କନକ ବ୍ୟୁରୋ : କଟକ ସାଂସଦ ଭର୍ତ୍ତୃହରି ମହତାଙ୍କ ବଢିଲା ଅଡୁଆ । ୨୦୧୧ରେ ଏକ ମାଡ ମାମଲାରେ ଭର୍ତୃହରିଙ୍କ ବିରୋଧରେ ଆଜି ଚାର୍ଜଫ୍ରେମ କରାଯାଇଛି । କଟକର ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟରେ ଏହି ଚାର୍ଜଫ୍ରେମ କରାଯାଇଛି । ୨୦୧୧ରେ ଏକ ସଭାକୁ ଗଲାବେଳେ ତତକାଳୀନ ଥାନା ଏସଆଇଙ୍କୁ ମାଡ ମାରିଥିଲେ ଭର୍ତୃହରି ମହତାବ । ଏ ନେଇ ଦରଘାବଜାର ଥାନା ଅଧିକାରୀ ଥାନାରେ ଏତଲା ଦେଇଥିଲେ । ଏବେ ଦୀର୍ଘ ୧୩ ବର୍ଷ ପରେ ଚାର୍ଜଫ୍ରେମ ହୋଇଛି । ଆଇପିସିର ଦଫା ୩୪୧, ୩୨୩, ୨୯୪, ୩୫୩ ଓ ୫୦୬ରେ ସାଂସଦଙ୍କ ନାଁରେ ଏହି ଚାର୍ଜଫ୍ରେମ କରାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us