ବଢିଲା ସରକାରୀ ଯୋଜନା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯିବାର ତାରିଖ

ବଢିଲା ସରକାରୀ ଯୋଜନା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯିବାର ତାରିଖ

Source: spiderimg.amarujala.com

ଆଧାର ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିବା ପୂର୍ବରୁ ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନା ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯିବାର ଶେଷ ତାରିଖକୁ ୩୧ ଡିସେମ୍ବର ଯାଏଁ ବୃଦ୍ଧି କରାଯାଇଛି । ତେବେ ପୂର୍ବରୁ ଏହି ସମୟସୀମା ୩୦ ସେପ୍ଟେମ୍ବର ଯାଏଁ ଧାର୍ଯ୍ୟ କରାଯାଇଥିଲା ।

ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିବାର ଶେଷ ତାରିଖକୁ ୩୧ ଡିସେମ୍ବର ୨୦୧୭କୁ ବୃଦ୍ଧି କରାଯାଇଛି । ଅର୍ଥାତ୍ ଏବେ ଏହାର ଡେଡଲାଇନ୍ ୩୦ ସେପ୍ଟେମ୍ବର ପରିବର୍ତ୍ତେ ୩୧ ଡିସେମ୍ବର ୨୦୧୭ ଯାଏଁ ରହିଛି ।

କୋର୍ଟ କହିବା ଅନୁସାରେ, ଏହି ମାମଲାକୁ ଚ୍ୟାଲେଂଜ ଦେଇଥିବା ଅଭିଯୋଗପତ୍ର ଉପରେ ଏବେ ଶୁଣାଣି କରାଯିବା ଜରୁରୀ ନୁହେଁ ବୋଲି । ତେଣୁ ନଭେମ୍ବର ମାସର ପ୍ରଥମ ସପ୍ତାହରେ ହିଁ ଏହା ଉପରେ ଶୁଣାଣି କରାଯିବ ।

ଏହାପୂର୍ବରୁ ସୁପ୍ରିମକୋର୍ଟର ଏକ ୯ ଜଣିଆ ଖଣ୍ଡପୀଠ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ମୌଳିକ ଅଧିକାର ଭାବେ ବିଚାର କରିଥିଲେ ଆଉ କେନ୍ଦ୍ର ସରକାର ସେହି ସମୟରେ କହିଥିଲେ କି, ଜନ କଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯିବା ଏବଂ ଏଥିପାଇଁ ଜନତାଙ୍କୁ ୩୦ ସେପ୍ଟେମ୍ବର ଯାଏଁ ସମୟ ଦିଆଯାଇଥିଲା କି ଯେଉଁମାନଙ୍କର ଆଧାରକାର୍ଡ ନାହିଁ ସେମାନେ ଏହି ସମୟସୀମା ଭିତରେ ନିଜର ଆଧାରକାର୍ଡ ତିଆରି କରିବାଦେବାକୁ । ଯାହାର ଅର୍ଥ ହେଲା, ଯଦି ଆପଣ ୩୦ ସେପ୍ଟେମ୍ବର ଭିତରେ ଆଧାର କାର୍ଡ ତିଆରି ବନେଇନାହାଁନ୍ତି ତେବେ ଆପଣ ସରକାରର ଦ୍ୱାରା ପ୍ରଦତ ବିଭିନ୍ନ ଜନ କଲ୍ୟାଣଯୋଜନାର ଆପଣ ଲାଭ ଉଠାଇପାରିବେ ନାହିଁ ।

ସୌଜନ୍ୟ: ଆଜତକ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe