ସର୍ବ ପ୍ରଥମେ ଏଠାରେ ଆମେ ଆପଣଙ୍କୁ ସ୍ପଷ୍ଟ କରିଦେବାକୁ ଚାହୁଁଛୁ କି, ଏହି ସୁବିଧା ବର୍ତ୍ତମାନ ଭୋପାଳରେ କାର୍ଯ୍ୟକାରୀ । ଏଠାରେ ଆଗାମୀ ଦିନରେ ବର୍ଷା ଦିନକୁ ଉପୁଜିବାକୁ ଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ହିତ ପାଇଁ ଏଭଳି ସୁବିଧା ଯୋଗାଇଦିଆଯାଉଛି ।

Advertisment

ସୂଚନା ମୁତାବକ, ପ୍ରାକ୍ ମୌସୁସୀ ଜନିତ ବର୍ଷା ଏବେ ଆରମ୍ଭ ହୋଇଯାଇଛି । ସେହିପରି ଏହି ସମୟରେ ଅଧିକାଂଶ ସମୟରେ ସ୍ଥାନେ ସ୍ଥାନେ ପାଣି ଜମିବା, ଘର କିମ୍ବା ବିଲ୍ଡିଂ ଭୁସୁଡିବା , ଘରୁ ସାପ ବାହାରିବା ଭଳି ପରିସ୍ଥିତି ଉପୁଜିଥାଏ । ତେବେ ଏଭଳି ପରିସ୍ଥିତିରେ ସାଧାରଣ ଲୋକମାନଙ୍କ ସହାୟତା ପାଇଁ ଭୋପାଳ ସରକାରଙ୍କ ତରଫରୁ ଜାରି କରାଯାଇଛି କିଛି ଆପତ୍ତକାଳୀନ ମୋବାଇଲ ନମ୍ବର । ଯେଉଁଥିରେ ଯୋଗାଯୋଗ କରି ଲୋକେ ସହାୟତା ମାଗିପାରିବେ ।

ଭୋପାଳ ନଗର ନିଗମ ପ୍ରତିବର୍ଷ ବର୍ଷା ସମୟରେ ଫତେହଗଡରେ ଏକ ଅସ୍ଥାୟୀ ବିପର୍ଯ୍ୟୟ ଶିବିର (Disaster Control Room) ସ୍ଥାପନ କରିଥାଏ । ଯେଉଁଥିରେ ୨୪ ଘଂଟା କାଳ ଉଦ୍ଧାରକାରୀ ଦଳ ଉପସ୍ଥିତ ରହିଥାନ୍ତି । ଏହାବ୍ୟତୀତ ରାଜ୍ୟର ସମସ୍ତ ଇଲାକା ତଥା ଜୋନରେ ଥିବା କାର୍ଯ୍ୟାଳୟମାନଙ୍କରେ ଆଂଚଳିକ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସେମାନଙ୍କୁ ୨୪ ଘଂଟା କାମରେ ନିୟୋଜିତ କରାଯାଇଥାଏ । ଯାହାଦ୍ୱାରା କୌଣସି ଅଘଟଣ ସମୟରେ ତୁରନ୍ତ ସହାୟତା ମିଳିପାରିବ ।

ନଗର ନିଗମ ବିପର୍ଯ୍ୟୟ ଆଶ୍ରୟ ସ୍ଥଳୀ

୦୭୫୫-୨୫୪୨୨୨୨,୨୭୦୧୪୦୧,୧୦୧

ସାପ ବାହାରିଲେ ଏହି ନମ୍ବରରେ କରନ୍ତୁ କଲ

୯୪୨୫୬୦୦୬୫୮, ୯୮୨୬୧୧୭୬, ୯୮୨୬୦୩୨୨୩୪

ସ୍ଥାନୀୟ ଜୋନାଲ ଅଧିକାରୀ

୯୪୨୪୪୯୯୯୦୧ରୁ ୧୯ ପର୍ଯ୍ୟନ୍ତ

ସ୍ଥାନୀୟ ସ୍ୱଚ୍ଛତା ଅଧିକାରୀ

୯୪୨୪୪୯୯୬୦୧

ବିଦ୍ୟୁତ୍ କଂପାନୀ କଲ ସେଂଟର

୭୫୫-୨୫୫୧୨୨୨,୧୮୦୦୨୩୩୧୯୨

ସ୍ୱାସ୍ଥ୍ୟ ବିଭାଗ

ଆମ୍ବୁଲାନ୍ସ-୧୦୮

ହମିଦିୟା ହସ୍ପିଟାଲ-୦୭୫୫-୪୦୫୦୪୬୪

ଜେପି ହସପିଚାଲ-୦୭୫୫-୨୫୫୧୪୨

ପୁଲିସ କଂଟ୍ରୋଲ ରୁମ-୧୦୦