ଧମାକାଦାର ଅଫର: ସ୍କୁଟର ଦାମରେ ମିଳୁଛି ମାରୁତି ଏବଂ ସେଣ୍ଟ୍ରୋ କାର, ଦେବାକୁ ବି ପଡିବନି ଋଣ, ଜାଣନ୍ତୁ କେଉଁଠି ଓ କିଭଳି ପାଇବେ ଏହି ଗାଡି

74

ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଗୋଟିଏ ସ୍ୱପ୍ନ ରହିଛି କି, ତାଙ୍କ ପାଖରେ ବି ଗୋଟିଏ ଛୋଟିଆ ଘର ଆଉ ଘର ବାହାରେ ନିଜର ଖଣ୍ଡିଏ କାର ଠିଆ ହୋଇଥିବ । କିନ୍ତୁ ଏହି ମହଙ୍ଗା ଯୁଗରେ ଲୋକେ ଘର ଖଣ୍ଡିଏ ତ ବହୁତ ମୁସ୍କିଲରେ କିଣି ପକାନ୍ତି ହେଲେ କାର କିଣିବାକୁ ଆଉ ସାହସ କରିପାରନ୍ତି ନାହିଁ । କାହିଁକି ନା, କାର କିଣିବାକୁ ହେଲା ପ୍ରତି ଦିନ ପେଟ୍ରୋଲ-ଡିଜେଲ ଦର ତାଙ୍କୁ ଚିନ୍ତାରେ ଏବଂ ଡରାଇ ଦେଉଛି ।

ଏଥିପାଇଁ ଆମ ପାଖରେ ଆପଣଙ୍କ ପାଇଁ ଏକ ବହୁତ ଭଲ ଖବର ରହିଛି । ଯାହା ଆପଣଙ୍କର କାର ଚଢିବାର ସ୍ୱପ୍ନ ସାକାର ହୋଇପାରିବ । ସେକେଣ୍ଡ ହ୍ୟାଣ୍ଡ ମାର୍କେଟରେ ଆପଣଙ୍କୁ ଏଭଳି ଅନେକ ବିକଳ୍ପ ମିଳିଯିବ । କିଛି ଏଭଳି ବିକଳ୍ପ ମଧ୍ୟ ମିଳିବ ଯେଉଁଥିରେ ଆପଣ ଅଟୋମେଟିକ ସ୍କୁଟର ଭଳି ଆକ୍ଟିଭା କିମ୍ବା ଜୁପିଟର ଦାମରେ କିଣିପାରିବେ । ଯାହାକି ଭରଷାଯୋଗ୍ୟ ଅଟେ । ଆଉ ଏହି କାରଗୁଡିକ ଆପଣଙ୍କୁ ମାତ୍ର ୫୦ ହଜାରରୁ ୭୦ ହଜାର ଦାମ ଭିତରେ ମିଳିଯିବ । ଆଜ୍ଞା ହଁ ! ଆପଣ ଠିକ୍ ପଢୁଛନ୍ତି । ସ୍କୁଟର ଦାମରେ ଆପଣ କାର କିଣିପାରିବେ । ତେବେ ଅଧିକ ଜାଣିବା ପାଇଁ ପଢନ୍ତୁ ପୂରା ଖବର

ମାରୁତି୮୦୦: ମାରୁତି ୮୦୦ ସବୁଠାରୁ ପୁରୁଣା ହ୍ୟାଚବ୍ୟାକ୍ ମଧ୍ୟରୁ ଗୋଟିଏ । ଏହି ଗାଡି ପାଖାପାଖି ୨ ଦଶକରୁ ଅଧିକ ସମୟରୁ ମାର୍କେଟରେ ଉପଲବ୍ଧ । ମାରୁତି ୮୦୦ର ଖାସ୍ କଥା ହେଲା କି , ଏହି ଗାଡି ବହୁତ ଭରଷାଯୋଗ୍ୟ, ଚଲାଇବାକୁ ଯେତିକି ସହଜ , ସେତିକି ସହଜ ଏହାର ରକ୍ଷଣାବେକ୍ଷଣା କରିବା । ଅଧିକାଂଶ ଲୋକଙ୍କ ପାଇଁ ମାରୁତି୮୦୦, ସେମାନଙ୍କ ପ୍ରଥମ ପସନ୍ଦ ହୋଇଥାଏ ଏବଂ ଆଜିର ଦିନରେ ବି ଏହାର ରିସେଲ ଭାଲ୍ୟୁ ବହୁତ ଭଲ ରହିଛି । ଆପଣଙ୍କୁ ଏହି କାର ଅନଲାଇନ ସେକେଣ୍ଡ ପ୍ଲାର୍ଟଫର୍ମ କିମ୍ବା ମାର୍କେମରେ ଉପଲବ୍ଧ ସେକେଣ୍ଡ ହ୍ୟାଣ୍ଡ କାର ଡିଲର୍ସରେ ମାତ୍ର ୫୦ରୁ ୬୦ ହଜାର ଟଙ୍କାରେ ମିଳିଯିବ ।