ଏଣିକି ସଭିଏଁ ପାଇବେ ସ୍କଲାର୍ସିପ ! ଆପଣଙ୍କ ପିଲାକୁ ବି ମିଳିବ ପିଏଚଡି ଯାଏଁ ସ୍କଲାର୍ସିପ ! ହେଲେ କରିବାକୁ ପଡିବ ଏହି ଗୋଟିଏ କାମ

ଏଣିକି ସଭିଏଁ ପାଇବେ ସ୍କଲାର୍ସିପ ! ଆପଣଙ୍କ ପିଲାକୁ ବି ମିଳିବ ପିଏଚଡି ଯାଏଁ ସ୍କଲାର୍ସିପ ! ହେଲେ କରିବାକୁ ପଡିବ ଏହି ଗୋଟିଏ କାମ

ସାଇନ୍ସରେ କ୍ୟାରିୟର ଗଢିତୋଳିବାକୁ ଇଚ୍ଛୁକ ଉଭୟ ସରକାରୀ ଏବଂ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ପୂରା ପାଠପଢା ପାଇଁ ସ୍କଲାର୍ସିପ ପାଇବାର ସୁବର୍ଣ୍ଣ ସୁଯୋଗ । ଛାତ୍ରଛାତ୍ରୀମାନେ ଏନଟିଏସଇ ଟେଷ୍ଟ କ୍ଲିୟର କରି ଏକାଶଦରୁ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ ପ୍ରତିମାସ ସ୍କଲାର୍ସିପ ପାଇପାରିବେ ।ସଂପୂର୍ଣ୍ଣ ଦେଶରେ ସ୍କୁଲ ସ୍ତରରେ ଥିବା ପ୍ରତିଭାଗୁଡିକୁ ଖୋଜିବା ବାହାର କରିବା ପାଇଁ ଏନସିଇଆରଟି ତଥା ନ୍ୟାସନାଲ ଚ୍ୟାଲେଂଟ ସର୍ଚ୍ଚ ଏଗ୍ଜାମିନେସନ (ଏନଟିଏସଇ) ଆୟୋଜନ କରିଥାଏ । ଦୁଇଟି ପର୍ଯ୍ୟାୟରେ ହେଉଥିବା ପରୀକ୍ଷାରେ ପ୍ରଥମ ପର୍ଯ୍ୟାୟର ପରୀକ୍ଷା ନଭେମ୍ବର ମାସରେ ହେବ । ଛାତ୍ରଛାତ୍ରୀମାନେ ଏଥିପାଇଁ ସେପ୍ଟେମ୍ବର ସୁଦ୍ଧା ଆବେଦନ କରିପାରିବେ । ତେବେ ଦଶମ ଶ୍ରେଣୀରେ ପାଠପଢୁଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ ।

ସୂଚନା ମୁତାବକ, ଏନଟିଏସଇ କ୍ଲିୟର କରିଥିବା ଛାତ୍ରଛାତ୍ରୀଙ୍କୁ ଏକାଦଶ ଏବଂ ଦ୍ୱାଦଶରୁ ପ୍ରତି ମାସ ସ୍କଲାର୍ସିପ ମିଳିବ । ସେହିଭଳି ବିଜ୍ଞାନରେ ଗ୍ରାଜୁଏସନ ଏବଂ ପିଜି କରିବା ଦ୍ୱାରା ପ୍ରତିମାସ ୨ ହଜାର ଟଙ୍କା ଏବଂ ପିଏଚଡି ପାଇଁ ୟୁଜିସି ନିୟମ ଅନୁସାରେ ସ୍କଲାର୍ସିପ ମିଳିବ । ସେହିପରି ଏନଟିଏସଇ କ୍ଲିୟର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଦେଶର ଟପ୍ ଇଂଜିନିୟରିଂ ସଂସ୍ଥାମାନଙ୍କରେ ପାଠପଢିବାର ସୁଯୋଗ ମଧ୍ୟ ମିଳିବ ।

ଏନଟିଏସଇ ଷ୍ଟେଜ-୧ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦୁଇଟି ବିଷୟ କ୍ଲିୟର କରିବାକୁ ହେବ । ମେଂଟାଲ ଏବିଲିଟି ଟେଷ୍ଟ ତଥା ମେଟରେ ଗଣିତ ପାଇଁ ୧୦୦ଟି ପ୍ରଶ୍ନ କରାଯିବ । ସେହିପରି ଦ୍ୱିତୀୟ ବିଷୟ ସ୍କଲାଷ୍ଟିକ୍ ଆପ୍ଟିଚ୍ୟୁଟର ୧୦୦ ନମ୍ବର ହେବ । ଉଭୟ ବିଷୟର ପରୀକ୍ଷା ପାଇଁ ୨ ଘଂଟା ସମୟ ଦିଆଯିବ । ସାଧାରଣ ବର୍ଗରେ ୪୦ ପ୍ରତିଶତ ଏବଂ ସଂରକ୍ଷଣ ବର୍ଗରେ ୩୨ ପ୍ରତିଶତର ମାର୍କ ପାସ୍ ପାଇଁ ସ୍ଥିର କରାଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ଦଶମରେ ପାଠପଢୁଥିବା ଛାତ୍ରଛାତ୍ରୀ, ଯେଉଁମାନେ ନବମ କ୍ଲାସରେ ୬୧ ପ୍ରତିଶତରୁ ଅଧିକ ନମ୍ବର ହାସଲ କରିଥିବେ, ସେମାନେ ହିଁ ଏଥିପାଇଁ ଆବେଦନ କରିପାରିବେ । ତେବେ ଏଥିପାଇଁ ଚଳିତ ମାସ ଶେଷ ସୁଦ୍ଧା ଆବେଦନ କରିବାକୁ ହେବ । ସେହିପରି ଆବେଦନ ଫର୍ମ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଅନୁମୋଦିତ ହେବା ନିହାତି ଜରୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe