟ ଟାଇମ କାମ କରି ମୋଟା ଅଙ୍କର ଦରମା ପାଇପାରିବେ । ତେବେ କିଭଳି ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ..
ଡେଲିଭରୀ ବଏର କାମ କଣ?
ଡେଲିଭରୀ ବଏର କାମ ହେଲା ଅନଲାଇନ କିମ୍ବା ରିଟାଲ କଂପାନୀମାନଙ୍କର ପ୍ରଡକ୍ଟ କିମ୍ବା ପ୍ୟାକେଜକୁ ଗ୍ରାହକଙ୍କ ନିକଟରେ ପହଂଚାଇବା । ଆମାଜନରେ ଡେଲିଭରୀ ବଏ େଓୟାରହାଉସରୁ ପ୍ୟାକେଜ ନେଇ ଗ୍ରାହକଙ୍କ ପାଖରେ ପହଂଚାଇଥାନ୍ତି । ଆମାଜନର ଡେଲିଭରୀ ବଏ ସାରାଦେଶରେ ପ୍ରତିଦିନ ଲକ୍ଷାଧିକ ପ୍ୟାକେଜ ଡେଲିଭର କରିଥାନ୍ତି । ଜଣେ ଡେଲିଭରୀ ବଏକୁ ଶହରୁ ଦେଢଶହ ପ୍ୟାକେଜ ଗୋଟିଏ ଦିନରେ ଡେଲିଭର କରିବାକୁ ପଡିଥାଏ । ଏଠାରେ ଆମେ କହି ରଖୁଛୁ କି, ଆମାଜନର ଦିଲ୍ଲୀରେ ପାଖାପାଖି ୧୮ଟି ସେଂଟର ରହିଛି । ସେହିପରି ପୂରା ଦେଶରେ ଆମାଜନ ତରଫରୁ ଅନେକ ସେଂଟର ଖୋଲାଯାଇଛି ।
କେବଳ ୪ ଘଂଟା କରିବାକୁ ପଡିବ କାମ
ଯଦି ଆପଣ ଡେଲିଭରୀ ବଏର କାମ କରନ୍ତି ତେବେ ଆପଣଙ୍କୁ ପୂରା ଦିନ କାମ କରିବାକୁ ପଡିବ ନାହିଁ । କାହିଁକି ନା ଡେଲିଭରୀ ବଏ ନିକଟକୁ କେବଳ ସେହି ପ୍ୟାକେଜ ଆସିଥାଏ ଯାହା ତାଙ୍କ ଅଂଚଳର ନିକଟବର୍ତ୍ତୀ ଏରିଆର ହୋଇଥିବ । ସେହିଭଳି ଆମାଜନ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରଡକ୍ଟର ଡେଲିଭରୀ କରିଥାଏ ।
କିଭଳି କରିବେ ଆବେଦନ?
ଆମାଜନରେ ଡେଲିଭରୀ ବଏର ଚାକିରି ପାଇଁ ଆପଣ ଆମାଜନର ଆଧିକାରୀକ ୱେବସାଇଟ https://logistics.amazon.in/applynowକୁ ଯାଇ ଆବେଦନ କରିପାରିବେ । ଏହାଛଡା ଆପଣ ଆମାଜନର କୌଣସି ବି ସେଂଟରକୁ ଯାଇ ଚାକିରି ପାଇଁ ଆବେଦନ କରିପାରିବେ । ଯଦି ସେଂଟରରେ ଡେଲିଭଳି ବଏ ପାଇଁ ସିଟ୍ ଖାଲି ନଥିବ ତେବେ ସେ ଭବିଷ୍ୟତ ପାଇଁ ଆପଣଙ୍କର ନାଁ କଂପାନୀ ରେଜିଷ୍ଟର କରିଦେଇଥାଏ ।
ଦରମା
ଆମାଜନରେ କାମ କରୁଥିବା ଡେଲିଭରୀ ବଏଙ୍କୁ ନିୟମିତ ଭାବରେ ପ୍ରତିମାସ ଦରମା ମିଳିଯାଏ । ଆମାଜନରେ ଡେଲିଭରୀ ବଏଙ୍କୁ ୧୨ରୁ ୧୫ ହଜାର ଟଙ୍କାର ଫିକ୍ସଡ ଦରମା ମିଳିଥାଏ । ହେଲେ ପେଟ୍ରୋଲ ଖର୍ଚ୍ଚ ନିଜର ହୋଇଥାଏ । ଗୋଟିଏ ପ୍ରଡକ୍ଟ କିମ୍ବା ପ୍ୟାକେଜକୁ ଡେଲିଭରୀ କରିବା ଉପରେ ୧୦ରୁ ୧୫ ହଜାର ଟଙ୍କା ମିଳିଥାଏ । ଡେଲିଭରୀ ସର୍ଭିସ ଦେଉଥିବା କଂପାନୀ ମୁତାବକ, ଯଦି କୌଣସି ପିଲା ମାସସାରା କାମ କରନ୍ତି ଏବଂ ଦୈନିକ ୧୦୦ ପ୍ୟାକେଜ ଡେଲିଭର କରନ୍ତି ତେବେ ସେ ଆରାମରେ ୫୦ ହଜାରରୁ ୬୦ ହଜାର ଟଙ୍କା ମାସିକ ରୋଜଗାର କରିପାରିବେ ।