କନକ ବ୍ୟୁରୋ : ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହୋଇଥିବା ହଷ୍ଟେଲରେ ବଡ଼ ଧରଣର ଦୁର୍ନୀତି । ନିମ୍ନମାନର କାମ କରି ଠିକଦାର ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ସମ୍ପୃକ୍ତ ଠିକାରଦାରଙ୍କୁ ଗିରଫ କରିଛି ଭିଜିଲାନ୍ସ । ରାଉରକେଲାରୁ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଓ ତାଙ୍କ ସହଯୋଗୀ ଦୀପକ ଅଗ୍ରୱାଲଙ୍କୁ ଭିଜିଲାନ୍ସ ଗିରଫ କରିଛି ।

Advertisment

ସୋନପୁର ଅଞ୍ଚଳରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ ୪ଟି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା । ୪ଟି ହଷ୍ଟେଲରେ ଅତ୍ୟନ୍ତ ନିମ୍ନ ମାନର କାମ ହୋଇଛି । ହଷ୍ଟେଲରେ ବ୍ରାଣ୍ଡେଡ୍ ଓ ଦାମୀ କମ୍ପାନୀର ଉପକରଣ ବ୍ୟବହାର ପାଇଁ ନିର୍ଦ୍ଦେଶ ଥିବା ବେଳେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବା ଅଭିଯୋଗ ରହିଛି । ଦୁଇ ଠିକାଦାରଙ୍କୁ ଗିରଫ କରି ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।