ଆପଣ ଜାଣିଛନ୍ତି କି ଆପଣ ଆପଣଙ୍କର ମୋବାଇଲ ସ୍କ୍ରିନକୁ ଆପଣଙ୍କର ବନ୍ଧୁଙ୍କ ସହ ସେୟାର କରିପାରିବେ । ଖାଲି ସେୟାର କାହିଁକି ଏଥିସହିତ ଆପଣ ଆପଣଙ୍କର ବନ୍ଧୁଙ୍କ ଫୋନର ସ୍କ୍ରିନକୁ ନିଜର ଫୋନରେ ଓପନ ମଧ୍ୟ କରିପାରିବେ । ଏହି ଖବର ଜରିଆରେ ଆଜି ଆମେ ଆପଣଙ୍କୁ ଏହାର ବ୍ୟବହାର ପ୍ରକ୍ରିୟା ସଂପର୍କରେ ଜଣାଇବାକୁ ଯାଉଛୁ । ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ ଆପଣଙ୍କ ଫୋନରେ ‘ଇଙ୍କୱିର ସ୍କ୍ରିନ ସେୟାର ପ୍ଲସ ଆସିଷ୍ଟ’ ନାମର ଏକ ଆପ ଡାଉନଲୋଡ କରିବାକୁ ପଡିବ ଯାହାକି ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ।
ବ୍ୟବହାର କରିବାର ପ୍ରକ୍ରିୟା
ଇଙ୍କୱିର ସ୍କ୍ରିନ ସେୟାର ନାମକ ଏହି ଆପଟିକୁ ଆପଣ ଗୁଗଲ ପ୍ଲେ ଷ୍ଟୋରରେ ମାଗଣାରେ ଡାଉନଲୋଡ କରିପାରିବେ । ଏହା ଆଣ୍ଡ୍ରଏଡ ଡିଭାଇସରେ କାମ କରିଥାଏ । ଏହି ଆପଟି ୩୦ ଏମବି ସାଇଜରେ ଉପଲବ୍ଧ ।
• ସର୍ବ ପ୍ରଥମେ, ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଆପଣଙ୍କ ଏବଂ ଆପଣଙ୍କର ବନ୍ଧୁଙ୍କ ମୋବାଇଲରେ ଏହି ଆପଟିକୁ ଡାଉନଲୋଡ କରନ୍ତୁ ଓ ତାକୁ ଇନଷ୍ଟଲ କରନ୍ତୁ ।
• ଏବେ ପ୍ରଥମ ଫୋନରେ ଏହି ଆପଟିକୁ ଓପନ କରନ୍ତୁ ଏବଂ ସେୟାର ଉପରେ ଟ୍ୟାପ କରନ୍ତୁ । ଏହାପରେ ଆପଣଙ୍କୁ ୧୨ ଅଙ୍କ ବିଶିଷ୍ଟ ଏକ ଆକ୍ସେସ କୋଡ ନଜର ଆସିବ ଯାହାକୁ ଆପଣଙ୍କୁ ଅନ୍ୟ ଫୋନରେ ସେୟାର କରିବାକୁ ପଡିବ ।
• ଏହାପରେ ଆପଣ କୌଣସି ମେସେଂଜର ଭଳି ହ୍ୱାଟସଆପ, ଫେସବୁକ କିମ୍ବା ହ୍ୟାଙ୍ଗଆଉଟ ଜରିଆରେ ଏହି ୧୨ ଅଙ୍କ ବିଶିଷ୍ଟ ଆକ୍ସେସ୍ କୋଡକୁ ଆପଣଙ୍କର ବନ୍ଧୁଙ୍କ ନିକଟକୁ ପଠାଇବାକୁ ପଡିବ ।
• ବର୍ତ୍ତମାନ ପ୍ରଥମ ଫୋନରେ ଆପଟିକୁ ଓପନ କରନ୍ତୁ ଏବଂ ଆକ୍ସେସ ଅପସନ ଉପରେ କ୍ଲିକ୍ କରନ୍ତୁ । ଏହାପରେ ପ୍ରଥମ ଫୋନରୁ ଦିଆଯାଇଥିବା କୋଡକୁ ଆପଣଙ୍କର ଅନ୍ୟ ଫୋନରେ ଲେଖନ୍ତୁ ଏବଂ ଆକ୍ସେସ ଅପସନ ଉପରେ କ୍ଲିକ୍ କରନ୍ତୁ ।
• ଏହାପରେ ପ୍ରଥମ ଫୋନର ସ୍କ୍ରିନ ଅନ୍ୟ ଫୋନର ଡିସପ୍ଲେରେ ନଜର ଆସିବ । ଉଭୟ ଫୋନ ଜରିଆରେ ଆପଣ ଭଏସ ଚାଟିଂ ମଧ୍ୟ କରିପାରିବେ ।
ସୌଜନ୍ୟ: ଦୈନିକ ଜାଗରଣ