ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଏଣିକି ବିଦ୍ୟୁତ୍ କାଟ୍ ହେଲେ ଘଂଟା ପ୍ରତି ଉପଭୋକ୍ତାଙ୍କୁ ମିଳିବ ୫୦ ଟଙ୍କା ଲେଖାଏଁ ଜରିମାନା

378

ସର୍ବ ପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଉ ଦିଲ୍ଲୀ ସରକାରଙ୍କ ଏଭଳି ନିଷ୍ପତି ଦ୍ୱାରା ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିବ । ତେବେ ଏହି ଯୋଜନା ଆଧାରରେ ଯଦି କୌଣସି ବିଦ୍ୟୁତ କଂପାନୀ ବିନା କାରଣରେ କିମ୍ବା ପୂର୍ବରୁ ଘୋଷଣା ନକରି ବିଦ୍ୟୁତ୍ କାଟନ୍ତି ତେବେ ତାଙ୍କୁ ଘଂଟା ପ୍ରତି ୫୦ ଟଙ୍କା ଲେଖାଏଁ ଗ୍ରାହକଙ୍କୁ ଜରିମାନା ବାବଦକୁ ଦେବାକୁ ପଡିବ । ସେହିପରି ଯଦି ଏହାଠାରୁ ଅଧିକ ସମୟ ଯାଏଁ ବିଦ୍ୟୁତ କାଟ୍ ହୁଏ ତେବେ କଂପାନୀ ଗ୍ରାହକଙ୍କୁ ୧୦୦ ଟଙ୍କା ଘଂଟା ପ୍ରତି ଜରିମାନା ଦେବା ପାଇଁ ବାଧ୍ୟ ହେବେ ବୋଲି ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ ଏଭଳି ଏକ ନୂଆ ଯୋଜନାକୁ ମଂଜୁରୀ ଦେଇଛନ୍ତି । ଯାହାଦ୍ୱାରା ରାଜଧାନୀରେ ଲାଇନ୍ କଟିଲେ ପ୍ରତି ଘଂଟା ପାୱାର କଟ୍ ବଦଳରେ ଲୋକଙ୍କୁ ୫୦ ଟଙ୍କା ପ୍ରତି ଘଂଟା ହିସାବରେ ଜରିମାନା ଦେବାକୁ ବିଭିନ୍ନ ବିଦ୍ୟୁତ୍ କଂପାନୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଏଭଳି ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ବିଦ୍ୟୁତ କଂପାନୀମାନେ ଉପଭୋକ୍ତାଙ୍କ ପ୍ରତି ଅଧିକ ଯତ୍ନବାନ ହେବେ ।

ସେହିପରି ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ ତେବେ ଗ୍ରାହକଙ୍କୁ ଭରଣ କରୁଥିବା ବିଦ୍ୟୁତ ବିଲରେ ସାମାନ୍ୟ ଆଶ୍ୱସ୍ତି ମିଳିବ । କାରଣ ସେହି ହିସାବରେ ହିଁ ଗ୍ରାହକଙ୍କଠାରୁ ବିଲ୍ ଆଦାୟ କରାଯିବ । ଏଥିସହିତ ହିଁ , ଏଭଳି ବ୍ୟବସ୍ଥା ଲାଗୁ ହେବା ନେଇ ଦିଲ୍ଲୀ ହେବ ଦେଶର ପ୍ରଥମ ରାଜ୍ୟ । ଏହି ବ୍ୟବସ୍ଥାଟି ବର୍ତ୍ତମାନ କାର୍ଯ୍ୟକାରୀ ହେବାଲାଗି ଉପରାଜ୍ୟପାଳଙ୍କ ଅନୁମତି ମିଳିବା ବାକି ରହିଛି । ଯଦି ଏହାକୁ ଅନୁମତି ମିଳିଯାଏ ତେବେ ଏହି ଯୋଜନାକୁ ପାୱାର କନଜ୍ୟୁମର କମ୍ପନ୍ସେସନ ପଲିସି ବୋଲି କୁହାଯିବ ।

ସରକାରଙ୍କ ନିୟମାନୁସାରେ, ଗୋଟିଏ ଦିନରେ ମାତ୍ର ଘଂଟାକ ପାଇଁ ହିଁ ବିଦ୍ୟୁତ କାଟ ଉପରେ ଜରିମାନା ଦେବାରୁ ବଂଚିତ ହୋଇପାରିବେ କଂପାନୀମାନେ । ହେଲେ ଏହାଠୁ ଅଧିକ ଥର କାଟିଲେ କଂପାନୀକୁ ଘଂଟା ହିସାବରେ ଜରିମାନା ନିଜର ଗ୍ରାହକଙ୍କୁ ଦେବାକୁ ପଡିବ । ସେହିପରି ଯଦି କେବଳ ଗୋଟିଏ ପରିବାର କିମ୍ବା ଗୋଟିଏ କଲୋନୀ ଏହି ସମସ୍ୟାର ବାରମ୍ବାର ଶିକାର ହେଉଛନ୍ତି ତେବେ ଏନେଇ ସେମାନେ ଏସଏମଏସ, ଇମେଲ, ଫୋନ କିମ୍ବା ଅନଲାଇନ ଜରିଆରେ ନୋ କରେଂଟ ଆଧାରରେ ଅଭିଯୋଗ କରିପାରିବେ ।

ସୌଜନ୍ୟ: ଅମର ଉଜାଲା