ହୁସିଆର୍ ! ଏଟିଏମରୁ ବାହାରୁଛି ଏବେ ମିସ୍ ପ୍ରିଂଟ, କାଳି ଲାଗିଥିବା ନୋଟ୍ । ବ୍ୟାଙ୍କକୁ ଜଣାଇଲେ ମିଳୁଛି ନିରାଶଜନକ ଉତର

41

ଗୋଟିଏ ପଟେ ଏଟିଏମଗୁଡିକରେ ଟଙ୍କା ନଥିବା ନେଇ ସମସ୍ୟା ମୁଣ୍ଡ ଟେକିଥିବା ବେଳେ ଅନ୍ୟପଟେ ଏଟିଏମରୁ ବାହାରୁ ଥିବା ନକଲି ତଥା ଚିରା ଫଟା, ମିସ୍ ପ୍ରିଂଟିଂର ଟଙ୍କା ଏବେ ଜନତାଙ୍କର ସମସ୍ୟାକୁ ଆହୁରୀ ଦ୍ୱୁଗୁଣିତ କରିଦେଇଛି । ସୂଚନା ମୁତାବକ, ଲକ୍ଷ୍ନୌର ଇନ୍ଦିରାନଗରରେ ଥିବା ପଂଜାବ ନ୍ୟାସନାଲ ବ୍ୟାଙ୍କର ଏକ ଏଟିଏମରୁ ବାହାରିଛି କିଛି ଏଭଳି ଧରଣର ଟଙ୍କା । ଅରବିନ୍ଦ ପାଣ୍ଡ୍ୟା ନାମକ ଜଣେ ବ୍ୟକ୍ତି ଯେତେବେଳେ ଏଟିଏମରୁ ଟଙ୍କା ଉଠାଇଥିଲେ ସେତେବେଳେ ତାଙ୍କୁ ମିସ ପ୍ରିଂଟର ନୋଟ୍ ମିଳିବା ସହିତ କାଳିଲାଗିଥିବା ଟଙ୍କା ମିଳିଥିଲା ।

ଖାଲି ଅରବିନ୍ଦଙ୍କ ସହ ଏଭଳି ଘଟିନଥିଲା ବରଂ ଅନ୍ୟ ଜଣେ ବ୍ୟକ୍ତି ବି ଏହାର ଶିକାର ହୋଇଥିଲେ । ତେବେ ବ୍ୟକ୍ତି ଜଣକ ଯେତେବେଳେ ଏଟିଏମରୁ ୧୫ ହଜାର ଟଙ୍କା ବାହାର କରିବାକୁ ଡାଏଲ କରିଥିଲେ ସେତେବେଳେ ତାଙ୍କୁ ୧୫ ହଜାର ଟଙ୍କା ମିଳିବା ପରିବର୍ତ୍ତେ ମିଳିଥିଲା ୧୩,୧୦୦ଟଙ୍କା । ଆଉ ଏଥିରେ ରହିଥିଲା ୨ଟି ଚିରାଫଟା ୨୦୦୦ ଟଙ୍କାଆ ନୋଟ୍ । ବଡ କଥା ହେଲା, ଯେତେବେଳେ ଏହି ଦୁଇ ଯୁବକ ଏନେଇ ପିଏନବି ସହ ସଂପର୍କ କରିବାକୁ ଚାହିଁଥିଲେ ସେତେବେଳେ ତାଙ୍କୁ ବ୍ୟାଙ୍କ ପକ୍ଷରୁ କୌଣସି ଜବାବ ମିଳିନଥିଲା ।

