ଐତିହାସିକ ବସ୍ତୁ ଏବଂ ସେବା କର (ଜିଏସଟି) ସାରା ଦେଶରେ ଲାଗୁ ହେବା ପରେ କର ଟ୍ୟାକ୍ସ ପାଇଁ ସରକାର ଏକ ଜିଏସଟି ପୋର୍ଟାଲ ପ୍ରସ୍ତୁତ କରିଥିଲେ । ଯାହାଦ୍ୱାରା କି ବ୍ୟବସାୟୀଙ୍କୁ ଉଭୟ କର ପରିଶୋଧ ଏବଂ ରିଟର୍ନ ଫାଇଲିଂ କରିପାରିବେ । ଏଥିସହିତ ଏହି ପୋର୍ଟାଲ ଜରିଆରେ ବ୍ୟବସାୟୀଙ୍କୁ ମାଇଗ୍ରେସନ ଏବଂ ନୂଆ ରେଜିଷ୍ଟେସନ ଭଳି ସୁବିଧା ମଧ୍ୟ ଦିଆଯାଇଛି । ଏହି ଅବସରରେ ଯଦି କେହି ନିଜର ଜିଏସଟି ନମ୍ବର ସମୟରେ କିଛି ଭୁଲ କରି ଦିଅନ୍ତି, ଯାହାକୁ ସେ ସୁଧାରିବାକୁ ଚାହୁଁଛନ୍ତି କିମ୍ବା ସେଥିରେ ସେ କିଛି ନୁଆ ତଥ୍ୟ ନିଜ ଫର୍ମରେ ଯୋଡିବାକୁ ଚାହୁଁଛନ୍ତି ତେବେ ବର୍ତ୍ତମାନ ଏଭଳି କରିବା ସମ୍ଭବ ହୋଇପାରିବ ।
ଇ-ମୁଂସି ଡଟ୍ କମର ଟାକ୍ସ ଏକ୍ସପର୍ଟ ଏବଂ ଚାଟାର୍ଡ ଆକାଉଂଟାଂଟ୍ ଅଙ୍କିତ ଗୁପ୍ତାଙ୍କ କହିବା ମୁତାବକ, ଏଣିକି ବ୍ୟବସାୟୀନେ ନିଜ ଭୁଲକୁ ସହଜରେ ସୁଧାରିବା ସହିତ ନୁଆ ସୂଚନାକୁ ଯୋଡି ପାରିବେ । ତେବେ କିଭଳି ଏହା ସମ୍ଭବ ଆସନ୍ତୁ ଜାଣିବା ।
ସାଧାରଣ ଭାବେ ଜିଏସଟି ଉପରେ ବ୍ୟବସାୟୀମାନଙ୍କ ପକ୍ଷରୁ ଦୁଇ ପ୍ରକାର ଭୁଲ ହୋଇଯାଇଥାଏ । ପ୍ରଥମଟି ନନ୍ କୋର୍ ମିଷ୍ଟେକ୍ ହୋଇଥିବା ବେଳେ ଅନ୍ୟଟି ହେଲା କୋର୍ ମିଷ୍ଟେକ୍ । ଇତି ମଧ୍ୟରେ କୋର ମିଷ୍ଟେକରେ ବର୍ତ୍ତମାନ ସମୟରେ ଭୁଲଗୁଡିକୁ ସୁଧାରିବାର ପ୍ରକ୍ରିୟା ଆରମ୍ଭ ହୋଇ ଗଲାଣି ।
ଜାଣନ୍ତୁ କେଉଁ କେଉଁ ଭୁଲକୁ ସୁଧାରିବା ସହ ତାକୁ ସଂଶୋଧନ କରିହେବ
• ଯଦି ଆପଣ ଫର୍ମର ନାଁ ବଦଳାଇବାକୁ ଚାହୁଁଛନ୍ତି ତେବେ ଏହା ବର୍ତ୍ତମାନ ସମ୍ଭବ ହୋଇପାରିବ ।
• ଠିକଣାରେ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଥିଲେ କିମ୍ବା କୌଣସି ଅତିରିକ୍ତ ଠିକଣା ଯୋଡିବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ ବର୍ତ୍ତମାନ କରିପାରିବେ ।
• ବ୍ୟାଙ୍କ ଆକାଉଂଟ୍ ଡିଟେଲ୍ସରେ ଯଦି କୌଣସି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହାବି କରିପାରିବେ ।
• ଯଦି ଆପଣ କର୍ତ୍ତୃପକ୍ଷଙ୍କ ହସ୍ତାକ୍ଷରରେ କୌଣସି ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ତେବେ ଏହା ବର୍ତ୍ତମାନ ସମ୍ଭବ ଅଟେ ।
• ଏଭଳି ଭାବେ ଆପଣ ବ୍ୟବସାୟ ସହ ଜଡିତ କୌଣସି ବି ଛୋଟବଡ ଭୁଲକୁ ସୁଧାରି ପାରିବେ ।
• ଭୁଲକୁ ସୁଧାରିବା ପାଇଁ ଫର୍ମ ପୁରଣ କରିବା ପରେ ଆପଣଙ୍କୁ ଏକ ଏଆରଏନ ନମ୍ବର ମିଳିବ ଯାହା ଆପଣଙ୍କର ଇ-ମେଲ କିମ୍ବା ଆପଣ ରେଜିଷ୍ଟର କରିଥିବା ନମ୍ବରରେ ପଠାଯିବ ।
ସୌଜନ୍ୟ: ଦୈନିକ ଜାଗରଣ