ଯୋଗୀଙ୍କୁ ବଂଚାଇବାର ମାତ୍ର ୧ ଘଂଟା ସମୟ ଅଛି ! ଫୋନରେ ଦିଲ୍ଲୀ ପୋଲିସକୁ ମିଳିଲା ଧମକ

62

ଏକ ଫୋନ କଲ୍‌ ପାଇବା ପରେ ଦିଲ୍ଲୀ ପୋଲିସର ହାତ ପାଦ ଥଣ୍ଡା ହୋଇଯାଇଛି । ଆସିଥିବା ଏହି ଫୋନ କଲରେ ପୋଲିସକୁ ଧମକ ମିଳିଥିଲା । ଯୋଗୀ ଆଦିତ୍ୟନାଥଙ୍କୁ ମାରିବା ପାଇଁ ଧମକ ପୋଲିସକୁ ଦିଆଯାଇଥିଲା । ଖବର ମିଳିବା ପରେ ଦିଲ୍ଲୀରୁ ୟୁପି ହୁଲସ୍ତୁଲ ହୋଇ ଉଠିଥିଲା । କେବଳ ଏତିକି ନୁହେଁ ଯୋଗୀଙ୍କୁ ବଞ୍ଚାଇବା ପାଇଁ ଅଜ୍ଞାତ ବ୍ୟକ୍ତି ଜଣକ ପୋଲିସକୁ ଏକ ଘଣ୍ଟାର ସମୟ ମଧ୍ୟ ଦେଇଥିଲା ।

ଦିଲ୍ଳୀ ପୋଲିସର ସ୍ପେଶାଲ ସେଲ୍‌ ଏହି ମାମଲାର ଯାଞ୍ଚ କରୁଛି । ସୂଚନା ଅନୁସାରେ ଗତ ଗୁରୁବାର ପ୍ରାୟ ଦିନ ତିନିଟା ବେଳେ ଦିଲ୍ଲୀ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଫୋନ ଆସିଥିଲା । ଫୋନ ରିସିଭ୍‌ କରିବା ମାତ୍ରେ ସନ୍ଦିଗ୍ଧ ବ୍ୟକ୍ତି ଜଣକ ଆଦିତ୍ୟନାଥଙ୍କୁ ମାରିବାକୁ ଧମକ ଦେଇଥିଲା । ଉକ୍ତ ଅଭିଯୁକ୍ତ କହିଥିଲା ତମମାଙ୍କ ପାଖରେ ଯୋଗୀଙ୍କୁ ବଞ୍ଚାଇବା ପାଇଁ ମାତ୍ର ୧ ଘଣ୍ଟାର ସମୟ ଅଛି । ଏହାପରେ ଫୋନ କଟି ଯାଇଥିଲା ।

ଧମକ ମିଳିବା ପରେ ପୋଲିସ ତୁରନ୍ତ ସେହି ନମ୍ବରକୁ ଟ୍ରେସ୍‌ କରିଥିଲା । ଯାଞ୍ଚରୁ ଜଣାପଡିଥିଲା କି ଭିଓଆଇପି ତଥା ଭଏସ୍‌ ଓଭର ଇଣ୍ଟରନେଟ ପ୍ରୋଟୋକଲ ବ୍ୟବହାର କରାଯାଇ ଏହି ଫୋନ କରାଯାଇଥିଲା । ଏବେ ସୁଦ୍ଧା ସନ୍ଦିଗ୍ଧ ବ୍ୟକ୍ତି ଜଣକର କୌଣସି ବି ସନ୍ଧାନ ମିଳିନାହିଁ । ମାମଲାର ଜୋରସୋରରେ ଯାଞ୍ଚ କରୁଛି ପୋଲିସ ।

ସୌଜନ୍ୟ: ଆଜତକ୍