ଯଦି ଆପଣ ପାର୍ବଣ ଋତୁରେ ସ୍ମାର୍ଟଫୋନ କିଣିବାକୁ ଚିନ୍ତା କରୁଛନ୍ତି ତେବେ ପ୍ରଥମେ ଫୋନକୁ କିଭଳି ସୁରକ୍ଷିତ କରି ରଖିବେ ତାର ଉପାୟ ମଧ୍ୟ ଜାଣି ରଖନ୍ତୁ । କାରଣ ମୋବାଇଲ ଅଥବା ସ୍ମୋର୍ଟଫୋନ ଚୋରି ହେବା ଏବେ ଏକ ସାଧାରଣ ପ୍ରସଙ୍ଗ ପାଲଟି ଯାଇଛି । ହେଲେ ଆପଣ ଚୋରି କିମ୍ବା କୌଣସି କାରଣରୁ ସ୍ମାର୍ଟଫୋନ ଡ୍ୟାମେଜ ହେବା ଭଳି କ୍ଷତିରୁ ବର୍ତ୍ତିବା ପାଇଁ ଏକ ପଦକ୍ଷେପ ଉଠାଇପାରିବେ । ଯାହାଦ୍ୱାରା ଆପଣଙ୍କୁ କୌଣସି ପ୍ରକାରର କ୍ଷତି ସହିବାକୁ ପଡିବ ନାହିଁ ।

Advertisment

ଚଳିତ ବର୍ଷ ଦୀପାବଳିରେ ଯଦି ଆପଣ କୌଣସି ମହଙ୍ଗା ମୋବାଇଲ କିଣିବାକୁ ଇଚ୍ଛା ରଖିଛନ୍ତି ତେବେ ଏଥିପାଇଁ ଆପଣ ‘ମୋବାଇଲ ଇନସ୍ୟୁରାନ୍ସ’ ମଧ୍ୟ କରନ୍ତୁ । ଏହି ଇନସ୍ୟୁାରନ୍ସ ଆପଣଙ୍କ ମୋବାଇଲ ଚୋରି ହେବା ଦ୍ୱାରା ନା ଖାଲି ଆପଣଙ୍କ କ୍ଷତି କମ୍ କରିବ ବରଂ ଆପଣଙ୍କ ସ୍ମାର୍ଟଫୋନଟି ଯଦି କୌଣସି କାରଣରୁ ଖରାପ କିମ୍ବା ଭାଙ୍ଗି ବି ଯାଏଁ , ତେବେବି ଆପଣଙ୍କୁ ସଂପୂର୍ଣ୍ଣ କ୍ଷତିପୂରଣ ପ୍ରଦାନ କରାଯିବ ।

ମୋବାଇଲ ଇନସ୍ୟୁରାନ୍ସ କଣ?

ଅନ୍ୟ ବୀମା ଉତ୍ପାଦଗୁଡିକ ଭଳି ଏହି ଇନସ୍ୟୁରାନ୍ସରେ ବି ଆପଣଙ୍କୁ ମୋବାଇଲ ଫୋନ ପାଇଁ କିଛି ରିକ୍ସ ବଦଳରେ କଭର ମିଳିଥାଏ । ଏହି ଇନସ୍ୟୁରାନ୍ସ ଆପଣଙ୍କ ଫୋନ ଚୋରି ହୋଇଗଲେ କିମ୍ବା ହଜି ଗଲେ କିମ୍ବା ଖରାପ ତଥା ଭାଙ୍ଗି ଗଲେ ମିଳିଥାଏ ।

କେବେ କିଣିବେ?

ମୋବାଇଲ ପାଇଁ ଇନସ୍ୟୁରାନ୍ସ ଆପଣ ବିଲିଂ କରିବା ଦିନ ହିଁ କିମ୍ବା କିଣିବାର ୫ଦିନ ଭିତରେ କରିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରିମିୟମ କେତେ ଭରିବାକୁ ପଡିବ , ତାହା ଫୋନର ଦାମ ଉପରେ ନିର୍ଭର କରେ । ତେବେ ଯେତେ ଅଧିକ ଆପଣଙ୍କର ଫୋନର ଦାମ ଥିବ, ତାର ପ୍ରିମିୟମ ବି ସେତେ ଅଧିକ ରହିବ ।

କେତେ ସମୟ ପାଇଁ ମିଳିଥାଏ ବୀମା?

ଏହି ବୀମା କଭର ଆପଣଙ୍କୁ ସାଧାରଣତଃ ବର୍ଷକ ପାଇଁ ମିଳିଥାଏ । ନିକଟରେ ଏଭଳି ଅନେକ କଂପାନୀ ରହିଛନ୍ତି, ଯେଉଁମାନେ କି ବର୍ଷକରୁ ଅଧିକ ସମୟ ପାଇଁ ବି ବୀମା ପ୍ରଦାନ କରିଥାନ୍ତି ।

କେଉଁ କେଉଁ ପରିସ୍ଥିତିରେ ହୋଇଥାଏ କଭର?

ମୋବାଇଲ ବୀମା ଯେତେବେଳେ ଆପଣ ନେଉଚନ୍ତି, ତେବେ ନିମ୍ନରେ ଦିଆଯାଇଥିବା ପ୍ରସଙ୍ଗରେ କଭର କରିଥାଏ ...

• ଫୋନ ଭାଙ୍ଗିଗଲେ

• ଫୋନ ହଜିଗଲେ

• ଫୋନ ଚୋରି ହୋଇଗଲେ

• କୌଣସି ଦଙ୍ଗାରେ ହଜିଗଲେ

• ଭୁଲ ଇନଷ୍ଟଲେସନ କାରଣରୁ ହୋଇଥିବା କ୍ଷତି ସମେତ ଅନ୍ୟାନ୍ୟ ଅସୁବିଧା ବି ସାମିଲ ରହିଛି ।