ଆପ୍ ନେତାଙ୍କ ଭାଲେଂଟାଇନ ଡେ’ ! ଜାଣନ୍ତୁ ୧୪ ଫେବ୍ରୁଆରୀ ସହ କଣ ରହିଛି କେଜ୍ରିୱାଲଙ୍କ ସ୍ପେଶାଲ କନେକ୍ସନ

262

କନକ ବ୍ୟୁରୋ: ପ୍ରାରମ୍ଭିକ ଟ୍ରେଣ୍ଡରୁ ହିଁ ସ୍ପଷ୍ଟ ହୋଇଗଲାଣି କି ଦିଲ୍ଲୀରେ ପୁଣି ଥରେ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । ଯଦି ଏଭଳି ହୁଏ ତେବେ ଅରବିନ୍ଦ କେଜ୍ରିୱାଲଙ୍କ ପୁନର୍ବାର ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ଏକପ୍ରକାର ସୁନିଶ୍ଚିତ । କୁହାଯାଉଛି ଯଦି କେଜ୍ରିୱାଲ ବିଜୟତିଳକ ପିନ୍ଧନ୍ତି ତେବେ ତାଙ୍କର ଶପଥ ସମାରୋହ ଆସନ୍ତା ୧୪ ତାରିଖ ତଥା ଭାଲେଂଟାଇନ ଡେରେ ହିଁ ହୋଇପାରେ । କାରଣ ଏହି ଦିନଟି କେଜ୍ରିୱାଲଙ୍କ ପାଇଁ ବହୁତ ଖାସ୍ । ତେଣୁ ସେ ଚାହାନ୍ତି କି ଏହି ଦିନରେ ହିଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରନ୍ତୁ । ନଜର ପକାନ୍ତୁ ଭାଲେଂଟାଇନ ଡେ ସହ କଣ ରହିଛି କେଜ୍ରିୱାଲଙ୍କ ସଂପର୍କ ।

୨୦୧୩ ଏବଂ ଭାଲେଂଟାଇଲ ଡେ

୨୦୧୩ରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ସରକାର ଗଢିଥିଲା ଆମ ଆଦମୀ ପାର୍ଟି । ଆଉ ଏହି ସମୟରେ ବିଜେପିକୁ ୩୧ ସିଟ୍ ମିଳିଥିବା ବେଳେ ଆମ ଆଦମୀ ପାର୍ଟି ୨୮ଟି ଆସନରେ ବିଜୟ ଏବଂ ୮ଟି ସିଟ ଅକ୍ତିଆର କରିଥିଲା କଂଗ୍ରେସ । ଏହାପରେ କଂଗ୍ରେସ ସହ ହାତ ମିଶାଇ ଦିଲ୍ଲୀର ଶାସନ ଗାଦିରେ ବସିଥିଲା ଆପ୍ । ମାତ୍ର ଏହି ସଂପର୍କ ବେଶି ଦିନ ତିଷ୍ଠି ପାରିନଥିଲା ଦଳିୟ କନ୍ଦଳ ଯୋଗୁଁ ସରକାର ଗଠନର ମାତ୍ର ୪୯ ଦିନରେ ବି ଭାଙ୍ଗି ଯାଇଥିଲା ମେଂଟ । ଯାହା ଫଳରେ କେଜ୍ରିବାଲ ଇସ୍ତଫା ଦେବାକୁ ନିଷ୍ପତି ନେଇଥିଲେ ଏବଂ ୨୦୧୪, ଫେବ୍ରୁୟାରୀ ୧୪ତାରିଖ ଅର୍ଥାତ୍ ଭାଲେଂଟାଇ ଡେ ରେ ହିଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କେଜ୍ରିବାଲ ।

୨୦୧୫ ଏବଂ ଭାଲେଂଟାଇଲ ଡେ

୨୦୧୫ରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ଆପର ପ୍ରବକ୍ତା ରାଘବ ଚଡ୍ଡା ଘୋଷଣା କରିଦେଇଥିଲେ କି ୧୪ ଫେବ୍ରୁଆରୀରେ ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିୱାଲ ଆଉ ତାହା ହିଁ ହୋଇଥିଲା । ୬୭ଟି ଆସନ ଅକ୍ତିଆର କରି ପୁଣି ଥରେ ଦିଲ୍ଲୀ ଦଖଲ କରିଥିଲା ଆପ ସରକାର । କରିଥିଲା । ଆଉ ବିଜେପିକୁ ମିଳିଥିଲା ମାତ୍ର ୩ଟି ସିଟ୍ । ଯେବେକି କଂଗ୍ରେସର ସ୍ଥିତି ଶୋଚନୀୟ ହୋଇପଡିଥିଲା । ଏହାପରେ କେଜ୍ରିୱାଲ ୨୦୧୫, ଫେବ୍ରୁଆରୀ ୧୪ ତାରିଖରେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶପଥ ଗ୍ରହଣ କରିଥିଲେ ।

୨୦୧୮ ଏବଂ ଭାଲେଂଟାଇନ ଡେ

ସରକାର ଗଢିବାର ୩ ବର୍ଷ ପରେ ଅର୍ଥାତ୍ ୨୦୧୮ରେ କେଜ୍ରିଓାଲ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ବଡ କଥା ହେଲା କି ଏହି କାର୍ଯ୍ୟକ୍ରମ ଆୟୋଜନ ଫେବ୍ରୁଆରୀ ୧୪ ତାରିଖ ଦିନ ଅର୍ଥାତ୍ ଭାଲେଂଟାଇନ ଡେରେ ହିଁ ହୋଇଥିଲା । ଅର୍ଥାତ୍ ଏହି ଦିନଟିକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବହୁତ ଖାସ୍ ବୋଲି ମାନନ୍ତି ।