ଗ୍ରାହକଙ୍କୁ ଏସଏମଏସ ଆଲର୍ଟ ପଠାଇ ବ୍ୟାଙ୍କ ରୋଜଗାର କରୁଛି କୋଟିଏ ଟଙ୍କା ! ଜାଣନ୍ତୁ କିପରି

Advertisment
ଗ୍ରାହକଙ୍କୁ ଏସଏମଏସ ଆଲର୍ଟ ପଠାଇ ବ୍ୟାଙ୍କ ରୋଜଗାର କରୁଛି କୋଟିଏ ଟଙ୍କା ! ଜାଣନ୍ତୁ କିପରି

Source:Moneycontrol

ଗୋଟିଏ ପଟରେ ସରକାର ଲୋକଙ୍କୁ ଡେବିଟ୍ କାର୍ଡ ବ୍ୟବାହର କରିବା ପାଇଁ ପ୍ରତିଦିନ କିଛା ନା କିଛି ନୂଆ ନୂଆ ତରିକାରେ ପ୍ରୋତ୍ସାହିତ କରିବାରେ ଲାଗିଛନ୍ତି, ସେହିପରି ଅନ୍ୟପଟରେ କିନ୍ତୁ ବ୍ୟାଙ୍କଗୁଡିକ ନିଜ ନିଜର ଗ୍ରାହକଙ୍କ ଆକାଉଂଟରୁ କୌଣସି ନା କୌଣସି କାରଣ ଦେଖାଇ ଟଙ୍କା ଲୁଟିବାରେ ଲାଗିପଡିଛନ୍ତି । ତେଣୁ ଏଥିପାଇଁ ଯଦି ଆପଣ ଟିକିଏ ସଚେତନ ନହୁଅନ୍ତି ତେବେ ଆପଣଙ୍କ ଆକାଉଂଟରୁ ପ୍ରତିମାସ ୧୭ରୁ ୨୫ ଟଙ୍କା କଟିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ କିପରି ଆସନ୍ତୁ ଜାଣିବା ।

ଆପଣଙ୍କର ଆକାଉଂଟରେ ଉପଯୁକ୍ତ ବାଲାନ୍ସ ନଥିଲେ କିମ୍ବା ଆପଣ ଆପଣଙ୍କର ଡେବିଟ୍ କାର୍ଡ ଏଟିଏମ କିମ୍ବା ପିଓଏସ ମେସିନରେ ସ୍ୱାଇପ କରୁଥିଲେ, ଆପଣଙ୍କର ଆକାଉଂଟରୁ ୧୭ ଟଙ୍କାରୁ ଆରମ୍ଭ କରି ୨୫ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ କାଟି ନେଇଥାଏ । ଏଥିସହିତ ଜିଏସଟି ମଧ୍ୟ ଚାର୍ଜ କରାଯାଇଥାଏ । ଯାହାକୁ ଟ୍ରାନଂଜାକସ ଡିକ୍ଲାଇନ ଚାର୍ଜ କୁହାଯାଏ । ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ଗ୍ରାହକଙ୍କୁ ଏଭଳି ପ୍ରକାରର ଟ୍ରାନଂଜାକସନ ଡିକ୍ଲାଇନ ଚାର୍ଜ ରୂପରେ ୧୭ ଟଙ୍କା ପର୍ଯ୍ୟନ୍ତ ଆଦାୟ କରିଥାଏ, ଯେବେକି ଏଚଡିଏଫସି ଏବଂ ଆଇସିଆଇସିଆଇ ବ୍ୟାଙ୍କ ୨୫ ଟଙ୍କା ଚାର୍ଜ କରିଥାନ୍ତି । ଏଭଳି ଭାବରେ ବ୍ୟାଙ୍କ ନିଜର ଗ୍ରାହକଙ୍କ ନିକଟରୁ ମନଇଚ୍ଛା ଟଙ୍କା ଆଦାୟ କରିଥାଏ ।

ବ୍ୟାଙ୍କ ସୂଚନା ମୁତାବକ, ଯେଭଳି ଭାବରେ ଚେକ୍ ବାଉନ୍ସ ହେବା ଦ୍ୱାରା ଗ୍ରାହକଙ୍କଠାରୁ ଚାର୍ଜ ନିଆଯାଇଥାଏ ସେହିଭଳି ଭାବରେ କାର୍ଡ ଡିକ୍ଲାଇନ ହେବା ଉପରେ ବି ସେମାନଙ୍କଠାରୁ ଚାର୍ଜ ନିଆଯିବ । ଯଦିଓ ଚେକ୍ ଏବଂ କାର୍ଡର ତୁଳନା କରା ନ ଯାଇପାରେ ତେବେ ଚେକରେ ଥାର୍ଡପାର୍ଟି ସାମିଲ ଥାନ୍ତି ମାତ୍ର ଡେବିଟ କାର୍ଡକୁ ଲୋକେ ବ୍ୟକ୍ତିଗତ ଭାବରେ ବ୍ୟବହାର କରିଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe