ବଜରଙ୍ଗ ବାଲୀଙ୍କ ଆଖିରେ ଲୁହ ! ଉତ୍ତରପ୍ରଦେଶରେ ଥିବା ଏକ ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା

54

ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ଯେଉଁଠି ଏକ ହନୁମାନ ମୂର୍ତ୍ତୀ ର ଆଖିରୁ ଲୁହ ବାହାରୁ ଥିବାର ଲୋକେ ଦେଖିବାକୁ ପାଇଛନ୍ତି । ତେବେ କଥାଟା ଆପଣଙ୍କୁ ମିଛ ଲାଗୁଥିଲେ ମଧ୍ୟ ଏହା ବାସ୍ତବ ଅଟେ ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ସଙ୍ଗମନଗରୀ ଆହ୍ଲାବାଦରେ ରହିଛି ଏକ ହନୁମାନଙ୍କ ମନ୍ଦିର । ତେବେ ଭକ୍ତଙ୍କ କହିବା କଥା ହେଲା, ଗତ ଶନିବାର ଦିନ ପ୍ରଭାତ ସମୟରେ ସେମାନେ ଯେତେବେଳେ ମନ୍ଦିର ମଧ୍ୟକୁ ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ । ସେତେବେଳେ ସେମାନେ ଏଭଳି ଚମକ୍ରାର ଦେଖିବାକୁ ପାଇଥିଲେ । ପ୍ରଥମେତ ତାଙ୍କୁ ଲାଗିଥିଲା କି ବୋଧ ହୁଏ ମୂର୍ତ୍ତୀରେ ପାଣି ଲାଗିଛି । ଏହା ଭାବି ମନ୍ଦିରର ପୂଜକ ତାହା ପୋଛି ବାକୁ ଚେଷ୍ଟା କରିଥିଲେ । ମାତ୍ର ଆଶ୍ଚର୍ଯ୍ୟକର ବିଷୟ ପୂଜକ ମୂର୍ତ୍ତୀର ଆଖିରୁ ବାହାରୁଥିବା ଲୁହକୁ ବାରମ୍ବାର ପୋଛିବା ପରେ ମଧ୍ୟ ଏହି ଅଶ୍ରୁଧାରା ବନ୍ଦ ହୋଇ ନଥିଲା ।

ତେବେ ବଜରଙ୍ଗ ବାଲୀଙ୍କ ଆଖିରୁ ଲୁହ ବାହାରିବା ଖବରଟି ଚାହୁଁ ଚାହୁଁ ଖେଳି ଯାଇଥିଲା ଆଖପାଖ ଅଂଚଳରେ । ଆଉ ଯାହାକୁ ଦେଖିବା ପାଇଁ ମନ୍ଦିରରେ ଲାଗି ଯାଇଥିଲା ଭକ୍ତଙ୍କ ଲମ୍ବା ଧାଡି । ଆଉ ଲୋକଙ୍କ ଭିଡ ଏତେ ମାତ୍ରାରେ ବଢିଯାଇଥିଲା କି ବାଧ୍ୟ ହୋଇ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିବାକୁ ପଡିଛି ।