ଏଣିକି ପୋଷାକ ସହାୟତାରେ ବି ଚାର୍ଜ କରି ପାରିବେ ମୋବାଇଲ ଫୋନ୍ ! ଜାଣନ୍ତୁ କିଭଳି

Advertisment
ଏଣିକି ପୋଷାକ ସହାୟତାରେ ବି ଚାର୍ଜ କରି ପାରିବେ ମୋବାଇଲ ଫୋନ୍ ! ଜାଣନ୍ତୁ କିଭଳି

ଖୁବ୍‌ ଶୀଘ୍ର ଆପଣ ପୋଷାକରେ ନିଜର ମୋବାଇଲ୍‌ ଚାର୍ଜ କରି ପାରିବେ। ଯଦି ଆପଣ ଭାବୁଛନ୍ତି କି ଏମିତି କେମିତି ହେବ? ତେବେ ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ ଯେ, ବୈଜ୍ଞାନିକମାନେ ଏମିତି ପକେଟ ବନାଉଛନ୍ତି ଯାହା ଚାର୍ଜିଂ ଡକ୍‌ ଭଳି କାମ କରିବ। ଅର୍ଥାତ୍‌ ଏହା ଦ୍ୱାରା ଆପଣ ଆପଣଙ୍କ ଫୋନ୍‌ ଚାର୍ଜ କରି ପାରିବେ। ଚାର୍ଜିଂ ଡକରୁ ଆାପଣ ମୋବାଇଲ୍‌ ବ୍ୟତୀତ ଫିଟନେସ୍‌ ଟ୍ରାକର ଓ ଟ୍ୟାବଲେଟ ବି ଚାର୍ଜ କରି ପାରିବେ। ଏହି ପକେଟରେ ଛୋଟ ସୋଲର ପ୍ୟାନେଲ ରହିବ। ଏହି ପକେଟ ଆପଣଙ୍କ ପୋଷାକର ଫ୍ରେବିକ୍‌ରେ ବୁଣା ହୋଇଥିବ।

publive-image

ନୋଟ୍ଟିଘମ୍‌ ଟ୍ରେଣ୍ଟ ୟୁନିଭର୍ସିଟିର ବୈଜ୍ଞାନିକଙ୍କ କହିବାନୁସାରେ, ଏହା ଇନୋଭେସନ୍‌ ପାଓ୍ଵରକୁ ଜେନେରଟ କରିବାକୁ ପ୍ରୋମେଟ କରିବ। ପ୍ୟାନେଲ କେବଳ ୩ଏମ୍‌ଏମ୍‌ ଲମ୍ବା ଓ ୧.୫ ଏମ୍‌ଏମ୍‌ ଚୌଡା ହେବ। ଏହାକୁ ଖୁବ୍‌ ସହଜରେ ଫେବ୍ରିକ୍‌ରେ ସିଲେଇ କରାଯାଇ ପାରିବ।ଏହି ପକେଟ ସାହାଯ୍ୟରେ ଲୋକମାନେ ଚାଲୁଥିବା ସମୟରେ ହେଉ ଅବା କୌଣସି ସ୍ଥାନରେ ବି ମୋବାଇଲ, ଫିଟନେସ୍‌ ଟ୍ରେକର ଓ ଟ୍ୟାବଲେଟ ଚାର୍ଜ କରି ପାରିବେ। ଏହି ନୂଆ ଇନୋଭେସନ୍‌ ପରେ ଲୋକଙ୍କୁ ପାଓ୍ଵର ବ୍ୟାଙ୍କ କିମ୍ବା ପ୍ଲଗ୍‌ ସକେଟର ଆବଶ୍ୟକ ପଡ଼ିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe