ଆପଣଙ୍କର ବିଜୁଳି ବିଲ୍ ସାମାନ୍ୟଠାରୁ ଅଧିକ ଆସୁଛି କି? ତେବେ ଏହି ନମ୍ବରରେ କଲ କରି ଜଣାନ୍ତୁ ଅଭିଯୋଗ, ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ

48

ସର୍ବପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଏଭଳି ସୁବିଧା ବର୍ତ୍ତମାନ କେବଳ ମହାରାଷ୍ଟ୍ରବାସୀଙ୍କ ପାଇଁ ହିଁ ରହିଛି । ସୂଚନା ମୁତାବକ, ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ବିତରଣ କଂପାନୀର ଜଣେ ଅଧିକାରୀଙ୍କ ଅବହେଳା ତଥା ଖାମଖିଆଲି ପାଇଁ ଜଣେ ପରିବା ବିକାଳିକୁ ଆତ୍ମହତ୍ୟା କରିବାକୁ ପଡିଥିଲା । ପ୍ରକୃତ ଘଟଣାଟି ହେଲା, ଉକ୍ତ ବ୍ୟକ୍ତିଙ୍କ ଘରକୁ ୮ ଲକ୍ଷ ୬୪ ହଜାର ଟଙ୍କାର ବିଜୁଳି ବିଲ୍ ପଠାଯାଇଥିଲା । ଯେଉଁକାରଣରୁ ବ୍ୟକ୍ତି ଜଣକ ଚିନ୍ତାରେ ଆତ୍ମହତ୍ୟା କରିଦେଇଥିଲା ।

ତେବେ ଲୋକଙ୍କ ଘରକୁ ଏଭଳି ଲକ୍ଷାଧିକ୍ ଟଙ୍କାର ବିଦ୍ୟୁତ୍ ବିଲ ଆସିବା ଖବର କୌଣସି ନୁଆ ଘଟଣା ନୁହେଁ ପୂର୍ବରୁ ବି ଏଭଳି ଅନେକ ଘଟଣା ସାମ୍ନାକୁ ଆସିସାରିଛି । ଯେଉଁଁଥିରେ କି ଅଧିକାରୀଙ୍କ ଅସାବଧାନତା ପାଇଁ ସାଧାରଣ ଜନତାଙ୍କୁ ସଫର ହେବାକୁ ପଡିଛି ।

ଯଦି ଆପଣମାନଙ୍କ ମଧ୍ୟରୁ କାହାକୁ ବି ଏଭଳି ସମସ୍ୟାର ସାମ୍ନା କରିବାକୁ ପଡୁଛି ତଥା ଆପଣଙ୍କର ମାସିକ ବିଦ୍ୟୁତ୍ ବିଲ୍ ବାକି ମାସ ଅପେକ୍ଷା ଅଧିକ ଆସିଛି । ଆଉ ଆପଣଙ୍କୁ ଲାଗୁଛି କି ବିଦ୍ୟୁତ୍ ବିଲ ଆପଣଙ୍କର ସାମାନ୍ୟ ବିଲଠାରୁ ଅଧିକ ରହିଛି, ଯାହାକି ଠିକ୍ ନୁହେଁ ତେବେ ଏଭଳି ପରିସ୍ଥିତିରେ ଆପଣ କଣ କରିବେ ଏବଂ କାହା ନିକଟକୁ ଯିବେ ଏନେଇ ଆମେ ନିମ୍ନରେ ଆଲୋଚନା କରିଛୁ । ତେବେ ପଢନ୍ତୁ ଏହି ରିପୋର୍ଟ. . .

• ସର୍ବପ୍ରଥମେ ଆପଣଙ୍କୁ ସୁନିଶ୍ଚିତ କରିବାକୁ ପଡିବ କି ଆପଣଙ୍କର ବିଜୁଳି ମିଟରରେ କୌଣସି ସମସ୍ୟା ନାହିଁ ତ । କିମ୍ବା ଆପଣଙ୍କ ଭାଗ ବିଜୁଳି କେହି ଚୋରି କରୁନାହାଁନ୍ତି ତ । କାରଣ ଏଭଳି କିଛି ନହେବା ଦ୍ୱାରା ଆପଣ ଏନେଇ ଅଭିଯୋଗ ଉକ୍ତ କଂପାନୀ ଅଥବା ନିଗମଠାରେ କରିପାରିବେ,ଯେଉଁ କଂପାନୀ ଆପଣଙ୍କୁ ବିଦ୍ୟୁତ ଯୋଗାଇ ଦେଉଛି ।

• ବିଦ୍ୟୁତ୍ ସେବା ପ୍ରଦାନ କରୁଥିବା କଂପାନୀ ବିରୋଧରେ ଅଭିଯୋଗ ଆପଣ ଅନଲାଇନ ଜରିଆରେ ବି କରିପାରିବେ । ବର୍ତ୍ତମାନ ସମୟରେ ପାଖାପାଖି ପ୍ରତ୍ୟେକ ବିଦ୍ୟୁତ୍ କଂପାନୀ ଏବଂ ନିଗମ ଅନଲାଇନ ରିଡ୍ରେସଲ ଫୋରମ ଚଲାଉଛନ୍ତି । ଯେଉଁଠି ଆପଣ ଆପଣଙ୍କର ଅଭିଯୋଗ ପତ୍ର ଦାଖଲ କରିପାରିବେ । ଏହାବ୍ୟତୀତ ଆପଣ ଉଭୟ କଂପାନୀ ଏବଂ ନିଗମର ନିକଟସ୍ଥ କାର୍ଯ୍ୟାଳୟରେ ମଧ୍ୟ ପହଂଚିପାରିବେ ।

• ସେହିପରି ଯଦି ଆପଣଙ୍କର ଅଭିଯୋଗ କଲା ପରେ ବି କୌଣସି ସୁଫଳ ମିଳିପାରୁନାହିଁ ତେବେ ଆପଣ ନ୍ୟାସନାଲ କନଜ୍୍ୟୁମର ହେଲ୍ପଲାଇନ ନମ୍ବରରେ କଲ କରି ନିଜର ଅଭିଯୋଗ ଦାଖଲ କରିପାରିବେ । ଭାରତ ସରକାରଙ୍କ ତରଫରୁ ଏଭଳି ମାମଲା ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି । ଯେଉଁଥିରେ ଆପଣ ଆପଣଙ୍କର ଅଭିଯୋଗ ଜଣାଇପାରିବେ ।

• ଆପଣ ହେଲ୍ପଲାଇନ ନମ୍ବର ୧୮୦୦-୧୧-୪୦୦୦ କିମ୍ବା ୧୪୪୦୪ରେ କଲ କରିପାରିବେ । ଏହାବ୍ୟତୀତ ଆପଣ ୮୧୩୦୦୦୯୮୦୯ ନମ୍ବରରେ ନିଜ ଅଭିଯୋଗ ଏସଏମଏସ ମଧ୍ୟ କରିପାରିବେ । ସେହିପରି ଅନଲାଇନ ଜରିଆରେ ଅଭିଯୋଗ କରିବାକୁ ହେଲେ ଆପଣ https://consumerhelpline.gov.in/କୁ ଯାଇ ନିଜକୁ ରେଜିଷ୍ଟର୍ଡ କରିବା ପରେ ଅଭିଯୋଗ କରିପାରିବେ ।

• ତେବେ ଏହି ହେଲ୍ପଲାଇନ ନମ୍ବରରେ ଆପଣଙ୍କୁ ଆପଣଙ୍କର ଅଭିଯୋଗକୁ ଭିର୍ତ୍ତକରି ସଂପୂର୍ଣ୍ଣ ତଥ୍ୟ ମଗାଯିବ । ଆପଣଙ୍କଠାରୁ ଇଲେକ୍ଟ୍ରିସିଟି ପ୍ରୋଭାଇଡର ସମେତ ଅନ୍ୟାନ୍ୟ ତଥ୍ୟ ମଗାଯିବ । ଯାହାକୁ ଆଧାର କରି ଆପଣଙ୍କ ମାମଲାର ଶୁଣାଣି କରାଯିବ ।