ଘଟଣାଟି ଆପଣଙ୍କୁ ମିଛ ଲାଗୁଥିଲେ ବି ଏହା ସଂପୂର୍ଣ୍ଣ ସତ୍ୟ ଅଟେ । ତେବେ ଏଭଳି ବିଭତ୍ସ ଘଟଣା ଘଟିଛି ଋଷର ଏକ ଜନଗହଳି ପୂର୍ଣ୍ଣ ଅଂଚଳରେ । ଯେଉଁଠି ଏକ ଦଂପତ୍ତି ୧୯୯୯ରୁ ପାଖାପାଖି ୩୦ ଜଣ ଲୋକଙ୍କୁ ମାରି ତାର ମାଂସ ଖାଇଥିବାର ଖବର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛବି । ଏବଂ ଏହାକୁ ଆଧାର କରି ପୁଲିସ୍ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଜାତୀୟ ଗଣମାଧ୍ୟମ ଦୈନିକ ଜାଗରଣରେ ପ୍ରକାଶିତ ଖବର ମୁତାବକ, ଏଭଳି ଅମାନବୀୟ ଘଟଣା ଘଟିଛି ଋଷର କ୍ରାସ୍ନୋଡାର ଅଂଚଳରେ । ଯେଉଁଠାରେ ଏକ ଦଂପତ୍ତି ୩୦ ଜଣ ଲୋକଙ୍କୁ ହତ୍ୟା କରି ସେମାନଙ୍କର ମାଂସକୁ ଖାଇଥିବା ପୁଲିସ ତଦନ୍ତରୁ ଯାହା ଜଣାପଡିଛି । ମୃତ ୩୦ ଜଣଙ୍କ ମଧ୍ୟରୁ ଏପର୍ଯନ୍ତ ୭ଜଣଙ୍କର ପରିଚୟ ମିଳିପାରିଛି । ଯେଉଁମାନେ କି ପାଖ ଅଂଚଳର ଅଟନ୍ତି । ତେବେ ଏହି ବିଭତ୍ସ ତଥା ଅମାନବୀୟ ଘଟଣାର ପର୍ଦ୍ଦାଫାଶ ଏକ ମୋବାଇଲ ଫୋନ କାରଣରୁ ହିଁ ସାମ୍ନାକୁ ଆସିଛି ।
ପୁଲିସ ସୂଚନା ମୁତାବକ, ଚଳିତ ମାସ କ୍ରାସ୍ନୋଡାରର ରାସ୍ତା ଉପରେ ପଡିଥିବା ଏକ ମୋବାଇଲ ଫୋନରେ ଜଣେ ୩୫ ବର୍ଷୀୟ ସନ୍ଦିଗ୍ଧ ବ୍ୟକ୍ତିର ଫଟୋ ଏକ ମହିଳାଙ୍କ ମୃତଦେହର ମାଂସ ଟୁକୁଡା ସହିତ ମିଳିଥିଲା । ଛାନଭିନ୍ କରିବା ପରେ ଜଣା ପଡିଥିଲା କି ସେହି ସ୍ଥାନରେ ମହିଳାଙ୍କ ଶରୀରର ବାକି ଅଂଶର ଟୁକୁଡା ବି ସେଠାରେ ଥିବା ଏକ ପରିତ୍ୟକ୍ତ କୂଅରୁ ମିଳିଥିଲା । ତେବେ ତଦନ୍ତ ଆରମ୍ଭରୁ ହିଁ ଅଭିଯୁକ୍ତ ଏହାକୁ ଖଣ୍ଡନ କରିଥିଲେ ଏବଂ ନିଜକୁ ନିର୍ଦ୍ଦୋଷ ବୋଲି ସଫେଇ ଦେଇ କହିଥିଲେ କି, ଜଣେ ମହିଳାଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ସେ ସେଠାରେ ଦେଖିବାକୁ ପାଇଥିଲେ ଆଉ ତାର ଫଟୋ ଉଠାଇବା ପରେ ତାଙ୍କର ମୋବାଇଲଟି କେଉଁଆଡେ ଖସି ପଡିଥିଲା ।
ପୁଲିସର କହିବା ଅନୁସାରେ, ବର୍ତ୍ତମାନ ଘଟଣାଟିର ଅନେକ ରହସ୍ୟ ଖୋଲିବାରେ ବାକି ରହିଛି । ଖାଲି ସେତିକି ନୁହେଁ, ତଦନ୍ତ ସମୟରେ ପୁଲିସକୁ ଏକ ବନ୍ଦ ଜାର୍ ମିଳିଥିଲା, ଯେଉଁଥିରେ କି ପୁଲିସ ଏକ ହାତର ଟୁକୁଡାକୁ ଜବତ କରିଛି । ଏଠାରେ ଆମେ କହି ରଖୁଛୁ କି, ଋଷ ଭଳି ଦେଶରେ ଏପରି ଖବର ସାମ୍ନାକୁ ଆସିବା କୌଣସି ପ୍ରଥମ ଘଟଣା ନୁହେଁ ବରଂ ଏହାପୂର୍ବରୁ ବି ଏଭଳି ଘଟଣା ସାମ୍ନାକୁ ଆସିସାରିଛି । ଚଳିତ ବର୍ଷ ଆରମ୍ଭରେ ଜଣେ ପୁଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ ୬୦ରୁ ଅଧିକ ଲୋକଙ୍କୁ ହତ୍ୟା କରି ତାର ମାଂସ ଖାଇଥିବା ଅଭିଯୋଗ ଆସିଥିଲା । ଯେଉଁଥିରେ ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ହତ୍ୟା କରିଥିବା ମାମଲାରେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/gettyimages-517045460.jpg)