ଦେଶରେ ଏଇ ସ୍ଥାନରେ ସବୁଠାରୁ ଶସ୍ତା ପେଟ୍ରୋଲ ଦର । ଯେଉଁଠି ମହଙ୍ଗା ମାଡରୁ ମିଳୁଛି ମୁକ୍ତି ।

38

ସାରା ଦେଶରେ ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖାଲି ସେତିକି ତେଲଦରକୁ ନେଇ ଦେଶ ବ୍ୟାପି ଆନ୍ଦୋଳନ ଜାରି ରହିଥିବା ବେଳେ ଏଯାବତ କୌଣସି ବି ସୁଫଳ ମିଳିପାରି ନାହିଁ । ତେବେ ଏଭଳି ପରିସ୍ଥିତିରେ ଦେଶରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠି ବର୍ତ୍ତମାନ ସମୟରେ ବି ଉଭୟ ପେଟ୍ରୋଲ-ଡିଜେଲ ବହୁତ କମ ଦରରେ ବିକ୍ରି ହେଉଛି । ଆଜ୍ଞା ହଁ । ଆଜ୍ଞା ହଁ ! ଭାରତର ଏଭଳି ହିଁ ଏକ ସ୍ଥାନ ରହିଛି, ଯେିଁଠି ଅଂଶରେ ପେଟ୍ରୋଲ ଏବଂ ଡିଜେଲର ଦାମ ପଡୋଶି ଦେଶମାନଙ୍କ ସହ ସମାନ ରହିଛି ଏବଂ ଏଠାରେ ଲୋକମାନଙ୍କୁ ତୈଳର ମହଙ୍ଗା ମାଡ ସହିବାକୁ ପଡିନି ।

ପେଟ୍ରୋଲ ଡିଜେଲ ଦରର ଦାମରେ ଅଧାରୁ ଅଧିକ ଭାଗ ଉଭୟ କ୍ନ୍୍ରେ ଏବଂ ରାଜ୍ୟ ସରକାରୀଙ୍କ ଦ୍ୱାରା ଲଗାଯାଉଥିବା ଟ୍ୟାକ୍ସର ଅଟେ । ଯେଉଁ କାରଣରୁ ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କା ପ୍ରତି ଲିଟର ପହଂଚିଥିବା ବେଳେ ଦିଲ୍ଲୀରେ ୮୦ ଟଙ୍କାରେ ବିକ୍ରି ହେଉଛି ।

ପେଟ୍ରୋଲ-ଡିଜେଲ ଦରର ଗଣିତ

ଉଭୟ ପେଟ୍ରୋଲ-ଡିଜେଲ ଦରର ବାସ୍ତବିକ ମୂଲ୍ୟ ହେଲା, ଯେଉଁଥିରେ ଦେଶର ତୈଳ କଂପାନୀମାନେ ପେଟ୍ରୋଲ ପମ୍ପ ବିକ୍ରେତାଙ୍କ ତୈ÷ଳ ଉପଲବ୍ଧ କରାନ୍ତି । ଆଜି ଦେଶର ସବୁଠାରୁ ବଡ ତୈଳ କଂପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ପେଟ୍ରୋଲ ପମ୍ପମାନଙ୍କରେ ୩୯.୨୧ ଟଙ୍କା ପ୍ରତି ଲିଟର ଦରରେ ପେଟ୍ରୋଲ ବିକ୍ରି କରୁଛି । ଏହି ଦାମରେ ଉଭୟ ଭାଟ ଏବଂ ଏକ୍ସାଇଜ ଡ୍ୟୁଟି ସାମିଲ ନାହିଁ ଏବଂ ଏହି ବିକ୍ରି ଉପରେ ସାଧାରଣ ଜନତା ପେଟ୍ରୋଲ ପମ୍ପ ଉପରେ ଏକ ଲିଟର ପେଟ୍ରୋଲ ପାଇଁ ଦିଲ୍ଲୀ ରେ ୮୦ ଟଙ୍କା ଦେଉଛି ତ ମୁମ୍ବାଇରେ ଉପଭୋକ୍ତା ପାଖାପାଖି ୯୦ ଟଙ୍କାରେ ଦେଉଛନ୍ତି ।

