କନକ ବ୍ୟୁରୋ : କଟକ ସାଂସଦ ଭର୍ତ୍ତୃହରି ମହତାଙ୍କ ବଢିଲା ଅଡୁଆ । ୨୦୧୧ରେ ଏକ ମାଡ ମାମଲାରେ ଭର୍ତୃହରିଙ୍କ ବିରୋଧରେ ଆଜି ଚାର୍ଜଫ୍ରେମ କରାଯାଇଛି । କଟକର ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟରେ ଏହି ଚାର୍ଜଫ୍ରେମ କରାଯାଇଛି । ୨୦୧୧ରେ ଏକ ସଭାକୁ ଗଲାବେଳେ ତତକାଳୀନ ଥାନା ଏସଆଇଙ୍କୁ ମାଡ ମାରିଥିଲେ ଭର୍ତୃହରି ମହତାବ । ଏ ନେଇ ଦରଘାବଜାର ଥାନା ଅଧିକାରୀ ଥାନାରେ ଏତଲା ଦେଇଥିଲେ । ଏବେ ଦୀର୍ଘ ୧୩ ବର୍ଷ ପରେ ଚାର୍ଜଫ୍ରେମ ହୋଇଛି । ଆଇପିସିର ଦଫା ୩୪୧, ୩୨୩, ୨୯୪, ୩୫୩ ଓ ୫୦୬ରେ ସାଂସଦଙ୍କ ନାଁରେ ଏହି ଚାର୍ଜଫ୍ରେମ କରାଯାଇଛି ।
୧୩ ବର୍ଷ ତଳେ ଥାନା ଏଏସଆଇଙ୍କୁ ମାଡ ମାରିବା ଅଭିଯୋଗ । କଟକ ସାଂସଦ ବିରୋଧରେ ସ୍ୱତନ୍ତ୍ର କୋର୍ଟରେ ଦାଖଲ ହେଲା ଚାର୍ଜସିଟ୍
/kanak/media/post_attachments/wp-content/uploads/2024/03/33-16.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)