ନିଷ୍ଠୁର ମମତା ! ଏକ ଅବୋଧ ଶିଶୁ ଉପରେ ତା’ର ମାଆର ଅକଥନୀୟ ନିର୍ଯାତନା
‘ମାଆ’ ମମତାର ରୂପ ହୋଇଥାଏ । ନିଜ ପିଲାପାଇଁ ସେ କିଛି ବି କରିପାରେ । ନିଜ ଗର୍ଭରେ ୯ ମାସ ଯାଏଁ ଧାରଣ କରିଥିବା ମା କେବେ କୌଣସି ଶିଶୁକୁ କଷ୍ଟ ଦେଇ ନପାରେ । ସାଧାରଣତଃ ଆପଣମାନେ ମା’ର ଏଭଳି ରୂପ ଦେଖିଥିବେ । ମାତ୍ର ମା’ର ଯେଉଁ ରୂପ ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ତାକୁ ଦେଖିଲେ ବୋଧେ ଆପଣ ମା’ର ଏହି ପବିତ୍ର ଶଦ୍ଦକୁ ଆପଣେଇବାକୁ କୁଣ୍ଠାବୋଧ କରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ନିଟକରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ସଂପର୍କରେ ଆମେ ଏଠାରେ ଆପଣଙ୍କୁ କହିବାକୁ ଯାଉଛୁ । ଯେଉଁଥିରେ ଜଣେ ମା’ ତାର ଅବୋଧ ଶିଶୁଟିକୁ ଅକଥନୀୟ ଭାବେ ମାଡ ମାରୁଛି । ଖାଲି ସେତିକି ନୁହେଁ ତାକୁ ଗୋଇଣ୍ଠା ମାରିବା ସହ ପାହାଚରେ କଚାଡି କଚାଡି ମାରୁଛି । ତେବେ ଏହାର କାରଣ ଜାଣିଲେ ଆପଣ ଚକିତ ହୋଇଯିବେ କି ପିଲାଟିର ଭୁଲ ଥିଲା ସେ କାନ୍ଦୁଥିଲା ଆଉ ତାର ମାଆ ତାକୁ ଯେତେ ବୁଝାଇଥିଲେ ମଧ୍ୟ ତାର କାନ୍ଦ ବନ୍ଦ ହେଉ ନଥିଲା । ତେବେ ଦକ୍ଷିଣ ଚୀନରେ ବାସ କରୁଥିବା ଜଣେ ମହିଳା ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ସୂଚନା ମିଳିଛି ।
ଦେଖନ୍ତୁ ଏହି ଭିଡିଓ-