ବାଇକ୍ ତ ସମସ୍ତେ ବ୍ୟବହାର କରୁଛନ୍ତି । ହେଲେ କାର ଚଢିବାକୁ କାହାର ବି ଇଚ୍ଛା ନଥାଏ । କିନ୍ତୁ ଅର୍ଥର ଘୋର ଅଭାବ କାରଣରୁ ଆମକୁ ଆମର ଏହି ଇଚ୍ଛାକୁ ମନ ଭିତରେ ମାରିବାକୁ ପଡିଥାଏ । ହେଲେ ବର୍ତ୍ତମାନ ଏହି ସ୍ୱପ୍ନ ପୂରଣ ହେବାକୁ ଯାଉଛି । କାହିଁକି ନା ଭାରତୀୟ ବଜାରରେ ଖୁବ୍ ଶୀଘ୍ର ଲଂଚ ହେବାକୁ ଯାଉଛି ସବୁଠାରୁ ଶସ୍ତା କାର । ଯାହାର ଦାମ ରହିଛି ମାତ୍ର ୧ ଲକ୍ଷ ଟଙ୍କା । ତେବେ ଆସନ୍ତୁ ଜାଣିବା ଏହି କାର ସଂପର୍କରେ..
ମିଳିଥିବା ସୂଚନାରୁ ଯାହା ଜଣା ପଡିଛି, ଏହି ଶସ୍ତା କାରଟିକୁ ଖୁବ୍ ଶୀଘ୍ର ଲଂଚ କରୁଛି ଟାଟା କଂପାନୀ । ଯାହାକୁ କଂପାନୀ ତାର ୮୨ତମ ଜେନଭା ମୋଟର ସୋରେ ପରିବେଷଣ କରିଥିଲା । ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଏହି କାର ୨୦୧୯ ସୁଦ୍ଧା ଲଂଚ ହୋଇଯିବ । ଏବଂ ଏହି କାରକୁ ଟାଟା କଂପାନୀ ‘ମେଗାପିକ୍ସଲ’ ନାଁ ଦେଇଛି ।
ତେବେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଟାଟା କଂପାନୀ ଏକ ଆକର୍ଷଣୀୟ ଉପହାର ସେ ସମସ୍ତ ଲୋକମାନଙ୍କୁ ଭେଟିଦେଇଛି, ଯେଉଁମାନେ କି ମାଇଲେଜ ନାରେ ଗାଡି କିଣିପାରନ୍ତି ନାହିଁ । ଉଲ୍ଲେଖ ଥାଉ କି, ଟାଟା କଂପାନୀର ଏହି କାର ୧ ଲିଟର ପ୍ରତି ତେଲରେ ୨୦ କିଲୋମିଟରର ମାଇଲେଜ ଦେବ, ଯାହାକି ବହୁତ ଭଲ ଖବର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/1-LAKH-CAR.jpg)
/kanak/media/post_attachments/wp-content/uploads/2018/11/19_01_2018-tata-ev-300x178.jpg)
/kanak/media/post_attachments/wp-content/uploads/2018/11/ba92e35803bad8e6a4da3f6ca8d8b4bb-300x200.jpg)