ନୂଆ କରି ଡ୍ରାଇଭିଂ କରିଛନ୍ତି କି ? ତେବେ ମନେ ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା, ନଚେତ୍ ଦୁର୍ଘଟଣା ସୁନିଶ୍ଚିତ

38

ଡ୍ରାଇଭିଂ କରିବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରିଥାନ୍ତି । ମାତ୍ର ଯେଉଁମାନଙ୍କୁ ଡ୍ରାଇଭିଂ ଜଣା ନଥାଏ ଏବଂ ପ୍ରଥମ ଥର ପାଇଁ ଡ୍ରାଇଭିଂ କରୁଛନ୍ତି ତେବେ ଏଭଳି ଲୋକଙ୍କ ପାଇଁ ଆମେ କିଛି ଖାସ୍ ଟିପ୍ସ ନେଇ ଆସିଛୁ । ଯାହାର ସହାୟତାରେ ଅତି ସହଜରେ ଆପଣ ଗାଡି ଚଲାଇବା ଶିଖି ପାରିବେ ଏବଂ ଏଥିସହିତ ଏହା ଆପଣଙ୍କର କାମରେ ବି ଆସିପାରେ । ତେବେ ଆସନ୍ତୁ ଜାଣିବା . . .

ସଠିକ୍ ସୂଚନା

ଗାଡି ଶିଖିବା ପୂର୍ବରୁ ପ୍ରଥମେ ଗାଡି ସଂପର୍କରେ ସମସ୍ତ ସୂଚନା ରହିବା ଉଚିତ୍ । ଆପଣ କିଣିଥିବା ଗାଡି ବା କାରର ଷ୍ଟେରିଂ, ଗିୟର, କ୍ଲଚ, ବ୍ରେକ୍ ଏବଂ ହେଡ୍ ବ୍ରେକ୍ ସଂପର୍କରେ ବି ସମସ୍ତ ସୂଚନା ଜାଣିରଖିବା ଉଚିତ୍ । କାରଣ ଏହା ଆପଣଙ୍କ ପାଇଁ ବହୁ ଉପକାରୀ ପ୍ରମାଣିତ ହୋଇପାରେ ।

ସିଟିଂ ପୋଜିସନ

ଗାଡି ତଥା କାରରେ ବସିବା ପରେ ସର୍ବ ପ୍ରଥମେ ନିଜର ହାଇଟ୍ ହିସାବରେ କାରର ସିଟକୁ ଆଡଜେଷ୍ଟ କରନ୍ତୁ । ସିଟିଂ ପୋଜିସନ ଏଭଳି ରହିଥିବା ଦରକାର କି ଆପଣଙ୍କର ଗୋଡ ଅତି ସହଜରେ ଉଭୟ ବ୍ରେକ୍ ଏବଂ କ୍ଲଚ୍ ପାଖକୁ ପହଂଚିପାରୁଥିବ । ଯାହାଦ୍ୱାରା କି ଏହାକୁ ବ୍ୟବହାର କରିବା ସମୟରେ ଆପଣଙ୍କୁ କୌଣସି ଅସୁବିଧା ନହୁଏ ।

ଧ୍ୟାନ ରଖନ୍ତୁ

ସବୁବେଳେ ଗୋଟିଏ କଥା ମନେ ରଖିବେ କି ଆପଣଙ୍କର ସବୁ ଧ୍ୟାନ ଯେପରି ଖାଲି ଡ୍ରାଇଭିଂ ଉପରେ ରହିଥିବା ଆବଶ୍ୟକ । ଅର୍ଥାତ୍ ଆପଣଙ୍କର ଆଖି ସଡକ ଉପରେ ହେବା ଦରକାର । ତେଣୁ ଏଥିପାଇଁ କାର ଚଲାଇବା ପୂର୍ବରୁ ରିୟର ଭ୍ୟୁ ମିରରକୁ ନିଜ ହିସାବରେ ଆଡଜେଷ୍ଟ କରନ୍ତୁ, ଯାହାଦ୍ୱାରା ପଛରେ ଆସୁଥିବା କୌଣସି ବି ଗାଡିକୁ ଆପଣ ଦେଖିପାରିବେ ।

ଉଚିତ୍ ବ୍ୟବଧାନ ରଖନ୍ତୁ

ଯେତେବେଳେ ବି ଆପଣ କୌଣସି ଗାଡି ଚଲାଉଛନ୍ତି ତେବେ ଧ୍ୟାନ ରଖିବେ କି ଆପଣଙ୍କ ଗାଡି ଆଗରେ ଏବଂ ପଛରେ ଥିବା ଗାଡିଗୁଡିକ ମଧ୍ୟରେ ଉଚିତ୍ ବ୍ୟବଧାନ ରହିଥିବା ଆବଶ୍ୟକ । କାରଣ ଅଧିକାଂଶ ସମୟରେ ଏଭଳି ହୁଏ କି ଆଗରେ ଯାଉଥିବା ଗାଡି ଅଚାନକ୍ ଭାବେ ଅଟକି ଯାଇଥାଏ କିମ୍ବା ବୁଲି ଯାଇଥାଏ । ଆଉ ଏଭଳି ପରିସ୍ଥିତିରେ ଯଦି ଆପଣଙ୍କର ଗାଡି ଉଚିତ୍ ବ୍ୟବଧାନରେ ନଥିବ ତେବେ ଦୁର୍ଘଟଣା ସୁନିଶ୍ଚିତ ।

ମସ୍ତିଷ୍କ ଶାନ୍ତ ରଖନ୍ତୁ

ଗାଡି ଚଲାଇବା ସମୟରେ ସବୁବେଳେ ଆପଣଙ୍କର ସବୁ ଧ୍ୟାନ କେବଳ ଡ୍ରାଇଭିଂ ଉପରେ ହିଁ ରହିବା ଉଚିତ । ମସ୍ତିଷ୍କ ଶାନ୍ତ ରହିଲେ ଆପଣ ଭଲ ଭାବରେ ଗାଡି ଚଲାଇପାରିବେ । କାରଣ ଅଶାନ୍ତ ମନରେ ଡ୍ରାଇଭିଂ କଲେ ଦୁର୍ଘଟଣା ଘଙ୍କିବାର ଯଥେଷ୍ଟ ସମ୍ଭାବନା ରହିଥାଏ ।