ଅରବିନ୍ଦଙ୍କ କହିବା କଥା ହେଲା, ସେ ପୂର୍ବ ଅଫ୍ରିକାରେ କାମ କରନ୍ତି । ଟଙ୍କା ଉଠାଇବା ପାଇଁ ସେ ଇନ୍ଦିରାନଗରରେ ଥିବା ପିଏନବିର ଏକ ଏଟିଏମକୁ ଯାଇଥିଲେ । ଏହି ଏଟିଏମରୁ ସେ ଯେତେବେଳେ ୪ ହଜାର ଟଙ୍କା ଉଠାଇଥିଲେ ସେତେବେଳେ ତାଙ୍କୁ ଏଟିଏମରୁ ୪ ହଜାର ଟଙ୍କା ମିଳଥିଲା ସତ ହେଲେ ସେସବୁ ଗୁଡିକ ଥିଲା ମିସ୍ ପ୍ରିଂଟିଂ ଆଉ କାଳି ବୋଳି ହୋଇଥିବା ଟଙ୍କା ।

ଏହାବ୍ୟତୀତ, ଏହି ଏଟିଏମରୁ ଆଉ ଜଣେ ବ୍ୟକ୍ତି ମଧ୍ୟ ୧୫ ହଜାର ଟଙ୍କା ଉଠାଇଥିବାକୁ ଡାଏଲ କରିଥିଲେ ମାତ୍ର ତାଙ୍କୁ ୧୫ ହଜାର ଟଙ୍କା ମିଳିବା ପରିବର୍ତ୍ତେ ମିଳିଥିଲା ୧୩,୧୦୦ଟଙ୍କା । ଆଉ ଏହି ଟଙ୍କା ମଧ୍ୟରୁ ୨ଟି ନୋଟ୍ ଚିରା ନୋଟ୍ ବାହାରିଥିଲା । ପୀଡିତଙ୍କ କହିବାନୁସାରେ, ଏସକ୍ରାନ୍ତରେ ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ଚାହିଁଥିଲେ ମାତ୍ର ବ୍ୟାଙ୍କ ତରଫରୁ ତାଙ୍କୁ କୌଣସି ଜବାବ ମିଳିନଥିଲା ।

ଏଠାରେ ଆମେ କହି ରଖୁଛୁ କି, ଏଭଳି ଘଟଣା ପୂର୍ବରୁ ବି ଅନେକ ଥର ଘଟିସାରିଛି । ନିକଟରେ ଏକ ଏଟିଏମରୁ ବାହାରିଥିବା ଟଙ୍କାରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଲେଖାଯିବା ପରିବର୍ତ୍ତେ ମନୋରଂଜନ ବ୍ୟାଙ୍କ ଅଫ ଇଣ୍ଡିଆ ଲେଖାଯାଇଥିଲା । ସେହିପରି କିଛି ଟଙ୍କାରେ ଚିଲଡ୍ରେନ୍ସ ବ୍ୟାଙ୍କ ମଧ୍ୟ ଲେଖାଯାଇଥିବା ନଜର ଆସିଥିଲା ।

ଏଟିଏମରୁ ଚିରାଫଟା ନୋଟ୍ ବାହାରିଲେ କଣ କରିବେ

ଲୋକଙ୍କୁ ଜ୍ଞାତ ନଥିବ କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୭ ଏପ୍ରିଲ ମାସରୁ ହିଁ ଲୋକଙ୍କ ଏହି ସମସ୍ୟାର ସମାଧାନ କରିସାରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ସବୁ ବ୍ୟାଙ୍କକୁ ସୂଚିତ କରିସାରିଛି ଯେ ଯଦି କୌଣସି ବ୍ୟକ୍ତି ଚିରାଫଟା ନୋଟ ନେଇ ବ୍ୟାଙ୍କକୁ ବଦଳାଇବାକୁ ଆସେ ତେବେ ବ୍ୟାଙ୍କ ସେହି ନୋଟକୁ ରଖିବାକୁ ବାଧ୍ୟ ହେବ । ୨୦୧୧ ଡିସେମ୍ବର ମାସରେ ଆରବିଆଇ ଘୋଷଣା କରିଥିଲା ଯେ ଏଟିଏମରୁ ବାହାରୁଥିବା ଚିରାଫଟା ନୋଟ ପାଇଁ ବ୍ୟାଙ୍କ ହିଁ ଦୋଷୀ ରହିବ । ତେଣୁ ଏହି ନୋଟକୁ ବଦଳାଇବା ବ୍ୟାଙ୍କର ଦାୟିତ୍ୱ ।