ଭାଟ ଏବଂ ଏକ୍ସାଇଜ

ପେଟ୍ରୋଲର ବାସ୍ତବିକ ମୂଲ୍ୟ ଉପରେ ୧୯.୪୮ ଟଙ୍କା ଏକ୍ସାଇଜ ଡ୍ୟୁଟି ବାବଦକୁ ଯୋଡା ଯାଇଥାଏ । ସେହିପରି ଡିଜେଲ ଉପରେ ୧୫. ୩୩ ଟଙ୍କାର ଏକ୍ସାଇଜ ଡ୍ୟୁଟି ଯୋଡା ଯାଇଥାଏ । ଏହି ଡ୍ୟୁଟି କେନ୍ଦ୍ର ସରକାରଙ୍କ ଟ୍ୟାକ୍ସ ଜରିଆରେ ରୋଜଗାର କରିବାର ଏକ ମାଧ୍ୟମ । ଏହାଛଡା ପ୍ରତ୍ୟେକ ରାଜ୍ୟରେ ପୃଥକ ପୃଥକ ଦରରେ ଭାଟ ଆଦାୟ କରାଯାଇଥାଏ । ମହାରାଷ୍ଟ୍ର ମୁମ୍ବାଇରେ ଯେଉଁଠି ପେଟ୍ରୋଲର ବାସ୍ତବିକ ଦରର ୩୯.୧୨ ପ୍ରତିଶତ ଭାଟ ଆଦାୟ କରାଯାଇଥାଏ ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଦାମ ଉପରେ ୨୭ ପ୍ରତିଶତ ଭାଟ ଲଗାଯାଇଥାଏ ।

ଏଠାରେ ଆମେ କହି ରଖୁଛୁ କି, ଯେଉଁଠି ଦେଶରେ ସର୍ବାଧିକ ୩୯.୧୨ ପ୍ରତିଶତ ଭାୟ ମହାରଷ୍ଟ୍ରରେ ଆଦାୟ କରାଯାଉଛି । ସେଇଠି ଆଣ୍ଡାମାନ ନିକୋବରରେ ମାତ୍ର ୬ ପ୍ରତିଶତଚ ଭାଟ ଆଦାୟ କରାଯାଉଛି । ଆଣ୍ଡାମାନ ନିକୋବରରେ ମାତ୍ର ୬ ପ୍ରତିଶତ ଭାଟ ଏବଂ ୧୯.୪୮ ଟଙ୍କାରେ ସେଂଟ୍ରାଲ ଏକ୍ସାଇଜ ସହିତ ଆଜିର ଦିନରେ ପେଟ୍ରୋଲ ଦାମ ୬୮.୯୦ ଟଙ୍କା ପ୍ରତି ଲିଟର ରହିଛି । ସେହିପରି ଆଣ୍ଡାମାନ ନିକୋବରରେ ଡିଜେଲ ଉପରେ ୧୫.୩୩ ଟଙ୍କା ସେଂଟ୍ରାଲ ଏକ୍ସାଇଜ ସହିତ ୬ ପ୍ରତିଶତ ଭାଟ ଆଦାୟ କରାଯାଉଛି । ଯାହାଦ୍ୱାରା ଆଜିର ଦିନରେ ଡିଜେଲ ଦର ପ୍ରତି ଲିଟର ପିଛା ରହିଛି ମାତ୍ର ୬୭.୪୭ ଟଙ୍କା । ଅର୍ଥାତ୍ ମାତ୍ର ୬ ପ୍ରତିଶତ ଭାଟ ସହିତ କେନ୍ଦ୍ର ଶାସିତ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଅନ୍ୟ ସହରମାନଙ୍କ ତୁଳନାରେ ପାଖାପାଖି ୨୦ ଟଙ୍କା ପ୍ରତି ଲିଟର କମ୍ ଦାମରେ ଉପଭୋକ୍ତାଙ୍କୁ ବିକ୍ରି କରାଯାଉଛି ।